ରାଜ୍ୟ ସ୍ବାର୍ଥ ବିଷୟକୁ ଜୋରଦାର ଉଠାଅ: ନବୀନ

ଭୁବନେଶ୍ୱର, ୧୯।୭(ଅନିଲ ଦାସ): ଆସନ୍ତା ୨୦ ତାରିଖରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିଛି। ଏହି ଅଧିବେଶନରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍‌ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଏବଂ ବିକାଶଧାରାରେ ରାଜ୍ୟର କେତେକ ଭାଜପା ଏମ୍‌ପି କିଭଳି ବାଧକ ସାଜୁଛନ୍ତି ସେନେଇ ସ୍ବରଉତ୍ତୋଳନ କରିବ। ପାର୍ଲାମେଣ୍ଟରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ ଦଳ ବୈଠକରେ ଏମ୍‌ପିମାନଙ୍କୁ ପରାମର୍ଶ ଦେଇଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଧିବେଶନରେ ଦଳ ପକ୍ଷରୁ ‘ମହିଳା ସଂରକ୍ଷଣ’ ପ୍ରସଙ୍ଗ ସମେତ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ, ପ୍ରଧାନମନ୍ତ୍ରୀ ଆବାସରେ ଅଧିକ ଘର, ଏମ୍‌ଏସ୍‌ପି ବୃଦ୍ଧି, କୋଷ୍ଟାଲ ହାଇୱେ ନିର୍ମାଣ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ବଳକା ଉଷୁନା ଚାଉଳ ଉଠାଣ, ଚାଷୀଙ୍କୁ ଫସଲବୀମା ସୁବିଧା ନ ମିଳିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା, ବ୍ୟାଙ୍କିଙ୍ଗ୍‌ ଓ ଟେଲିଫୋନ ସେବା ସମସ୍ୟା ଆଦି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉଠାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ଏମ୍‌ପିମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି। ‘ସ୍ପେଶାଲ ଫୋକସ ଷ୍ଟେଟ୍‌’ ଦାବିକୁ ଦୃଢ଼ତାର ସହ ଉତ୍‌ଥାପନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଏଥିସହିତ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି। ଓଡ଼ିଶାରେ ରୂପାନ୍ତରିତ ପରିବର୍ତ୍ତନ ପାଇଁ ଆମ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ୫-ଟି ଉପକ୍ରମ ମାଧ୍ୟମରେ ସବୁକ୍ଷେତ୍ରରେ ସ୍ବଳ୍ପ ଅବଧି ମଧ୍ୟରେ ଆଖିଦୃଶିଆ ପରିବର୍ତ୍ତନ ସୁନିଶ୍ଚିତ ହୋଇପାରିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୫-ଟି ସ୍କୁଲ ରୂପାନ୍ତରଣରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏବେ ଭିତ୍ତିଭୂମି, କୃଷି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିବା ସହ ଗ୍ରାମାଞ୍ଚଳ ଅର୍ଥନୀତିର ଉତ୍‌ଥାନ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ନୀତି ଆୟୋଗ ରିପୋର୍ଟରେ ଓଡ଼ିଶା ୫ଟି ଦ୍ରୁତ ଦାରିଦ୍ର୍ୟ ହ୍ରାସ ରାଜ୍ୟ ମଧ୍ୟରେ ରହିଛି। ରାଜ୍ୟର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୨୦୧୫-୧୬ରେ ୩୨.୬୪ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୧୭.୭୨ ପ୍ରତିଶତକୁ ହ୍ରାସ ପାଇଛି। ଆମେ ଆମର ଲକ୍ଷ୍ୟ ହାସଲ ପାଇଁ ଠିକ୍‌ ମାର୍ଗରେ ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକ ଶେଷରେ ଲୋକ ସଭା ସଦସ୍ୟ ପିନାକୀ ମିଶ୍ର କହିଛନ୍ତି, ରାଜ୍ୟର ସ୍ବାର୍ଥ ସମ୍ବଳିତ ଯେକୌଣସି ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇବାକୁ ଚାହିଁଲେ ଜାତୀୟ ରାଜନୈତିକ ଦଳ ଭାଜପା ଏବଂ କଂଗ୍ରେସ ପାର୍ଲାମେଣ୍ଟକୁ ଚଳାଇ ଦେଉନାହାନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଭାଜପା ପାର୍ଲାମେଣ୍ଟକୁ ଅଚଳ କରୁଥିବା ବେଳେ ୨୦୧୪ରୁ ଏ ପର୍ଯ୍ୟନ୍ତ କଂଗ୍ରେସ ଅଚଳ କରୁଛି। ରାଜ୍ୟ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ଉତ୍‌ଥାପନ କରିବାକୁ ସୁଯୋଗ ମିଳୁନାହିଁ।
ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ରାଜ୍ୟର ସମସ୍ତ ଏମ୍‌ପି ମିଳିମିଶି କାମ କରିବା ବଦଳରେ ଭାଜପାର କେତେଜଣ ଏମ୍‌ପି ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ତାହାକୁ ଭଣ୍ଡୁର କରୁଛନ୍ତି। ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପଠାରୁ ଆରମ୍ଭ କରି ଲିଙ୍ଗରାଜ ପ୍ରକଳ୍ପକୁ ଜାଣିଶୁଣି ବନ୍ଦ କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ପିନାକୀ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପାର୍ଲମେଣ୍ଟରେ ସୁଯୋଗ ମିଳୁ ନ ଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାକରି କହିଲେ ମଧ୍ୟ ସେସବୁକୁ ରୋକାଯାଉଛି। ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର ରାଜ୍ୟର ଅଂଶଧନକୁ ଠିକ୍‌ ସମୟରେ ଦେଉ ନ ଥିବା କହିଛନ୍ତି। ମହିଳା ସଂରକ୍ଷଣ ବିଲ୍‌, ସ୍ପେଶାଲ ଫୋକସ ଷ୍ଟେଟ୍‌ ଷ୍ଟାଟସ ଦେବାକୁ ବାରମ୍ବାର ଉତ୍‌ଥାପନ କରାଗଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ୫-ଟି ବ୍ୟବସ୍ଥା କିପରି ପ୍ରତ୍ୟେକ ବ୍ୟକ୍ତି ଓ କ୍ଷେତ୍ରକୁ ଛୁଇଁଛି ଓ ଏହା ଏକ ସଫଳ ମଡେଲ ହୋଇପାରିଛି ସେ ସମ୍ପର୍କରେ ପାର୍ଲାମେଣ୍ଟରେ ଉତ୍‌ଥାପନ କରିବାକୁ ସଭାପତି ପରାମର୍ଶ ଦେଇଥିବା ପିନାକୀ କହିଛନ୍ତି। ଦଳୀୟ ଏମ୍‌ପିମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri