ପ୍ରାଣୀଧନ, ମତ୍ସ୍ୟ ସମ୍ପଦ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟସମ୍ପଦର ସୁରକ୍ଷା ଲାଗି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଭାବିତ ପ୍ରାଣୀସମ୍ପଦର ତୁରନ୍ତ ଚିକିତ୍ସା ସକାଶେ ବନ୍ୟାଞ୍ଚଳର ପ୍ରତ୍ୟେକ ବ୍ଲକ୍‌ରେ ଗୋଟିଏ ଲେଖାଏ ମୋବାଇଲ୍‌ ଭେଟେରିନାରି ୟୁନିଟ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଟିମ୍‌ରେ ଗୋଟିଏ ଗାଡ଼ି ସହ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକ ଓ ଜଣେ ସହାୟକ ରହିବେ। ପ୍ରାଣୀ ଚିକିତ୍ସାଳୟ, ଭେଟେରିନାରି ଡିସ୍‌ପେନ୍‌ସାରି ଓ ଲାଇଭଷ୍ଟକ୍‌ କେନ୍ଦ୍ରଗୁଡ଼ିକୁ ଆବଶ୍ୟକ ଟିକା ଓ ଜରୁରୀ ଔଷଧ ଆଗୁଆ ପଠାଇବା ପାଇଁ ସିଡିଭିଓମାନଙ୍କୁ କୁହାଯାଇଛି। ପର୍ଯ୍ୟାପ୍ତ ପରିମାଣର ଜରୁରୀ ଔଷଧ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସମୟରେ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସଦର ମହକୁମାରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଖାଦ୍ୟ ଯୋଗାଣ ନିମନ୍ତେ ଜିଲାପାଳଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି। ସିଡିଭିଓ ସ୍ତରରେ କଣ୍ଟ୍ରୋଲରୁମ୍‌ ଖୋଲାଯାଇ କଟକସ୍ଥିତ ନିର୍ଦ୍ଦେଶାଳୟର କଣ୍ଟ୍ରୋଲରୁମ୍‌କୁ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ତଥ୍ୟ ପ୍ରେରଣ କରିବାକୁ କୁହାଯାଇଛି। କଟକସ୍ଥିତ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍‌ (ଫୋନ୍‌ ନଂ-୦୬୭୧-୨୪୧୪୩୧୦, ୭୨୦୫୫୯୮୧୨୫) ଖୋଲାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଔଷଧ ଓ ଭାକ୍‌ସିନ୍‌ ଯୋଗାଣକୁ ନିରୀକ୍ଷଣ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବନ୍ୟା ସମୟରେ ପ୍ରାଣୀମାନଙ୍କଠାରେ କୌଣସି ପ୍ରକାର ରୋଗ ଦେଖାଯିବା କିମ୍ବା ବ୍ୟାପିବାକୁ ପ୍ରତିହତ କରିବା ପାଇଁ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।
ମତ୍ସ୍ୟ ସମ୍ପଦ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ସମସ୍ତ ଜିଲା ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଚାଷୀମାନେ ଜଳାଶୟ ବନ୍ଧକୁ ମଜଭୁତ କରିବେ, ଯେପରି ମାଛ, ଚିଙ୍ଗୁଡ଼ି କିମ୍ବା ଯାଆଁଳ ଭାସି ନ ଯାଆନ୍ତି। ଆବଶ୍ୟକ ସ୍ଥଳେ ଜଳାଶୟର ଜଳସ୍ତରକୁ କମ୍‌ ରଖିବା ପାଇଁ କୁହାଯାଇଛି। ଚିଙ୍ଗୁଡ଼ି ଚାଷରେ ନିୟୋଜିତ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ସକାଶେ କୁହାଯାଇଛି। ଆବଶ୍ୟକ ହେଲେ ଜିଲା ପ୍ରଶାସନ ସହାୟତାରେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ମତ୍ସ୍ୟଜୀବୀ ଓ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍‌ ଖୋଲାଯାଇ ବନ୍ୟା ସ୍ଥିତି ଓ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ଅବଗତ କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ପଠାଯାଉଥିବା ଆଡ୍‌ଭାଇଜରିଗୁଡ଼ିକୁ ଅନୁପାଳନ କରିବା ଲାଗି ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri