ଦୁଗ୍ଧ ସମବାୟକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ କୃଷିଭିତ୍ତିକ ସଂସ୍ଥା ତଥା ନ୍ୟାଶନାଲ ଡେଏରି ଡେଭଲପମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ମୁଖ୍ୟାଳୟ ପରିଦର୍ଶନରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଯାଇ ଭାରତୀୟ ଦୁଗ୍ଧ କ୍ଷେତ୍ରରେ ଏନ୍‌ଡିଡିବିର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏପରିକି ଦୁଗ୍ଧ ସମବାୟକୁ ଆହୁରି ମଜଭୁତ କରିବାକୁ ଶାହା ବୋର୍ଡକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ବିଶେଷକରି ଦୁଗ୍ଧ ଉତ୍ପାଦନ ପାଇଁ ସମ୍ଭାବନା ଥିବା ଆବିଷ୍କୃତ ପଞ୍ଚାୟତ ଓ ଗ୍ରାମଗୁଡ଼ିକରେ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବା ସହ କାର୍ଯ୍ୟକ୍ଷମ ଦୁଗ୍ଧ ସମବାୟ ସମିତିଗୁଡ଼ିକର ବିକାଶ କରାଇଲେ ତାହା ଦେଶର ବିକାଶ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ମନ୍ତ୍ରୀ ସମବାୟ ସମିତିର ଆବଶ୍ୟକତା, ଉତ୍ପାଦ ରପ୍ତାନି ପାଇଁ ସାଧାରଣ ବ୍ରାଣ୍ଡ୍‌ , ଜୈବ ଉତ୍ପାଦର ପ୍ରୋତ୍ସାହନ ଆଦି ସମବାୟ ସମିତିର ସହଯୋଗରେ କରାଇବା ପାଇଁ ସେ ବୋର୍ଡକୁ ପରାମର୍ଶ ଦେଇଛନ୍ତି। ଏପରିକି ଦୁଗ୍ଧ ପ୍ରକ୍ରିୟାକରଣ ସୁବିଧାଗୁଡ଼ିକରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର, ଦୁଗ୍ଧ ଯନ୍ତ୍ରପାତି ଉତ୍ପାଦନ ଆଦିରେ ଆତ୍ମନିର୍ଭରଶୀଳତା ବଢ଼ାଇବା ଓ ଦୁଗ୍ଧକ୍ଷେତ୍ର ଉପରେ ବୋର୍ଡ ଆବଶ୍ୟକ କାର୍ଯ୍ୟକ୍ରମ ଓ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଉପରେ ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଏନ୍‌ଡିଡିବିର ଅଧ୍ୟକ୍ଷ ମୀନେଷ ଶାହା, ସମବାୟ ସଚିବ ଜୟନେଶ କୁମାର, ଯୁଗ୍ମ ସଚିବ ପଙ୍କଜ କୁମାର ବଂଶଲ ଏବଂ ଏନ୍‌ଡିଡିବି ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବର୍ଷା ଜୋଷୀ, ପଶୁପାଳନ ତଥା ଡେଏରି ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ସଚିବ ଶାମଲଭାଇ ବାଲାଭାଇ ପଟେଲଙ୍କ ସମେତ ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ ଲିମିଟେଡ୍‌ର ଅଧ୍ୟକ୍ଷ ନିହାଲ ଚାନ୍ଦ ଶର୍ମା ଏବଂ ହିମାଚଳ ପ୍ରଦେଶ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ ଲିମିଟେଡ୍‌ ଏବଂ କାମଧେନୁ ବିଶ୍ୱବିଦ୍ୟାଳୟର କୁଳପତି ଡ.ଏନ୍‌.ଏଚ୍‌. କେଲାୱାଲା ପ୍ରମୁଖଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ସେହିପରି ଏନ୍‌ଡିଡିବିର ଅଧ୍ୟକ୍ଷ ମନ୍ତ୍ରୀଙ୍କୁ ଭାରତର ଦୁଗ୍ଧ କ୍ଷେତ୍ର, ସହଯୋଗୀ ରଣନୀତି, କୃଷକମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବୈଜ୍ଞାନିକ ଦୁଗ୍ଧଚାଷ ପ୍ରଣାଳୀ, ଦୁଗ୍ଧ ସମବାୟ ସମିତିକୁ ମଜଭୁତ କରିବା ତଥା ଏନ୍‌ଡିଡିବିର ସହାୟକ କମ୍ପାନୀଗୁଡ଼ିକର କୋଟି କୋଟି କୃଷକ ଏବଂ ଏନ୍‌ଡିଡିବିର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଉଦ୍ୟମ ବିଷୟରେ ବିସ୍ତୃତ ଆଲୋକପାତ କରାଇବା ସହ ଆବଶ୍ୟକ ସୂଚନା ସେ ମନ୍ତ୍ରୀଙ୍କୁ ଦେଇଛନ୍ତି। ସେହିଭଳି ଏନ୍‌ଡିଡିବିର ଚେୟାରମ୍ୟାନ୍‌ ତଥା ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମନ୍ତ୍ରୀଙ୍କୁ ତାଙ୍କ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇବା ସହ ଦୁଗ୍ଧ କ୍ଷେତ୍ରର ବିକାଶ ଦିଗରେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ନିଶ୍ଚିତ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri