‘ନେଟ୍‌ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ’

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଜଳବାୟୁ ଚାର୍ଟର ଆକ୍ସନ ପାଇଁ ବେଦାନ୍ତ ଆଲୁମିନିୟମ ନିକଟରେ ସହମତି ପ୍ରଦାନ କରିଛି। ଏପରିକି ନେଟ୍‌ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ ଦେବା ସହ ଏହାର ମୂଲ୍ୟ ଶୃଙ୍ଖଳ ମଧ୍ୟରେ କମ୍ପାନୀ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ବିଶେଷକରି ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଗ୍ରାହକ ଓ ଯୋଗାଣକାରୀଙ୍କ ସହ କାର୍ଯ୍ୟ କରିବାକୁ ଏହା କମ୍ପାନୀର ନିଶ୍ଚିତତାକୁ ପ୍ରମାଣିତ କରେ ଓ ଜଳବାୟୁ ପରିବର୍ତ୍ତନ ହ୍ରାସ ରଣନୀତି ସହ କାର୍ଯ୍ୟ କରିବାରେ ବଳିଷ୍ଠ ଭୂମିକା ମଧ୍ୟ ଗ୍ରହଣ କରିଥାଏ। ସେହିଭଳି ଭାରତୀୟ ବ୍ୟବସାୟ ମଧ୍ୟରେ ଗଠିତ ଜଳବାୟୁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସିଆଇଆଇ ଜଳବାୟୁ ଆକ୍ସନ ଚାର୍ଟର ହେଉଛି ଏକ କ୍ରସ୍‌ ଇଣ୍ଡଷ୍ଟ୍ରି ପଦକ୍ଷେପ। ସିଆଇଆଇ ଅଂଶ ଗ୍ରହଣକାରୀଙ୍କ ପାଇଁ ଚାର୍ଟରକୁ ଏକ ଉପଯୋଗୀ ଉପକରଣ ଭାବେ ବିକଶିତ କରିଛି। ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଅଭ୍ୟାସକୁ ଆଗେଇନେବା ପାଇଁ ବେଦାନ୍ତ ଉକ୍ତ ପ୍ଲାଟ୍‌ଫର୍ମକୁ ଲିଭେରେଜ କରିବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ଆଲୁମିନା ବ୍ୟବସାୟ ବେଦାନ୍ତ ଲିଃ) ରାହୁଲ ଶର୍ମା କହିଛନ୍ତି, କମ୍ପାନୀ ଓ ଗୋଷ୍ଠୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସୁଦୂରପ୍ରସାରୀ ହୋଇଥାଏ। ଏ କ୍ଷେତ୍ରରେ ସ୍ଥାୟୀ ପ୍ରୟୋଗଗୁଡ଼ିକ ପାଇଁ ଏହାର ଅସୀମ ସମ୍ଭାବନା ଆମର କର୍ମପନ୍ଥାକୁ ସ୍ଥାନୀୟ ଗୋଷ୍ଠୀ ସହ ଜଳବାୟୁ ସ୍ଥିର କରିବା ଲାଗି ଯାତ୍ରାକୁ ଭବିଷ୍ୟତ ସାକ୍ଷୀ ହୋଇ ରହିବ। ସେହିଭଳି ସିଆଇଆଇ ବେଦାନ୍ତର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ଆଲୁମିନିୟମ ଉଦ୍ୟୋଗରେ ନୂତନ ସ୍ଥିରତା ମାନଦଣ୍ଡ ସୃଷ୍ଟି କରିଥିବାରୁ ବେଦାନ୍ତ ଧନ୍ୟବାଦର ପାତ୍ର। ଆଗାମୀ ଭବିଷ୍ୟତ ପାଇଁ ଏକ ଜୀବନ୍ତ ଭବିଷ୍ୟତ ନିଶ୍ଚିତ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳବାୟୁ ପରିବର୍ତ୍ତନକୁ ସମାଧାନ କରିବା ଉଚିତ। ସିଆଇଆଇ ବେଦାନ୍ତର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣକୁ ଆଗାମୀ କାଲିର ଭବିଷ୍ୟତ ଆଡ଼କୁ ଆଗେଇନେବାରେ ସାହାଯ୍ୟ କରୁଥିବାରୁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri