‘ନେଟ୍‌ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ’

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଜଳବାୟୁ ଚାର୍ଟର ଆକ୍ସନ ପାଇଁ ବେଦାନ୍ତ ଆଲୁମିନିୟମ ନିକଟରେ ସହମତି ପ୍ରଦାନ କରିଛି। ଏପରିକି ନେଟ୍‌ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ ଦେବା ସହ ଏହାର ମୂଲ୍ୟ ଶୃଙ୍ଖଳ ମଧ୍ୟରେ କମ୍ପାନୀ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ବିଶେଷକରି ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଗ୍ରାହକ ଓ ଯୋଗାଣକାରୀଙ୍କ ସହ କାର୍ଯ୍ୟ କରିବାକୁ ଏହା କମ୍ପାନୀର ନିଶ୍ଚିତତାକୁ ପ୍ରମାଣିତ କରେ ଓ ଜଳବାୟୁ ପରିବର୍ତ୍ତନ ହ୍ରାସ ରଣନୀତି ସହ କାର୍ଯ୍ୟ କରିବାରେ ବଳିଷ୍ଠ ଭୂମିକା ମଧ୍ୟ ଗ୍ରହଣ କରିଥାଏ। ସେହିଭଳି ଭାରତୀୟ ବ୍ୟବସାୟ ମଧ୍ୟରେ ଗଠିତ ଜଳବାୟୁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସିଆଇଆଇ ଜଳବାୟୁ ଆକ୍ସନ ଚାର୍ଟର ହେଉଛି ଏକ କ୍ରସ୍‌ ଇଣ୍ଡଷ୍ଟ୍ରି ପଦକ୍ଷେପ। ସିଆଇଆଇ ଅଂଶ ଗ୍ରହଣକାରୀଙ୍କ ପାଇଁ ଚାର୍ଟରକୁ ଏକ ଉପଯୋଗୀ ଉପକରଣ ଭାବେ ବିକଶିତ କରିଛି। ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଅଭ୍ୟାସକୁ ଆଗେଇନେବା ପାଇଁ ବେଦାନ୍ତ ଉକ୍ତ ପ୍ଲାଟ୍‌ଫର୍ମକୁ ଲିଭେରେଜ କରିବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ଆଲୁମିନା ବ୍ୟବସାୟ ବେଦାନ୍ତ ଲିଃ) ରାହୁଲ ଶର୍ମା କହିଛନ୍ତି, କମ୍ପାନୀ ଓ ଗୋଷ୍ଠୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସୁଦୂରପ୍ରସାରୀ ହୋଇଥାଏ। ଏ କ୍ଷେତ୍ରରେ ସ୍ଥାୟୀ ପ୍ରୟୋଗଗୁଡ଼ିକ ପାଇଁ ଏହାର ଅସୀମ ସମ୍ଭାବନା ଆମର କର୍ମପନ୍ଥାକୁ ସ୍ଥାନୀୟ ଗୋଷ୍ଠୀ ସହ ଜଳବାୟୁ ସ୍ଥିର କରିବା ଲାଗି ଯାତ୍ରାକୁ ଭବିଷ୍ୟତ ସାକ୍ଷୀ ହୋଇ ରହିବ। ସେହିଭଳି ସିଆଇଆଇ ବେଦାନ୍ତର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ଆଲୁମିନିୟମ ଉଦ୍ୟୋଗରେ ନୂତନ ସ୍ଥିରତା ମାନଦଣ୍ଡ ସୃଷ୍ଟି କରିଥିବାରୁ ବେଦାନ୍ତ ଧନ୍ୟବାଦର ପାତ୍ର। ଆଗାମୀ ଭବିଷ୍ୟତ ପାଇଁ ଏକ ଜୀବନ୍ତ ଭବିଷ୍ୟତ ନିଶ୍ଚିତ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳବାୟୁ ପରିବର୍ତ୍ତନକୁ ସମାଧାନ କରିବା ଉଚିତ। ସିଆଇଆଇ ବେଦାନ୍ତର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣକୁ ଆଗାମୀ କାଲିର ଭବିଷ୍ୟତ ଆଡ଼କୁ ଆଗେଇନେବାରେ ସାହାଯ୍ୟ କରୁଥିବାରୁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri