‘ଏକତା ବଜାୟ ରଖିବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୯।୧୨: ନିଖିଳ ଓଡ଼ିଶା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ କର୍ମଚାରୀ ସଂଘର ୧୫ତମ ସମ୍ମିଳନୀ ରବିବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏପରିକି ସଂଘର ଉପସଭାପତି ଅରୁଣ ପଟ୍ଟନାୟକଙ୍କ ନାମରେ ନାମିତ ମଞ୍ଚରେ ଅଖିଳ ଭାରତ ପିଏନ୍‌ବି ମହାସଂଘର ସାଧାରଣ ସମ୍ପାଦକ ପୃଥୀରାଜ ମେହେଟ୍ଟା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରି ଦେଶର ଅର୍ଥନୀତି ତଥା ବ୍ୟାଙ୍କିଙ୍ଗ ଶିଳ୍ପର ଦୁରବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିବା ସହ ଶ୍ରମିକମାନଙ୍କୁ ଐକ୍ୟବଦ୍ଧ ହୋଇ ତା’ର ମୁକାବିଲା କରିବାକୁ ଆହ୍ବାନ ଦେଇଥିଲେ। ବିଶେଷକରି ପିଏନ୍‌ବିରେ ସଂଘ କାର୍ଯ୍ୟକଳାପର ବିବରଣୀ ଦେବା ସହ ବ୍ୟାଙ୍କର କୌଣସି କର୍ମଚାରୀବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସେହିଭଳି ମହାସଂଘର ସଭାପତି ମହେନ୍ଦ୍ର ପାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ୟୁନିୟନର ଐକ୍ୟବଦ୍ଧ ଆନ୍ଦୋଳନର ପ୍ରଶଂସା କରିବା ସହ ମହାସଂଘ ସର୍ବଦା ଓଡ଼ିଶାର ୟୁନିୟନ୍‌କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡାଙ୍କ ଅନୁପସ୍ଥିତିରେ ୟୁନିୟନ୍‌ର ଅଧ୍ୟକ୍ଷ ପଶୁପତିନାଥ ଚାଟାର୍ଜୀ ତାଙ୍କର ପ୍ରେରିତ ବାର୍ତ୍ତା ପାଠ କରିଥିଲେ। ଅପରପକ୍ଷରେ ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ଅନ୍ୟତମ ସମ୍ପାଦକ ଦେବାଶିଷ ରାୟ ଉକ୍ତ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରୁ ପିଏନ୍‌ବି ୟୁନିୟନ୍‌ ସଭାପତି ଦୀପକ ହାଜରା, ସାଧାରଣ ସମ୍ପାଦକ ଜୟଜିତ ସରକାର, ଉପସଭାପତି ଆଶିଷ ବାନାର୍ଜୀ ଓ ଉପସାଧାରଣ ସମ୍ପାଦକ ସୁନୀତା ଗିରି ମଧ୍ୟ ଉକ୍ତ ସମ୍ମିଳନୀରେ ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ୟୁନିୟନ୍‌ର ମହିଳାସାଥୀମାନେ ଓଡ଼ିଶାର ଜାତୀୟ ସଙ୍ଗୀତ‘ ବନ୍ଦେ ଉକତ୍ଳ ଜନନୀ’ ଗାନ କରିଥିଲେ। ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମାନସିଂ ମଞ୍ଚ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ଲମ୍ବୋଦର ମିଶ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା। ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦୦ରୁ ଅଧିକ ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ଯୋଗଦେଇଥିଲେ। ଉକ୍ତ ଅଧିବେଶନ ଶେଷରେ ଆଗାମୀ ବର୍ଷମାନଙ୍କ ପାଇଁ ଏକ ୩୨ଜଣିଆ କମିଟି ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଲମ୍ବୋଦର ମିଶ୍ର ଅଧକ୍ଷ ହୋଇଥିବା ବେଳେ ବିଶୁଧ ଚକ୍ର ଦାସ ସଭାପତି ଏବଂ ରମେଶ ଚନ୍ଦ୍ର ମାନସିଂ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏପରିକି ସଂଘକୁ ଦିଶା ଦେବା ପାଇଁ ଅବସରପ୍ରାପ୍ତ ୭ଜଣଙ୍କୁ ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri