‘ଏକତା ବଜାୟ ରଖିବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୯।୧୨: ନିଖିଳ ଓଡ଼ିଶା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ କର୍ମଚାରୀ ସଂଘର ୧୫ତମ ସମ୍ମିଳନୀ ରବିବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏପରିକି ସଂଘର ଉପସଭାପତି ଅରୁଣ ପଟ୍ଟନାୟକଙ୍କ ନାମରେ ନାମିତ ମଞ୍ଚରେ ଅଖିଳ ଭାରତ ପିଏନ୍‌ବି ମହାସଂଘର ସାଧାରଣ ସମ୍ପାଦକ ପୃଥୀରାଜ ମେହେଟ୍ଟା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରି ଦେଶର ଅର୍ଥନୀତି ତଥା ବ୍ୟାଙ୍କିଙ୍ଗ ଶିଳ୍ପର ଦୁରବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିବା ସହ ଶ୍ରମିକମାନଙ୍କୁ ଐକ୍ୟବଦ୍ଧ ହୋଇ ତା’ର ମୁକାବିଲା କରିବାକୁ ଆହ୍ବାନ ଦେଇଥିଲେ। ବିଶେଷକରି ପିଏନ୍‌ବିରେ ସଂଘ କାର୍ଯ୍ୟକଳାପର ବିବରଣୀ ଦେବା ସହ ବ୍ୟାଙ୍କର କୌଣସି କର୍ମଚାରୀବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସେହିଭଳି ମହାସଂଘର ସଭାପତି ମହେନ୍ଦ୍ର ପାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ୟୁନିୟନର ଐକ୍ୟବଦ୍ଧ ଆନ୍ଦୋଳନର ପ୍ରଶଂସା କରିବା ସହ ମହାସଂଘ ସର୍ବଦା ଓଡ଼ିଶାର ୟୁନିୟନ୍‌କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡାଙ୍କ ଅନୁପସ୍ଥିତିରେ ୟୁନିୟନ୍‌ର ଅଧ୍ୟକ୍ଷ ପଶୁପତିନାଥ ଚାଟାର୍ଜୀ ତାଙ୍କର ପ୍ରେରିତ ବାର୍ତ୍ତା ପାଠ କରିଥିଲେ। ଅପରପକ୍ଷରେ ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ଅନ୍ୟତମ ସମ୍ପାଦକ ଦେବାଶିଷ ରାୟ ଉକ୍ତ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରୁ ପିଏନ୍‌ବି ୟୁନିୟନ୍‌ ସଭାପତି ଦୀପକ ହାଜରା, ସାଧାରଣ ସମ୍ପାଦକ ଜୟଜିତ ସରକାର, ଉପସଭାପତି ଆଶିଷ ବାନାର୍ଜୀ ଓ ଉପସାଧାରଣ ସମ୍ପାଦକ ସୁନୀତା ଗିରି ମଧ୍ୟ ଉକ୍ତ ସମ୍ମିଳନୀରେ ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ୟୁନିୟନ୍‌ର ମହିଳାସାଥୀମାନେ ଓଡ଼ିଶାର ଜାତୀୟ ସଙ୍ଗୀତ‘ ବନ୍ଦେ ଉକତ୍ଳ ଜନନୀ’ ଗାନ କରିଥିଲେ। ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମାନସିଂ ମଞ୍ଚ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ଲମ୍ବୋଦର ମିଶ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା। ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦୦ରୁ ଅଧିକ ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ଯୋଗଦେଇଥିଲେ। ଉକ୍ତ ଅଧିବେଶନ ଶେଷରେ ଆଗାମୀ ବର୍ଷମାନଙ୍କ ପାଇଁ ଏକ ୩୨ଜଣିଆ କମିଟି ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଲମ୍ବୋଦର ମିଶ୍ର ଅଧକ୍ଷ ହୋଇଥିବା ବେଳେ ବିଶୁଧ ଚକ୍ର ଦାସ ସଭାପତି ଏବଂ ରମେଶ ଚନ୍ଦ୍ର ମାନସିଂ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏପରିକି ସଂଘକୁ ଦିଶା ଦେବା ପାଇଁ ଅବସରପ୍ରାପ୍ତ ୭ଜଣଙ୍କୁ ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri