ୟୁବିଓଆଇର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପୁରସ୍କୃତ

ଭୁବନେଶ୍ୱର,୧୯।୧୨: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ନିକଟରେ ‘କ୍ଷେତ୍ରୀୟ ରାଜଭାଷା ପୁରସ୍କାର’ରେ ପୁରସ୍କୃତ କରାଯାଇଛି। ବିଶେଷକରି ୨୦୨୦-୨୧ ବର୍ଷ ପାଇଁ ‘ଗ’ କ୍ଷେତ୍ରରେ ଉତ୍କୃଷ୍ଟ ରାଜଭାଷା କାର୍ଯ୍ୟାନ୍ବୟନ ନିମନ୍ତେ ଗୃହ ମନ୍ତ୍ରଣାଳୟ, ରାଜଭାଷା ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି। ଏପରିକି ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌-ଆଇଆଇଏମ୍‌ଟି ସମ୍ମିଳନୀ କକ୍ଷରେ ଆୟୋଜିତ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ସମ୍ମିଳିତ ରାଜଭାଷା ପୁରସ୍କାର ସମ୍ମିଳନୀ ଅବସରରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ର ୟୁବିଓଆଇ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।

ସେହିଭଳି କଟକ କ୍ଷେତ୍ରର ପୂର୍ବତନ ରାଜଭାଷା ପ୍ରଭାରୀ ଅଖିଳେଶ କୁମାର ଏ ସମ୍ବନ୍ଧୀୟ ପ୍ରଶଂସାପତ୍ର ମଧ୍ୟ ପ୍ରାପ୍ତ କରିଥିଲେ। ଉକ୍ତ ସମ୍ମିଳନୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର କ୍ଷେତ୍ର ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଅପରପକ୍ଷରେ କଟକ କ୍ଷେତ୍ରର ବର୍ତ୍ତମାନର ରାଜଭାଷା ପ୍ରଭାରୀ କୁନ୍ଦନ ଭଗତ, ଭୁବନେଶ୍ୱର ପ୍ରବନ୍ଧକ ସୁଶ୍ରୀ ପ୍ରୀତିଶ, କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରର ସହାୟକ ପ୍ରବନ୍ଧକ ସିଦ୍ଧାର୍ଥ ଶେଖରଙ୍କ ସମେତ ଅନ୍ୟ ରାଜଭାଷା ପ୍ରଭାରୀମାନେ ମଧ୍ୟ ଉକ୍ତ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ସମ୍ମିଳନୀ ସ୍ଥାନରେ ରାଜଭାଷା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କିଷାନ ଖାତାର ବାଲାନ୍ସ ଜାଣିବାର ସହଜ ଉପାୟ

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦ୍ୱାରା କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୨୦୧୯ରୁ ଆରମ୍ଭ ହୋଇଥିବା ଏହି...

ଭାରତକୁ ବିଶ୍ୱ ଲିଡର କରିବ ସଂସ୍କାରଧାରା

ଅର୍ଥନୀତିରେ ପରିବର୍ତ୍ତନ ଧାରା ଆଣିବା ଲାଗି ବିଭିନ୍ନ ଗଠନମୂଳକ ପଦକ୍ଷେପ ନେବା ଉପରେ ଦେଶର ଶିଳ୍ପ ଜଗତ ଗୁରୁତ୍ୱାରୋପ କରିଛି। ଦେଶର ପ୍ରମୁଖ ଶିଳ୍ପ ନେତାମାନେ...

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଏହି ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚାଇନାର ଓ୍ବାଟର କିଙ୍ଗ୍‌ ବ୍ୟବସାୟୀ ଝୋଙ୍ଗ ଶାନ୍‌ଶାନ। ଝୋଙ୍ଗ ଏବେ ଏସିଆର...

୨ ଦିନ ବନ୍ଦ ରହିବ ମାରୁତି ସୁଜୁକି ପ୍ଲାଣ୍ଟ; ମାନ୍ଦାବସ୍ଥା ଯୋଗୁ ୨୦୧୨ ପରେ ପ୍ରଥମ

ନୂଆଦିଲ୍ଲୀ,୫ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବରୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକି ୨ଦିନ ୭ ଓ ୯ ତାରିଖରେ ହରିୟାଣାସ୍ଥିତ ଗୁଡ଼ଗାଓ...

ରେଲ୍‌ଓ୍ବେର ପ୍ରକୃତ ଅପରେଟିଂ କଷ୍ଟ୍‌ ଦେଖାଯାଇନି:ସିଏଜି

  ନୂଆଦିଲ୍ଲୀ: କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାରତୀୟ ରେଲ୍‌ଓ୍ବେର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇଥିବା...

୫୦୦ରୁ ଅଧିକ ପରିବାରକୁ ଗୃହନିର୍ମାଣ ସହାୟତା

ଭୁବନେଶ୍ୱର,୧୧।୧୧:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସିଏସ୍‌ଆର୍‌ ଶାଖା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ‘ପ୍ରୋଜେକ୍ଟ ଆସିଆନା’ର ଶୁଭାରମ୍ଭ କରାଯାଇଛି। ଉକ୍ତ...

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୬୦୦ ଦିନ ବୈଧତା ପ୍ଲାନ୍‌, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା।...

ମେଟ୍ରୋ କମ୍ପ୍ୟୁଟେକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୯।୧୧: ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକ ଆଇଟି ଓ ଟୋକ୍ନୋଲୋଜି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଶେଷକରି ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଉଭୟ...

Advertisement
Archives

Model This Week