ରୁଚିକୁ ଗୁରୁତ୍ୱ ଦେଲେ ଲୋକେ ଖବରକାଗଜ ପଢ଼ିବେ: ତଥାଗତ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨ା୨: ରାୟଗଡ଼ା ପ୍ରେସ୍‌ ୟୁନିୟନର ୭ମ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ତେଜସ୍ବୀ ଇଣ୍ଟରନ୍ୟାଶନାଲ ହୋଟେଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଗଣମାଧ୍ୟମରେ ପୋଷ୍ଟମର୍ଟମ ରିପୋର୍ଟର ନ ହୋଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଓ ବିକାଶ ଘଟିବା ଭଳି ଖବର ପ୍ରକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। କରୋନା ପରେ ଖବରକାଗଜ ବିକ୍ରି କମିଥିଲେ ମଧ୍ୟ କପି ପେଷ୍ଟ ନ୍ୟୁଜ୍‌ ନ କରି ପାଠିକା ପାଠକଙ୍କ ରୁଚିକୁ ଗୁରୁତ୍ୱ ଦେଲେ ଲୋକେ କାଗଜକୁ ପଢ଼ିବେ। ଗଣମାଧ୍ୟମ ପ୍ରଥମ ସ୍ତମ୍ଭ। ସତ୍ୟ ଓ ନିର୍ଭୁଲ୍‌ ଖବର ପ୍ରକାଶ କରିବା ସହ ‘ନ୍ୟୁଜ୍‌ ୟୁ କ୍ୟାନ୍‌ ୟୁଜ୍‌’କୁ ଲକ୍ଷ୍ୟ ଭାବେ ଗ୍ରହଣକଲେ ଆମେ ନିଶ୍ଚୟ ଭଲ ଗଣମାଧ୍ୟମ ହୋଇପାରିବା ବୋଲି ତଥାଗତ ଏଠାରେ କହିଛନ୍ତି। ଏବେ ଅନେକ ଗଣମାଧ୍ୟମ ଆସିଲାଣି। ଆଧୁନିକୀକରଣ ସହ ତାଳଦେଇ ଗଣମାଧ୍ୟମର ସ୍ପିଡ୍‌, ଚରିତ୍ର ଏବଂ ଆଭିମୁଖ୍ୟ ବଦଳୁଛି। ତେଣୁ ଏହାସହ ତାଳଦେଇ ଖବର ପରିବେଷଣ କରିବାକୁ ପଡ଼ିବ। ନିଜର ଲେଖା ମାଧ୍ୟମରେ ହିଁ ଆଗାମୀ ଦିନ ପାଇଁ ଇତିହାସ ସୃଷ୍ଟି କରିବା ବୋଲି ତଥାଗତ କହିଛନ୍ତି।

ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ ସତ୍ୟ ଏବଂ ନିର୍ଭୁଲ୍‌ ଖବର ପରିବେଷଣ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଗଣମାଧ୍ୟମ ନିର୍ଯାତିତ ଓ ନିଷ୍ପେଷିତଙ୍କ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ବର୍ଣ୍ଣ ସେତୁ ଆଶ୍ରମର ସାଧ୍ୱୀ ସଞ୍ଜୁକ୍ତା କହିଛନ୍ତି, ଲୋକେ ଗଣମାଧ୍ୟମକୁ ବିଶ୍ୱାସ କରନ୍ତି, ତେଣୁ ଏହି ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ପ୍ରେସ୍‌ ୟୁନିୟନର ସଭାପତି ମାଉଡ଼ି ବାରିକ ଓ ସାଧାରଣ ସମ୍ପାଦକ ଶିବାଜୀ ଦାସ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲ୍ୟାଣସିଂହପୁରର ସାମାଜିକ କର୍ମୀ ମହମ୍ମଦ କାସିମ୍‌ ଏବଂ ଆପଲସ୍ବାମୀ କାଡ୍ରାକାଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ଅତିଥିଙ୍କ ମଧ୍ୟରେ ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡି.କେ. ମହାନ୍ତି, ଡିଆଇପିଆର୍‌ଓ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିନୋଦ ପଣ୍ଡା, ଜେକେ କାଗଜକଳର ଲୋକ ସମ୍ପର୍କ ବିଭାଗ ଅଧିକାରୀ ହରିହର ଖମାରି, ମିଲନ ଲେଙ୍କା, ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦିଶା ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ପ୍ରେସ୍‌ ୟୁନିୟନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ, ସଦସ୍ୟ ରଶ୍ମିରଞ୍ଜନ ଦୋରା ଏବଂ ୟୁନିୟନର ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri