ରୁଚିକୁ ଗୁରୁତ୍ୱ ଦେଲେ ଲୋକେ ଖବରକାଗଜ ପଢ଼ିବେ: ତଥାଗତ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨ା୨: ରାୟଗଡ଼ା ପ୍ରେସ୍‌ ୟୁନିୟନର ୭ମ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ତେଜସ୍ବୀ ଇଣ୍ଟରନ୍ୟାଶନାଲ ହୋଟେଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଗଣମାଧ୍ୟମରେ ପୋଷ୍ଟମର୍ଟମ ରିପୋର୍ଟର ନ ହୋଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଓ ବିକାଶ ଘଟିବା ଭଳି ଖବର ପ୍ରକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। କରୋନା ପରେ ଖବରକାଗଜ ବିକ୍ରି କମିଥିଲେ ମଧ୍ୟ କପି ପେଷ୍ଟ ନ୍ୟୁଜ୍‌ ନ କରି ପାଠିକା ପାଠକଙ୍କ ରୁଚିକୁ ଗୁରୁତ୍ୱ ଦେଲେ ଲୋକେ କାଗଜକୁ ପଢ଼ିବେ। ଗଣମାଧ୍ୟମ ପ୍ରଥମ ସ୍ତମ୍ଭ। ସତ୍ୟ ଓ ନିର୍ଭୁଲ୍‌ ଖବର ପ୍ରକାଶ କରିବା ସହ ‘ନ୍ୟୁଜ୍‌ ୟୁ କ୍ୟାନ୍‌ ୟୁଜ୍‌’କୁ ଲକ୍ଷ୍ୟ ଭାବେ ଗ୍ରହଣକଲେ ଆମେ ନିଶ୍ଚୟ ଭଲ ଗଣମାଧ୍ୟମ ହୋଇପାରିବା ବୋଲି ତଥାଗତ ଏଠାରେ କହିଛନ୍ତି। ଏବେ ଅନେକ ଗଣମାଧ୍ୟମ ଆସିଲାଣି। ଆଧୁନିକୀକରଣ ସହ ତାଳଦେଇ ଗଣମାଧ୍ୟମର ସ୍ପିଡ୍‌, ଚରିତ୍ର ଏବଂ ଆଭିମୁଖ୍ୟ ବଦଳୁଛି। ତେଣୁ ଏହାସହ ତାଳଦେଇ ଖବର ପରିବେଷଣ କରିବାକୁ ପଡ଼ିବ। ନିଜର ଲେଖା ମାଧ୍ୟମରେ ହିଁ ଆଗାମୀ ଦିନ ପାଇଁ ଇତିହାସ ସୃଷ୍ଟି କରିବା ବୋଲି ତଥାଗତ କହିଛନ୍ତି।

ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ ସତ୍ୟ ଏବଂ ନିର୍ଭୁଲ୍‌ ଖବର ପରିବେଷଣ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଗଣମାଧ୍ୟମ ନିର୍ଯାତିତ ଓ ନିଷ୍ପେଷିତଙ୍କ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ବର୍ଣ୍ଣ ସେତୁ ଆଶ୍ରମର ସାଧ୍ୱୀ ସଞ୍ଜୁକ୍ତା କହିଛନ୍ତି, ଲୋକେ ଗଣମାଧ୍ୟମକୁ ବିଶ୍ୱାସ କରନ୍ତି, ତେଣୁ ଏହି ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ଅନ୍ୟତମ ଅତିଥି ଭାବେ ପ୍ରେସ୍‌ ୟୁନିୟନର ସଭାପତି ମାଉଡ଼ି ବାରିକ ଓ ସାଧାରଣ ସମ୍ପାଦକ ଶିବାଜୀ ଦାସ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲ୍ୟାଣସିଂହପୁରର ସାମାଜିକ କର୍ମୀ ମହମ୍ମଦ କାସିମ୍‌ ଏବଂ ଆପଲସ୍ବାମୀ କାଡ୍ରାକାଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ଅତିଥିଙ୍କ ମଧ୍ୟରେ ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡି.କେ. ମହାନ୍ତି, ଡିଆଇପିଆର୍‌ଓ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିନୋଦ ପଣ୍ଡା, ଜେକେ କାଗଜକଳର ଲୋକ ସମ୍ପର୍କ ବିଭାଗ ଅଧିକାରୀ ହରିହର ଖମାରି, ମିଲନ ଲେଙ୍କା, ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦିଶା ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ପ୍ରେସ୍‌ ୟୁନିୟନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ, ସଦସ୍ୟ ରଶ୍ମିରଞ୍ଜନ ଦୋରା ଏବଂ ୟୁନିୟନର ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri