‘ମାନବ ସମ୍ବଳ ପରିଚାଳନାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଶିଳ୍ପ ସଂଘ ଦ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ) ପକ୍ଷରୁ ଏକ ଦିନିକିଆ ଏଚ୍‌ଆର୍‌ (ମାନବ ସମ୍ବଳ) ଲିଡରଶିପ୍‌ କନ୍‌କ୍ଲେଭ୍‌ ଆଣ୍ଡ ଆୱାର୍ଡ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ବୁଧବାର ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଏକ ହୋଟେଲ ପରିସରରେ ଆୟୋଜିତ ଆଓ୍ବାର୍ଡ କାର୍ଯ୍ୟକ୍ରମ ଆସୋଚାମର ପ୍ରମୁଖ ସଦସ୍ୟ ଏବଂ ଏମ୍‌ଜିଏମ୍‌ ମିନେରାଲ୍ସର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଷ୍ଟାର୍ଟ ଅଫ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓଁକାର ରାୟ, ବେଦାନ୍ତ ଲିମିଟେଡ୍‌ ସଭାପତି (ଓଡ଼ିଶା, ଛତିଶଗଡ଼) ତପନ କୁମାର ଚାନ୍ଦ, ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ର ଗ୍ରୁପ୍‌ ହେଡ୍‌ ସିଏସ୍‌ଆର୍‌ ଏଜୁକେସନ୍‌ ସଷ୍ଟେନେବିଲିଟି ପ୍ରଶାନ୍ତ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍ମଶାଳା (କନ୍‌କ୍ଲେଭ)ର ଉଦ୍‌ଘାଟନ କରିଥିଲେ। ଏପରିକି ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ବର୍ତ୍ତମାନ ଏବଂ ଭବିଷ୍ୟତର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ବର୍ତ୍ତମାନର ପରିବର୍ତ୍ତିତ ସମୟରେ ବାଣିଜ୍ୟଗୁଡ଼ିକ ସାମ୍ନାରେ ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଚକୁ ସାମ୍ନା କରିବା, ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ଲାଗି ଆବଶ୍ୟକ କୌଶଳ ବିକଶିତ କରିବା ଦିଗରେ ଶିଳ୍ପ ଅଂଶୀଦାରଙ୍କ ଏକ ପ୍ଲାଟ୍‌ଫର୍ମ ଯୋଗାଣ ଲକ୍ଷ୍ୟରେ ଏଭଳି କର୍ମଶାଳା ବେଶ୍‌ ସହାୟକ ହେବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ସେହିପରି ଶିଳ୍ପ କ୍ଷେତ୍ରରେ ଏଚ୍‌ଆର୍‌ (ମାନବ ସମ୍ବଳ)ର ପରିବର୍ତ୍ତିତ ଧାରା, ଶିଳ୍ପ ଲାଗି ଶ୍ରମଶକ୍ତି, ଶ୍ରମଶକ୍ତି ପରିଚାଳନା, ଡିଜିଟାଲୀକରଣ ଏବଂ ବାଣିଜ୍ୟ କ୍ଷେତ୍ରରେ ଏ ସବୁର ପ୍ରଭାବ, ପରିଚାଳନା ଦକ୍ଷତା, ନୂଆ କୌଶଳ, ପରିବର୍ତ୍ତିତ ଧାରା ସହ ତାଳ ଦେଇ ଉଚ୍ଚ ଅଭିବୃଦ୍ଧି ବଜାୟ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଅପରପକ୍ଷରେ ବାଣିଜ୍ୟ କ୍ଷେତ୍ରରେ ମାନବ ସମ୍ବଳର ନିବେଶ ବଢ଼ାଇବାକୁ ମଧ୍ୟ ଅତିଥିମାନେ ବେଶ୍‌ ଗୁରୁତ୍ୱ ଦେଇଥିଲେ। ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଉକ୍ତ କର୍ମଶାଳା ବିଶେଷ ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜଣାଶୁଣା ସଂସ୍ଥାର ଏଚ୍‌ଆର୍‌ କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଆସୋଚାମ ଓଡ଼ିଶା ଶାଖାର ନୋଡାଲ ଅଫିସର ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁ ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri