ଶ୍ରେଷ୍ଠତା ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୧୧: ଓଡ଼ିଶା ଖଣି ନିଗମ (ଓଡ଼ିଶା ମାଇନିଂ କର୍ପୋରେଶନ ବା ଓଏମ୍‌ସି) ର ନୂତନ ପଦକ୍ଷେପ ‘ୟୁରୋପୀୟ ଫାଉଣ୍ଡେଶନ ଫର୍‌ କ୍ୱାଲିଟି ମ୍ୟାନେଜମେଣ୍ଟ (ଇଏଫକ୍ୟୁଏମ୍‌) କାର୍ଯ୍ୟାନ୍ବୟ’କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଏମସି ଅଧ୍ୟକ୍ଷ ତଥା ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏମ୍‌ସିର ଏମଡି ବଳଓ୍ବନ୍ତ ସିଂହ, ନିର୍ଦ୍ଦେଶକ (ଅର୍ଥ) ସତ୍ୟଜିତ ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ପ୍ରୋଜେକ୍ଟ ଓ ପ୍ଲାନିଂ) କ୍ଷୀରୋଦ ଚନ୍ଦ୍ର ବ୍ରହ୍ମାଙ୍କ ସମେତ କାର୍ଯ୍ୟକାରୀ ସହଯୋଗୀ ସଙ୍ଗଠନ ଅଧିକାରୀ ନୀଳାଦ୍ରି ଭଟ୍ଟାଚାର୍ଯ୍ୟ ଏବଂ ନିତେଶ ଜୈନ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ନିଗମର ବିକାଶମୂଳକ ତଥା ଯୁଗାନ୍ତକାରୀ ଯାତ୍ରାକୁ ଆହୁରି ସୁଦୃଢ କରିବା ସହିତ ଓଏମସିକୁ ବିଶ୍ୱସ୍ତରରେ ପରିଚିତ କରାଇବା ସହ ବିଶ୍ୱର ପ୍ରସିଦ୍ଧ କମ୍ପାନୀମାନଙ୍କ ମଧ୍ୟରେ ସ୍ଥାନ ଦେବା ଏବଂ ବ୍ୟବସାୟ ଓ ପରିଚାଳନା ଲକ୍ଷ୍ୟ ହାସଲ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ଇଏଫକ୍ୟୁଏମ୍‌ ଫ୍ରେମଓ୍ବାର୍କ ଲାଗୁ କରିଛି। ଏ ସମ୍ପର୍କରେ ଓଏମସିର ଅଧ୍ୟକ୍ଷ କହିଛନ୍ତି, ପ୍ରତିଷ୍ଠା ପରଠାରୁ ଓଏମସି ଅନେକ ସଫଳତା ହାସଲ କରିଛି। ଓଏମସିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀ ହେବା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ଉତ୍କର୍ଷ ଢାଞ୍ଚାକୁ ପଥ ପ୍ରଦର୍ଶକ ନୀତି ଭାବେ ଗ୍ରହଣ କରିଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ। ସେହିଭଳି ଓଏମସିର ଏମଡି ବଳବନ୍ତ ସିଂହ କହିଥିଲେ, ଗତବର୍ଷ ୩୦ନିୟୁତ ଟନ୍‌ କଞ୍ଚାମାଲ ଉତ୍ପାଦନ ସହିତ ଓଏମସିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫,୦୦୦ କର୍ମଚାରୀ କାର୍ଯ୍ୟରତ ଏବଂ ସରକାରଙ୍କ ୫-ଟି ପଦକ୍ଷେପ ଦ୍ୱାରା ଏହା ଅନୁପ୍ରାଣିତ ହୋଇଛି। ଓଡ଼ିଶା ଏକ ରୂପାନ୍ତରଣ ଯାତ୍ରା ଦେଇ ଗତି କରୁଛି, ଏହି ପରିବର୍ତ୍ତନ ପାଇଁ ଓଏମସି ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ଉତ୍କର୍ଷ ଢାଞ୍ଚା ଗ୍ରହଣ କରିବାକୁ ଚାହୁଁଥିଲା, ଯାହା ପାଇଁ ଆଜି ଏକ ମାଇଲଖୁଣ୍ଟ ହୋଇଛି,କାରଣ ଆମେ ଓଏମସିରେ ଇଏଫଜେଡଏମ କାର୍ଯ୍ୟାନ୍ବୟନକୁ ଗ୍ରହଣ କରିବାକୁ ଆରମ୍ଭ କରିଛୁ। ଅପରପକ୍ଷରେ ନିର୍ଦ୍ଦେଶକ (ଏଚଆର) ଆଲୋକ କୁମାର ପାଲ ସ୍ବାଗତ ଅଭିଭାଷଣ ସହିତ ଓଏମସିର ନୂତନ ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଇଏଫଜେଡଏମର ସିଇଓ ରସେଲ ଏବଂ ଡେପୁଟି ସିଇଓ ଜିଆନଲୁକା ମୁଲେ ଭିସି ଜରିଆରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri