କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ବାଣିଜ୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥାଏ। ବିଶେଷକରି କମ୍ପାନୀରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ସମାନ ନିୟମ ଓ ସୁବିଧା ଉପଲବ୍ଧ। ଏପରିକି କମ୍ପାନୀ ବିଶ୍ୱସ୍ତରୀୟ ପ୍ଲାଣ୍ଟ ପରିଚାଳନା କରି କର୍ମଚାରୀଙ୍କ ପାଇଁ ସମସ୍ତ ଆବଶ୍ୟକତାକୁ ମଧ୍ୟ ପୂରଣ କରିଛି। ସେହିଭଳି କମ୍ପାନୀର ପ୍ଲାଣ୍ଟଗୁଡିକ ଅର୍ଦ୍ଧ ସହରୀ ଗ୍ରାମାଞ୍ଚଳରେ ଅବସ୍ଥିତ ହୋଇଥିଲେ ମଧ୍ୟ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ସମସ୍ତ ଆବଶ୍ୟକ ସୁବିଧା ଉପଲବ୍ଧ କରାଇଛି। କମ୍ପାନୀ ଓଡ଼ିଶାର ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲା ସହିତ ଛତିଶଗଡ଼ର କୋର୍ବାଠାରେ ମଧ୍ୟ କାରଖାନା କରିଥିବାବେଳେ ଝାରସୁଗୁଡ଼ାରେ ବିଶ୍ୱର ବୃହତ୍‌ ଏକକ ଅବସ୍ଥାନ ଆଲୁମିନିୟମ ସ୍ମେଲଟିଂ ଅପରେଶନ କାରଖାନା ଥିବାବେଳେ କଳାହାଣ୍ଡିର ଲାଞ୍ଜିଗଡ଼ରେ କମ୍ପାନୀର ଆଲୁମିନା ରିଫାଇନେରି ରହିଛି। ସେହିପରି ଛତିଶଗଡ଼ର କୋର୍ବାଠାରେ ବାଲ୍‌କୋର ଆଇକନିକ ଆଲୁମିନିୟମ କାରଖାନା କାର୍ଯ୍ୟକ୍ଷମ ରହିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ(ଆଲୁମିନିୟମ ବିଜ୍‌ନେସ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ସର୍ବଦା ଆମର କର୍ମଚାରୀମାନଙ୍କର ପିତାମାତାଙ୍କୁ ଗୁରୁତ୍ୱ ଦେଉଛୁ, ଏପରିକି ପିତାମାତା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବାବେଳେ ଆମେ ଆମ କର୍ମକ୍ଷେତ୍ରରେ ମଧ୍ୟ ଏହାକୁ ପାଳନ ଓ ସମର୍ଥନ କରିବା ଉଚିତ। ବିଶେଷକରି ସେଥିପାଇଁ ଆମେ ଏକ ସହାୟକ ଇକୋ ସିଷ୍ଟମ ମଧ୍ୟ ରଖିଛୁ, ଆମର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସଶକ୍ତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରୁଛୁ। ସେହିଭଳି ବାଲ୍‌କୋର ସିଇଓ ତଥା ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତି, ଆମେ ଏକ ପରିବଶେ ସୃଷ୍ଟି କରିଛୁ,ଯେଉଁଠାରେ ନମନୀୟ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ କର୍ଯ୍ୟଭାରକୁ ଅଧିକ ଉତ୍ସାହିତ କରିବା ଏବଂ କାର୍ଯ୍ୟ ସନ୍ତୁଳନତା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ। ଅପରପକ୍ଷରେ କମ୍ପାନୀ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଉତ୍କୃଷ୍ଟ ଆବାସିକ ଟାଉନଶିପ ସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri