ପାନୀୟଜଳ, ଶିକ୍ଷା ଓ ଉନ୍ନୟନମୂଳକ କାମକୁ ଗୁରୁତ୍ୱ

ରାଜନଗର, ୧୩ା୫ (ଡି.ଏନ.ଏ.): ରାଜନଗର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ ନଳକୂପ ଖନନ, ମେଗା ପାନୀୟଜଳ ପ୍ରକଳ୍ପର ଅଗ୍ରଗତି, ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂପ ମରାମତି ଉପରେ ଆଲୋଚନା କରାଯାଇଥିଲା। ଶିକ୍ଷା ଓ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାମ କିପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଲ୍‌ କରାଯିବ, ସେ ନେଇ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରାପଡ଼ା ଜିଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜନଗର ଗସ୍ତରେ ଆସି ବଗପାଟିଆ ଥଇଥାନ ପ୍ରକଳ୍ପ, ମା’ ପଞ୍ଚୁବରାହୀ ମନ୍ଦିର, କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର, କେରେଡ଼ାଗଡ଼ସ୍ଥିତ ଶ୍ରୀମଦ୍‌ ବାୟାବାବାଙ୍କ ଜନ୍ମପୀଠ ଆଶ୍ରମ ପରିଦର୍ଶନ କରିଥିଲେ। ୫-ଟି ସଚିବଙ୍କ ଗସ୍ତର ଗୋଟିଏ ଦିନ ପରେ ବଗପାଟିଆ ଥଇଥାନ ପ୍ରକଳ୍ପକୁ ୨୨ କୋଟି ୫୨ ଲକ୍ଷ ଟଙ୍କା ଓ ରାଜନଗର କଲେଜକୁ ୨ କୋଟି ୨୫ ଲକ୍ଷ ଟଙ୍କା ଏବଂ ରାଜନଗରର ଅନ୍ୟ ସମସ୍ତ ମହାବିଦ୍ୟାଳୟକୁ ପର୍ଯ୍ୟାପ୍ତ ଆର୍ଥତ୍କ ଅନୁଦାନ ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ବିଧାୟକ ଧ୍ରୁବ ସାହୁଙ୍କୁ ଧନ୍ୟବାଦ ଦେବାକୁ ପ୍ରସ୍ତାବ ଆଗତ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟାସଭ୍ୟ ଏହାକୁ ସମର୍ଥନ କରିଥିଲେ। ବର୍ତ୍ତମାନ ପ୍ରବଳ ଖରା ଯୋଗୁ କିଛି ସ୍ଥାନରେ ନଳକୂପ ଅଚଳ ହୋଇପଡିଛି। ବିଧାୟକ ସାହୁ ବୈଠକରେ ଉପସ୍ଥିତ ରହି ପ୍ରତ୍ୟେକ ପଞ୍ଚାୟତ ସେମାନଙ୍କ ଟାଏଡ଼ ଫଣ୍ଡରୁ ଗୋଟିଏ ଲେଖାଏ ନଳକୂପ ଖୋଳିବାକୁ ଅର୍ଥ ଦିଅନ୍ତୁ, ପଞ୍ଚାୟତ ସମିତି ଓ ଜିଲାପରିଷଦ ଆଉ ଗୋଟିଏ ନଳକୂପ ଖୋଳିବାକୁ ଅର୍ଥ ଦିଅନ୍ତୁ। ଫଳରେ ଗୋଟିଏ ପଞ୍ଚାୟତରେ ନିହାତି ଆବଶ୍ୟକ ଥିବା ସ୍ଥାନରେ ୨ଟି ନଳକୂପ ଖୋଳି ହେବ। ଏଥିସହ ଯେଉଁଠି ପାଣିର ଉତ୍ସ ଅଛି, ଅର୍ଥାତ୍‌ ପମ୍ପ ହାଉସ୍‌ ଅଛି, ସେଠାରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଯୁଦ୍ଧକାଳୀନ ଭିତ୍ତିରେ ପାଇପ ବିଛାଇବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜନଗର ବ୍ଲକରେ ନଳକୂପ ସଜାଡ଼ିବାକୁ ଗୋଟିଏ ଭ୍ୟାନ ବୁଲୁଛି। ଫଳରେ ଠିକ୍‌ ସମୟରେ ନଳକୂପ ସଜାଡ଼ିବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ଆସୁଛି। ଖରାଦିନ ଶେଷ ହେବା ଯାଏ ବ୍ଲକର ୩ଟି ଜୋନରେ ୩ଟି ନଳକୂପ ରିପ୍ୟାରିଂ ଭ୍ୟାନ ବୁଲିବ ବୋଲି ବୈଠକରେ ନିଷ୍ପତ୍ତିି ନିଆଯାଇଛି। କାୟାକଳ୍ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାରା ରାଜ୍ୟରେ ୧୬ତମ ସ୍ଥାନରେ ରହିଛି। ଏଥିପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା। ସବୁଠୁ ବଡ଼କଥା ହେଲା ବ୍ଲକରେ କାମ ହେବା ପରେ ବିଲ୍‌ ପାଇଁ ମାସ ମାସ ସମୟ ଲାଗିଯାଉଛି। ଯାହାକୁ ନେଇ ବୈଠକରେ ଅଧିକାଂଶ ସଭ୍ୟାସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। କାମ ହେବାର ଗୋଟିଏ ସପ୍ତାହ ଭିତରେ ବିଲ ହେବ। ଫାଇଲ କାହା ପାଖରୁ କାହା ପାଖକୁ ଯାଉଛି, ସେ ନେଇ ଲଗ୍‌ବୁକ ମେଣ୍ଟେନ ହେବ, ଫଳରେ କାହା ପାଖରେ ଫାଇଲ ପଡ଼ି ରହୁଛି, ତାହା ଜଣାପଡ଼ିବ। ଏଣିକି ବିଲ ହେବାରେ ବିଳମ୍ବ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ରାଜନଗର ବ୍ଲକରେ କେଉଁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଠିକ୍‌ ନାହିଁ, ତାହାର ଏକ ତାଲିକା ପ୍ରସ୍ତୁତ କରି ବ୍ଲକ ପ୍ରଶାସନକୁ ଜଣାଇବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ। ଜଳ ଓ ପରିମଳ ବିଭାଗ ପକ୍ଷରୁ ସ୍ବଚ୍ଛ ଭାରତ ମିଶନରେ ବ୍ୟକ୍ତିଗତ ପାଇଖାନା ପ୍ରଦାନରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ। ଏବିଡିଓ ଏହି କମିଟିର ଅଧ୍ୟକ୍ଷ ରହିବେ ଓ ବ୍ଲକର ନିର୍ବାହୀ ଯନ୍ତ୍ରୀ ଏହାର ନୋଡାଲ ଅଫିସର ରହିବେ। ତୁରନ୍ତ ବଞ୍ଚତ୍ତ ହିତାଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ବ୍ୟକ୍ତିଗତ ପାଇଖାନା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଡିଓ ସମୀର କୁମାର ବେହେରା କିପରି ଠିକ୍‌ ସମୟରେ କାମ ହେବ ଓ ବିଲ୍‌ ହେବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ, ଜିଲାପରିଷଦ ସଭ୍ୟା ଖୁକୁମିନା କୁଅଁର, ସୁରେନ୍ଦ୍ର ପ୍ରସାଦ ରାଉତ, ତହସିଲଦାର ଅଶ୍ୱିନୀ କୁମାର ଭୂୟଁା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମୀ ରଞ୍ଜନ ମହାନ୍ତି, ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତି, ନିର୍ବାହୀଯନ୍ତ୍ରୀ ରାଜଲକ୍ଷ୍ମୀ ସାହୁ, ଜିପିଇଓ ଧର୍ମାନନ୍ଦ ବେହେରା, ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri