ଶୃଙ୍ଖଳିତ ନୀତି ସମ୍ପାଦନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୧୮ା୫: ମହାପ୍ରଭୁଙ୍କ ନୀତିରେ ଅନେକ ସମୟରେ ବିଳମ୍ବ ଘଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଉଥିଲେ ମଧ୍ୟ ସେହି ଅନୁସାରେ ନୀତି ହେଉ ନାହିଁ। ଫଳରେ ଅନେକ ସମୟରେ ନୀତି ବିଳମ୍ବ କାରଣରୁ ଶ୍ରୀବିଗ୍ରହମାନେ ଅନିଦ୍ରା ରହୁଛନ୍ତି। ଏପରିକି ଦିନର ନୀତି ରାତିରେ ହେଉଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ  ଦେଖାଦେଇଛି। ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ନୀତି ବିଳମ୍ବ ନେଇ ଆଲୋଚନା ହୋଇଛି। ଧାର୍ଯ୍ୟ ସମୟରେ ତଥା ଶୃଙ୍ଖଳିତ ଭାବେ ନୀତି ସମ୍ପନ୍ନ କରାଯିବା ଉପରେ ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସ୍ନାନପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରିବିଜେ ନିମନ୍ତେ ନୀତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଛି। ଆସନ୍ତା ୨୦ ତାରିଖରେ ଛତିଶା ନିଯୋଗ ବୈଠକ ବସି ଏ ସଂକ୍ରାନ୍ତରେ ନୀତି ନିର୍ଘଣ୍ଟ ଚୂନ୍ତାନ୍ତ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ନୃସିଂହ ଚତୁର୍ଦ୍ଦଶୀ ଅବସରରେ ନୀତି ବିଳମ୍ବ କାରଣରୁ ଭୋରୁ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ହୋଇଥିଲା। ଏପରକି ମହାପ୍ରଭୁଙ୍କ ରାତ୍ର ପହୁଡ଼ ହୋଇପାରି ନ ଥିଲା। ସେହିପରି ଜଳକ୍ରୀଡ଼ା ଏକାଦଶୀ ଦିନ ନୀତି ବିଳମ୍ବ ଯୋଗୁ ରାତ୍ର ପହୁଡ଼ ହୋଇ ନ ଥିଲା। ଫଳରେ ଶ୍ରୀବିଗ୍ରହମାନେ ଅନିଦ୍ରା ରହିଥିଲେ। ବାହାର ଚନ୍ଦନ ଯାତ୍ରା ସମୟରେ ମଧ୍ୟ କେତୋଟି ଦିନ ମହାପ୍ରଭୁଙ୍କ ଦିନଚାପ ଦିନରେ ହୋଇପାରି ନ ଥିଲା। ସମ୍ପ୍ରତି କିଛିଦିନ ହେବ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେଉଥିବା ପରିଲକ୍ଷିତ ହେଉଛି। ଏଥିଯୋଗୁ ମହାପ୍ରସାଦ ମଧ୍ୟ ଡେରିରେ ବାହାରୁଛି। ଅନେକ ଭକ୍ତ ମହାପ୍ରସାଦ ନ ପାଇ ଫେରୁଥିବା ଅଭିଯୋଗ ହେଉଛି। ମୁଖ୍ୟତଃ ସେବାୟତଙ୍କ ମଧ୍ୟରେ ସମନ୍ବୟର ଅଭାବ ଏହାର କାରଣ ବୋଲି କୁହାଯାଉଛି। ଏନେଇ ମହାସୁଆର ନିଯୋଗ ସଭାପତି ବୈଦ୍ୟନାଥ ମହାସୁଆର କହିଛନ୍ତି, ମନ୍ଦିରରେ ସମନ୍ବୟର ଅଭାବ ରହୁଛି। ତେଣୁ ଯେଉଁ ସମୟରେ ନୀତିକାନ୍ତି ହେବା କଥା, ସେହି ସମୟରେ ହୋଇପାରୁନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍‌। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର କହିଛନ୍ତି, ଆଗକୁ  ମହାପ୍ରଭୁଙ୍କ ବିଭିନ୍ନ ନୀତି ରହିଛି। ବିଶେଷ ଦିନଗୁଡ଼ିକରେ ଭକ୍ତମାନେ କିପରି ନିିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ସେବାୟତ ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ସଜାଗ ରହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ କହିଛନ୍ତି, ଦୁଇଦିନ ତଳେ ଏକାଦଶୀ ଓ ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଗହଳି ରହିଥିଲା। ବର୍ତ୍ତମାନ ଭିତର ଚନ୍ଦନ ଯାତ୍ରା ଚାଲିଛି। ଏଥିସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଭକ୍ତମାନେ ଦିନ ପରିବର୍ତ୍ତେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଆସୁଛନ୍ତି। ଏହାର ପ୍ରଭାବ ନୀତି ଉପରେ ପଡୁଛି। ସେହିପରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ବିଭିନ୍ନ ମେଶିନ ଓ ସାମଗ୍ରୀ ରହିଛି। ତେଣୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନୀତି ପରିଚାଳନା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଧ୍ୟାନ ଦିଆଯାଉଛି। ତେବେ ନୀତି ଯଦି ମନୁଷ୍ୟକୃତ ହେବା ନେଇ ଦୃଷ୍ଟିକୁ ଆସେ ତାହାହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କରାଯାଇପାରେ ବୋଲି ମୁଖ୍ୟ ପ୍ରଶାସକ ଦାସ କହିଛନ୍ତି।
  ଉଲ୍ଲେଖ ଥାଉ କି, ୨୦୧୯ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସମ୍ପାଦକମାନଙ୍କୁ ନୀତି ସମ୍ପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିିତା ରକ୍ଷା ପାଇଁ ଚିଠି କରାଯାଇଥିଲା। ଉକ୍ତ ଚିଠି ଅନୁଯାୟୀ, ନୀତି ସମ୍ପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହା କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ତେଣୁ ନୀତିରେ ଶୃଙ୍ଖଳା ଆସିପାରୁନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri