ଗ୍ରାହକ ସେବାକୁ ଗୁରୁତ୍ୱ

ପିଲାଟି ଦିନରୁ ଏକ ବ୍ୟବସାୟିକ ପରିବେଶ ମଧ୍ୟରେ ବଡ଼ ହୋଇଥିବାରୁ ମନରେ ମଧ୍ୟ ବ୍ୟବସାୟ ପ୍ରତି ଅନେକ ଦୁର୍ବଳତା ରହିଥିଲା। ବାଣିଜ୍ୟ ବିଭାଗର ମେଧାବୀ ଛାତ୍ର ସହ ଉଚ୍ଚତର ଶିକ୍ଷା ଓ ପାରିବାରିକ ବ୍ୟବସାୟ ଏକ ସଂଯୋଗ ଭାବେ ଜୀବନ ଯାତ୍ରାରେ ଯୋଡ଼ି ହୋଇଯାଇଥିଲା। ବିଶେଷକରି ବହୁ ଘାତପ୍ରତିଘାତ ମଧ୍ୟରେ ବ୍ୟବସାୟ ବଢ଼ାଇବା ସହ ନୂତନ ବ୍ୟବସାୟରେ ପାଦ ଦେଇ ଅନେକ ସଫଳତା ହାସଲ କରିଥିବା ବ୍ୟକ୍ତି ଜଣକ ସମାଜ ପାଇଁ ମଧ୍ୟ କିଛି କରିବାର ଭାବନା ବାସ୍ତବରେ ପରିଣତ କରୁଛନ୍ତି । ସେହି ସଫଳ ବ୍ୟବସାୟୀ ତଥା ଏସ୍‌ଜିବିଏଲ୍‌ ଅଟୋମୋବାଇଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ସୁନୀଲ ଗୁପ୍ତାଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର-୧: ଆପଣଙ୍କ ବାଲ୍ୟ ଜୀବନ କିପରି ଥିଲା?
ଉ- କଟକ ସହରର ନିମଚୌଡିଠାରେ ମୋର ଜନ୍ମ। ଏପରିକି ସ୍ଥାନୀୟ ଷ୍ଟିଓ୍ବାର୍ଟ ସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ ପରେ ଉଚ୍ଚ ଶିକ୍ଷା ପାଇଁ ରେଭେନ୍‌ଶା କଲେଜରେ ନାମ ଲେଖାଇଲି। ସମୟ କ୍ରମେ ସମ୍ପୃକ୍ତ କଲେଜରୁ ବାଣିଜ୍ୟ ସ୍ନାତକରେ ଡିଷ୍ଟିଙ୍ଗଶନ୍‌ ସହ କୃତକାର୍ଯ୍ୟ ହୋଇଥିଲି। ପରିବାର ଓ ପାଠପଢ଼ା ଏବଂ ବନ୍ଧୁ ପରିଜନଙ୍କ ସହ କଟକର ପାଣି ପବନ ମଧ୍ୟରେ ମୁଁ ମୋର ବାଲ୍ୟ ଜୀବନ କଟାଇଛି।
ପ୍ର-୨: ବୃତ୍ତିଗତ ଜୀବନ କିପରି ଆରମ୍ଭ ହୋଇଥିଲା?
ଉ- କଟକ ବଜାରରେ ଦୀର୍ଘ ବର୍ଷ ହେବ ଆମର ପାରିବାରିକ ବ୍ୟବସାୟ ରହିଥିଲା। ଏପରିକି କଟକ ମାଲଗୋଦାମଠାରେ ମୋ ବାପା ଶ୍ରୀନିବାସ ଗୁପ୍ତାଙ୍କର ଏକ ବ୍ୟବସାୟ ରହିଥିଲା। ସମୟକ୍ରମେ ସେବେଠାରୁ ବ୍ୟବସାୟ ପ୍ରତି ମନରେ ଆଗ୍ରହ ଆସି ଯାଇଥିଲା। ଏପରିକି ଉଚ୍ଚ ଶିକ୍ଷା ପରେ ବାପାଙ୍କ ସହ ଯୋଡ଼ି ହୋଇଥିଲି। ଦୀର୍ଘ ଦିନର ଅଭିଜ୍ଞତା ଓ ଲୋକସମ୍ପର୍କ ଯୋଗୁ କଟକରେ ଔଷଧ ଓ ଶଲ୍ୟ ଚିକିତ୍ସା ସାମଗ୍ରୀର ଏକ ବିତରକ ଭାବେ ନୂତନ ବ୍ୟବସାୟ ଆରମ୍ଭ କଲି, ଯାହାକି ଏ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ସମୟକ୍ରମେ ରିୟଲ ଇଷ୍ଟେଟ, ଘଣ୍ଟା ବ୍ୟବସାୟ (ଟାଇଟନ), ଗାଡ଼ି (ହୋଣ୍ଡା) ଏବଂ ନାମୀ ଇଲେକ୍ଟ୍ରିକାଲ କମ୍ପାନୀ ହାଭେଲ୍ସର ସି ଆଣ୍ଡ ଏଫ୍‌ ବ୍ୟବସାୟ ମଧ୍ୟ ରହିଛି।
ପ୍ର-୩: ଅଟୋମୋବାଇଲ ବ୍ୟବସାୟରେ କିଭଳି ଜଡ଼ିତ ହୋଇଥିଲେ?
ଉ- ଦୀର୍ଘ ୩ ଦଶନ୍ଧିର ବ୍ୟବସାୟ ଅଭିଜ୍ଞତା ଓ ଏକ ଆହ୍ବାନମୂଳକ ସୁଯୋଗରୁ ଗାଡ଼ି (ଦୁଇ ଚକିଆ ହୋଣ୍ଡା) ବ୍ୟବସାୟରେ ଜଡ଼ିତ ହୋଇଥିଲି। ବିଶେଷ କରି ୨୦୧୧ରେ କଟକ ସହର ଲାଗି ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ଅଧିକୃତ ବିକ୍ରେତା ପାଇଁ ଏକ ବିଜ୍ଞାପନ ଉପରେ ମୋର ଦୃଷ୍ଟି ପଡ଼ିଥିଲା। ଏପରିକି ହୋଣ୍ଡା ଭଳି ଏକ ବହୁରାଷ୍ଟ୍ରୀୟ ବ୍ରାଣ୍ଡ୍‌ ବ୍ୟବସାୟରେ ନିଶ୍ଚିତ ଲୋକପ୍ରିୟ ହୋଇପାରିବି ବୋଲି ମୁଁ ଆଶାପୋଷଣ କରିଥିଲି। ପରବର୍ତ୍ତୀ ସମୟରେ ଯୋଗାଯୋଗ ସହ କେତେକ ନର୍ଦ୍ଦିଷ୍ଟ ଭିତ୍ତିଭୂମି ଯୋଗାଡ଼ ପରେ କମ୍ପାନୀ ମୋତେ ବିକ୍ରେତା ପାଇଁ ମନୋନୀତ କରିଥିଲା। ବିଶେଷକରି କଟକ ସତୀଚଉରାଠାରେ ଏସ୍‌ଜିବିଏଲ ଅଟୋମୋବାଇଲ ନାମରେ ଏକ ଅତ୍ୟାଧୁନିକ ଶୋ’ରୁମ୍‌ ଏବଂ ସର୍ଭିସ ସେଣ୍ଟର ୨୦୧୨ରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା, ଯାହାକି ବର୍ତ୍ତମାନ ଓଡ଼ିଶାର ସବୁଠୁ ଭଲ ଶୋ’ରୁମ୍‌ର ମାନ୍ୟତା ଲାଭ କରିଛି, ଏପରିକି କ୍ରମାଗତ ୨ବର୍ଷ ଧରି ଏସ୍‌ଜିବିଏଲ୍‌ ହୋଣ୍ଡା ଏହି କ୍ରମରେ ଷ୍ଟାର ପରଫର୍ମର ସ୍ବୀକୃତି ମଧ୍ୟ ପାଇଛି।
ପ୍ର-୪: କୋଭିଡ୍‌ ପରବର୍ତ୍ତୀ ସମୟରେ ବ୍ୟବସାୟ କିଭଳି ରହିଛି?
ଉ- କୋଭିଡ୍‌ ମହାମାରୀ ସମୟରେ ବ୍ୟବସାୟ ଏକ ପ୍ରକାର ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ସରକାରୀ ନିୟମକୁ ପାଳନ କରି ଶୋ’ରୁମ୍‌ ବହୁ କଷ୍ଟରେ ଚଳାଇବାକୁ ପଡ଼ିଲା, ତଥାପି ବହୁ ବାଧାବିଘ୍ନ ସତ୍ତ୍ୱେ ଆମେ ଲୋକଙ୍କୁ ତ୍ୱରିତ ସେବା ଦେବାରେ ମଧ୍ୟ ସମର୍ଥ ହୋଇଥିଲୁ। ଏପରିକି ଆମର କର୍ମଚାରୀମାନଙ୍କର କଠିନ ପରିଶ୍ରମ ଓ ସହଯୋଗ ଯୋଗୁ ସେ ସବୁ ସମ୍ଭବ ହୋଇପାରିଥିଲା। ବିଶେଷକରି ଗ୍ରାହକମାନଙ୍କ ବିଶ୍ବାସଭାଜନ ସହ କମ୍ପାନୀର ସହଯୋଗ ଏବଂ କର୍ମଚାରୀଙ୍କର ନିଷ୍ଠା ଓ ଆନ୍ତରିକତା ଯୋଗୁ ଆମ ବ୍ୟବସାୟ ଆଗକୁ ବଢ଼ିଛି। ଖୁବ୍‌ଶୀଘ୍ର ଗାଡ଼ି ବ୍ୟବସାୟରେ ପୂର୍ବାବସ୍ଥା ଫେରିଆସିବ ବୋଲି ମୁଁ ଆଶା କରୁଛି।
ପ୍ର-୫: ଅବସର ସମୟ କିଭଳି କାଟନ୍ତି?
ଉ- ବ୍ୟସ୍ତବହୁଳ ବ୍ୟବସାୟ ଜୀବନ ମଧ୍ୟରେ ସମୟ କେତେବେଳେ ଯେ ସରିଯାଏ ଜଣାପଡି ନ ଥାଏ। ଏପରିକି କାମରେ ସବୁବେଳେ ବ୍ୟସ୍ତ ରହିଥାଏ, ତଥାପି କିଛି ସୁବିଧା ସୁଯୋଗ ମିଳିଲେ ମୁଁ ପରିବାର ସହ ଆନନ୍ଦରେ ସମୟ କାଟିବାକୁ ଭଲପାଏ। ସେହିଭଳି ମୁଁ ଜଣେ ଗୋ ସେବା ଅନୁରାଗୀ ଆଉ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବାରେ ଆଗ୍ରହ ଥାଏ। ପରିବାର ପକ୍ଷରୁ କେତେକ ଆଧ୍ୟାତ୍ମିକ ପରିବେଶ, ମାତା ବୈଷ୍ଣୋଦେବୀଙ୍କ ଜାଗରଣ ସହ ଭାଗବତ କଥା ଆଦିରେ ଅବସର ସମୟ କଟାଇଥାଏ।
ପ୍ର-୬: ଆଗାମୀ ଯୋଜନା କ’ଣ ରହିଛି?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ଅଧିକ କିଛି କରିବା ପାଇଁ ଆଗକୁ ଶହେ ଥର ଭାବିବାକୁ ପଡୁଛି। ତଥାପି ଆଗାମୀ ଦିନରେ ଆମେ ଏକ ପ୍ରତିଷ୍ଠିତ କମ୍ପାନୀର ଗହଣା ଶୋ’ରୁମ୍‌ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠା କରିବାର ଯୋଜନା କରିଛୁ। ସେହିଭଳି ଗୋମାତାଙ୍କ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଗୋ ସେବା ଓ ଗୋ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା ମଧ୍ୟ ରହିଛି, ଏଥିପାଇଁ ମୋ ମା’ଙ୍କ ନାମରେ ଗୀତା ଚାରିଟେବଲ୍‌ ଟ୍ରଷ୍ଟ ସ୍ଥାପନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri