ଗ୍ରାହକ ସେବାକୁ ଗୁରୁତ୍ୱ

ପିଲାଟି ଦିନରୁ ଏକ ବ୍ୟବସାୟିକ ପରିବେଶ ମଧ୍ୟରେ ବଡ଼ ହୋଇଥିବାରୁ ମନରେ ମଧ୍ୟ ବ୍ୟବସାୟ ପ୍ରତି ଅନେକ ଦୁର୍ବଳତା ରହିଥିଲା। ବାଣିଜ୍ୟ ବିଭାଗର ମେଧାବୀ ଛାତ୍ର ସହ ଉଚ୍ଚତର ଶିକ୍ଷା ଓ ପାରିବାରିକ ବ୍ୟବସାୟ ଏକ ସଂଯୋଗ ଭାବେ ଜୀବନ ଯାତ୍ରାରେ ଯୋଡ଼ି ହୋଇଯାଇଥିଲା। ବିଶେଷକରି ବହୁ ଘାତପ୍ରତିଘାତ ମଧ୍ୟରେ ବ୍ୟବସାୟ ବଢ଼ାଇବା ସହ ନୂତନ ବ୍ୟବସାୟରେ ପାଦ ଦେଇ ଅନେକ ସଫଳତା ହାସଲ କରିଥିବା ବ୍ୟକ୍ତି ଜଣକ ସମାଜ ପାଇଁ ମଧ୍ୟ କିଛି କରିବାର ଭାବନା ବାସ୍ତବରେ ପରିଣତ କରୁଛନ୍ତି । ସେହି ସଫଳ ବ୍ୟବସାୟୀ ତଥା ଏସ୍‌ଜିବିଏଲ୍‌ ଅଟୋମୋବାଇଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ସୁନୀଲ ଗୁପ୍ତାଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର-୧: ଆପଣଙ୍କ ବାଲ୍ୟ ଜୀବନ କିପରି ଥିଲା?
ଉ- କଟକ ସହରର ନିମଚୌଡିଠାରେ ମୋର ଜନ୍ମ। ଏପରିକି ସ୍ଥାନୀୟ ଷ୍ଟିଓ୍ବାର୍ଟ ସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ ପରେ ଉଚ୍ଚ ଶିକ୍ଷା ପାଇଁ ରେଭେନ୍‌ଶା କଲେଜରେ ନାମ ଲେଖାଇଲି। ସମୟ କ୍ରମେ ସମ୍ପୃକ୍ତ କଲେଜରୁ ବାଣିଜ୍ୟ ସ୍ନାତକରେ ଡିଷ୍ଟିଙ୍ଗଶନ୍‌ ସହ କୃତକାର୍ଯ୍ୟ ହୋଇଥିଲି। ପରିବାର ଓ ପାଠପଢ଼ା ଏବଂ ବନ୍ଧୁ ପରିଜନଙ୍କ ସହ କଟକର ପାଣି ପବନ ମଧ୍ୟରେ ମୁଁ ମୋର ବାଲ୍ୟ ଜୀବନ କଟାଇଛି।
ପ୍ର-୨: ବୃତ୍ତିଗତ ଜୀବନ କିପରି ଆରମ୍ଭ ହୋଇଥିଲା?
ଉ- କଟକ ବଜାରରେ ଦୀର୍ଘ ବର୍ଷ ହେବ ଆମର ପାରିବାରିକ ବ୍ୟବସାୟ ରହିଥିଲା। ଏପରିକି କଟକ ମାଲଗୋଦାମଠାରେ ମୋ ବାପା ଶ୍ରୀନିବାସ ଗୁପ୍ତାଙ୍କର ଏକ ବ୍ୟବସାୟ ରହିଥିଲା। ସମୟକ୍ରମେ ସେବେଠାରୁ ବ୍ୟବସାୟ ପ୍ରତି ମନରେ ଆଗ୍ରହ ଆସି ଯାଇଥିଲା। ଏପରିକି ଉଚ୍ଚ ଶିକ୍ଷା ପରେ ବାପାଙ୍କ ସହ ଯୋଡ଼ି ହୋଇଥିଲି। ଦୀର୍ଘ ଦିନର ଅଭିଜ୍ଞତା ଓ ଲୋକସମ୍ପର୍କ ଯୋଗୁ କଟକରେ ଔଷଧ ଓ ଶଲ୍ୟ ଚିକିତ୍ସା ସାମଗ୍ରୀର ଏକ ବିତରକ ଭାବେ ନୂତନ ବ୍ୟବସାୟ ଆରମ୍ଭ କଲି, ଯାହାକି ଏ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ସମୟକ୍ରମେ ରିୟଲ ଇଷ୍ଟେଟ, ଘଣ୍ଟା ବ୍ୟବସାୟ (ଟାଇଟନ), ଗାଡ଼ି (ହୋଣ୍ଡା) ଏବଂ ନାମୀ ଇଲେକ୍ଟ୍ରିକାଲ କମ୍ପାନୀ ହାଭେଲ୍ସର ସି ଆଣ୍ଡ ଏଫ୍‌ ବ୍ୟବସାୟ ମଧ୍ୟ ରହିଛି।
ପ୍ର-୩: ଅଟୋମୋବାଇଲ ବ୍ୟବସାୟରେ କିଭଳି ଜଡ଼ିତ ହୋଇଥିଲେ?
ଉ- ଦୀର୍ଘ ୩ ଦଶନ୍ଧିର ବ୍ୟବସାୟ ଅଭିଜ୍ଞତା ଓ ଏକ ଆହ୍ବାନମୂଳକ ସୁଯୋଗରୁ ଗାଡ଼ି (ଦୁଇ ଚକିଆ ହୋଣ୍ଡା) ବ୍ୟବସାୟରେ ଜଡ଼ିତ ହୋଇଥିଲି। ବିଶେଷ କରି ୨୦୧୧ରେ କଟକ ସହର ଲାଗି ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ଅଧିକୃତ ବିକ୍ରେତା ପାଇଁ ଏକ ବିଜ୍ଞାପନ ଉପରେ ମୋର ଦୃଷ୍ଟି ପଡ଼ିଥିଲା। ଏପରିକି ହୋଣ୍ଡା ଭଳି ଏକ ବହୁରାଷ୍ଟ୍ରୀୟ ବ୍ରାଣ୍ଡ୍‌ ବ୍ୟବସାୟରେ ନିଶ୍ଚିତ ଲୋକପ୍ରିୟ ହୋଇପାରିବି ବୋଲି ମୁଁ ଆଶାପୋଷଣ କରିଥିଲି। ପରବର୍ତ୍ତୀ ସମୟରେ ଯୋଗାଯୋଗ ସହ କେତେକ ନର୍ଦ୍ଦିଷ୍ଟ ଭିତ୍ତିଭୂମି ଯୋଗାଡ଼ ପରେ କମ୍ପାନୀ ମୋତେ ବିକ୍ରେତା ପାଇଁ ମନୋନୀତ କରିଥିଲା। ବିଶେଷକରି କଟକ ସତୀଚଉରାଠାରେ ଏସ୍‌ଜିବିଏଲ ଅଟୋମୋବାଇଲ ନାମରେ ଏକ ଅତ୍ୟାଧୁନିକ ଶୋ’ରୁମ୍‌ ଏବଂ ସର୍ଭିସ ସେଣ୍ଟର ୨୦୧୨ରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା, ଯାହାକି ବର୍ତ୍ତମାନ ଓଡ଼ିଶାର ସବୁଠୁ ଭଲ ଶୋ’ରୁମ୍‌ର ମାନ୍ୟତା ଲାଭ କରିଛି, ଏପରିକି କ୍ରମାଗତ ୨ବର୍ଷ ଧରି ଏସ୍‌ଜିବିଏଲ୍‌ ହୋଣ୍ଡା ଏହି କ୍ରମରେ ଷ୍ଟାର ପରଫର୍ମର ସ୍ବୀକୃତି ମଧ୍ୟ ପାଇଛି।
ପ୍ର-୪: କୋଭିଡ୍‌ ପରବର୍ତ୍ତୀ ସମୟରେ ବ୍ୟବସାୟ କିଭଳି ରହିଛି?
ଉ- କୋଭିଡ୍‌ ମହାମାରୀ ସମୟରେ ବ୍ୟବସାୟ ଏକ ପ୍ରକାର ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ସରକାରୀ ନିୟମକୁ ପାଳନ କରି ଶୋ’ରୁମ୍‌ ବହୁ କଷ୍ଟରେ ଚଳାଇବାକୁ ପଡ଼ିଲା, ତଥାପି ବହୁ ବାଧାବିଘ୍ନ ସତ୍ତ୍ୱେ ଆମେ ଲୋକଙ୍କୁ ତ୍ୱରିତ ସେବା ଦେବାରେ ମଧ୍ୟ ସମର୍ଥ ହୋଇଥିଲୁ। ଏପରିକି ଆମର କର୍ମଚାରୀମାନଙ୍କର କଠିନ ପରିଶ୍ରମ ଓ ସହଯୋଗ ଯୋଗୁ ସେ ସବୁ ସମ୍ଭବ ହୋଇପାରିଥିଲା। ବିଶେଷକରି ଗ୍ରାହକମାନଙ୍କ ବିଶ୍ବାସଭାଜନ ସହ କମ୍ପାନୀର ସହଯୋଗ ଏବଂ କର୍ମଚାରୀଙ୍କର ନିଷ୍ଠା ଓ ଆନ୍ତରିକତା ଯୋଗୁ ଆମ ବ୍ୟବସାୟ ଆଗକୁ ବଢ଼ିଛି। ଖୁବ୍‌ଶୀଘ୍ର ଗାଡ଼ି ବ୍ୟବସାୟରେ ପୂର୍ବାବସ୍ଥା ଫେରିଆସିବ ବୋଲି ମୁଁ ଆଶା କରୁଛି।
ପ୍ର-୫: ଅବସର ସମୟ କିଭଳି କାଟନ୍ତି?
ଉ- ବ୍ୟସ୍ତବହୁଳ ବ୍ୟବସାୟ ଜୀବନ ମଧ୍ୟରେ ସମୟ କେତେବେଳେ ଯେ ସରିଯାଏ ଜଣାପଡି ନ ଥାଏ। ଏପରିକି କାମରେ ସବୁବେଳେ ବ୍ୟସ୍ତ ରହିଥାଏ, ତଥାପି କିଛି ସୁବିଧା ସୁଯୋଗ ମିଳିଲେ ମୁଁ ପରିବାର ସହ ଆନନ୍ଦରେ ସମୟ କାଟିବାକୁ ଭଲପାଏ। ସେହିଭଳି ମୁଁ ଜଣେ ଗୋ ସେବା ଅନୁରାଗୀ ଆଉ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବାରେ ଆଗ୍ରହ ଥାଏ। ପରିବାର ପକ୍ଷରୁ କେତେକ ଆଧ୍ୟାତ୍ମିକ ପରିବେଶ, ମାତା ବୈଷ୍ଣୋଦେବୀଙ୍କ ଜାଗରଣ ସହ ଭାଗବତ କଥା ଆଦିରେ ଅବସର ସମୟ କଟାଇଥାଏ।
ପ୍ର-୬: ଆଗାମୀ ଯୋଜନା କ’ଣ ରହିଛି?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ଅଧିକ କିଛି କରିବା ପାଇଁ ଆଗକୁ ଶହେ ଥର ଭାବିବାକୁ ପଡୁଛି। ତଥାପି ଆଗାମୀ ଦିନରେ ଆମେ ଏକ ପ୍ରତିଷ୍ଠିତ କମ୍ପାନୀର ଗହଣା ଶୋ’ରୁମ୍‌ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠା କରିବାର ଯୋଜନା କରିଛୁ। ସେହିଭଳି ଗୋମାତାଙ୍କ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଗୋ ସେବା ଓ ଗୋ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା ମଧ୍ୟ ରହିଛି, ଏଥିପାଇଁ ମୋ ମା’ଙ୍କ ନାମରେ ଗୀତା ଚାରିଟେବଲ୍‌ ଟ୍ରଷ୍ଟ ସ୍ଥାପନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri