ସଶକ୍ତ, ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ

ଧର୍ମଶାଳା,୧୮।୪:(ଡି.ଏନ.ଏ.): ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଧର୍ମଶାଳା ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି। ସୋମବାର ସକାଳ ୭ରୁ ବିଜେଡି, ଯୁବ ବିଜେଡି, ମହିଳା ବିଜେଡି,ଛାତ୍ର ବିଜେଡି, ବିଜେଡି ଗାର୍ଲସ ୱିଙ୍ଗ ପକ୍ଷରୁ ଜାରକା ବଜାର, ଶାନ୍ତି ବଜାର, କାଏମା ଓ ଧର୍ମଶାଳା ଡାକ୍ତରଖାନା ପରିସରକୁ ସଫେଇ କରାଯାଇଥିଲା ା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ା ସକାଳ ୯ ଘଟିକା ସମୟରେ ବିଜେଡି ପକ୍ଷରୁ ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା ବେଳେ ବିଧାୟକଙ୍କ ନେତୃତ୍ୱରେ କର୍ମୀମାନେ ସଶକ୍ତ, ସମୃଦ୍ଧ, ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ କରିବାରେ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ ବିଜେଡି ସଭାପତି ଜଳଧର ମହାନ୍ତି, ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ, ଜିଲା ବିଜେଡି ମହାସଚିବ ପ୍ରିୟନାଥ ମହାପାତ୍ର, ଉକତ୍ଳମଣୀ ଦାସ, ଦୁଃଶାସନ ସାହୁ, ପ୍ରହ୍ଲାଦ ଲେଙ୍କା, ନିରଞ୍ଜନ ରାଉତ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ,ବ୍ଲକ ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକ, ଛାତ୍ର ବିଜେଡି ସଭାପତି ଜଗଦାନନ୍ଦ ରାଉତ,ବ୍ଲକ ମହିଳା ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଗାର୍ଲସ ୱିଙ୍ଗ୍‌ ସଭାନେତ୍ରୀ କ୍ଷୀରାବ୍ଧୀ ତନୟା ମଲ୍ଲିକ ଏବଂ ଦଳର ସମସ୍ତ ବିଜେଡି କର୍ମକର୍ତ୍ତାମାନେ ଯୋଗଦେଇଥିଲେ ା ଏହି ଅବସରରେ ପୂର୍ବରୁ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ସମୀକ୍ଷା ସାମଲ ପ୍ରଥମ, ରଶ୍ମିରେଖା ରାଉଳ ଦ୍ୱିତୀୟ , ରୂପାଲି କର ତୃତୀୟ ଓ ପ୍ରବନ୍ଧ ଲିଖନରେ ବିଶ୍ୱରଞ୍ଜନ କବ ପ୍ରଥମ , ତମନ୍ନା ସ୍ବାଇଁ ଦ୍ୱିତୀୟ, ପ୍ରଜ୍ଞା ପ୍ରିୟଦର୍ଶନୀ ରାଉତ ତୃତୀୟ , ବକ୍ତୃତା ପ୍ରତିଯୋଗୀତାରେ ଅର୍ଘ୍ୟରୂପା ନାୟକ ପ୍ରଥମ , କ୍ଷୀରାବ୍ଧି ତନୟା ମଲ୍ଲିକ୍‌ ଓ ଦିନବନ୍ଧୁ ଲେଙ୍କା ଦ୍ୱିତୀୟ ଏବଂ ଆଲାମ ନାୟକ ତୃତୀୟ ହୋଇ ବିଧାୟକଙ୍କ ଦ୍ୱାରା ପ୍ରମାଣପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା ା ସନ୍ଧ୍ୟାରେ ସିଂହାପୁରସ୍ଥିତ ନାରାୟଣ ଗୋସାଇଁଙ୍କ ପାଖରେ ବିଜେଡି ତରଫରୁ ଦୀପ ଦାନ କରାଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri