Posted inଖେଳ

ବୋଲିଂରେ ସନ୍ତୁଳନ ଉପରେ ଗୁରୁତ୍ୱ

ଦୁବାଇ, ୬।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର୍‌ରେ ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରି ଯାଇଛି। ତେଣୁ ଆଗାମୀ ମ୍ୟାଚରେ ଟିମ୍‌ ଇଣ୍ଡିଆ ପାଇଁ ନିହାତି ବିଜୟ ଆବଶ୍ୟକ ହୋଇପଡ଼ିଛି। ତେଣୁ ଅଧିକ ପରୀକ୍ଷା ନିରୀକ୍ଷା ନ କରି ବୋଲିଂରେ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ ଜରୁରୀ ହୋଇଛି। ଆହତ ରବୀନ୍ଦ୍ର ଜାଡେଜା, ହର୍ଶଲ ପଟେଲ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗରେ ଭାରତ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ନାହିଁ। ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୫ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ଏହା କାମ ଦେଇ ନ ଥିଲା। ଭୁବନେଶ୍ୱର କୁମାର ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଟୁର୍ନାମେଣ୍ଟ ଆରମ୍ଭରେ ପାକିସ୍ତାନ ବିପକ୍ଷରେ ବିଜୟ ପରଠାରୁ ଭାରତର ବୋଲିଂ ଭଲ ରହିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ୫ ବୋଲର ଥିଓରି ହାର୍ଦ୍ଦିକଙ୍କ ୪ ଓଭରକୁ ଅଧିକ ଜଟିଳ କରି ଦେଉଛି। ତେଣୁ ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଅକ୍ଷର ପଟେଲଙ୍କୁ ନିଆଯାଇ ସନ୍ତୁଳନ ରକ୍ଷା କରାଯାଇପାରେ। ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିବା ଆଭେଶ ଖାଁଙ୍କୁ ମଧ୍ୟ ତୃତୀୟ ସ୍ପଶାଲିଷ୍ଟ ପେସରଭାବେ ସୁଯୋଗ ଦିଆଯାଇପାରେ। ଆସନ୍ତା ବିଶ୍ୱକପ ପୂର୍ବରୁ ଶ୍ରେଷ୍ଠ ଏକାଦଶ ଚୟନ ଉପରେ କୋଚ୍‌ ରାହୁଲ ଡ୍ରାଭିଡ ଗୁରୁତ୍ୱ ଦେଉଛନ୍ତି। ତେଣୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପରୀକ୍ଷା ନିରୀକ୍ଷାକୁ ଜାରି ରଖିପାରେ।
ଉଇକେଟ କିପର ଦୀନେଶ କାର୍ତ୍ତିକ ଓ ରିଷଭ ପନ୍ତଙ୍କୁ ନେଇ ବିତର୍କ ଜାରି ରହିଛି। କାର୍ତ୍ତିକଙ୍କ ସ୍ଥାନରେ ଦୀପକ ହୁଦାଙ୍କୁ ସାମିଲ ନିଷ୍ପତ୍ତି ମଧ୍ୟ କାମ ଦେଇ ନ ଥିଲା। ଭାରତ ନିକଟରେ ସମ୍ପ୍ରତି ବୋଲିଂ ବିଭାଗକୁ ନେଇ ପର୍ଯ୍ୟାପ୍ତ ବିକଳ୍ପ ନାହିଁ। ମାତ୍ର ଯଥାଶୀଘ୍ର ମିଡିଲ ଅର୍ଡର ବ୍ୟାଟିଂ ସୁଧାରିବା ଆବଶ୍ୟକ ହୋଇଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସକାରାତ୍ମକ ଦିଗ ହେଲା ଟପ୍‌ ଅର୍ଡରର ୩ ଖେଳାଳି ରୋହିତ, ଲୋକେଶ ରାହୁଲ ଓ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ। ଏସିଆ କପ୍‌ରେ କୋହଲି କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଏହି ୩ ଖେଳାଳି ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।
ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲେ ହେଁ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ସଫଳ ଚେଜ୍‌ କରି ଶ୍ରୀଲଙ୍କା ଟ୍ରାକ୍‌କୁ ଫେରିଛି। ଚରିଥ ଆଶାଲଙ୍କାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ଅଧିନାୟକ ଦସୁନ ଶନକା, କୁସାଲ ମେଣ୍ଡିସ, ଦନୁସ୍କା ଗୁଣତିଳକା ଓ ଭାନୁକା ରାଜପାକ୍ସା ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେଣୁ ଭାରତ ଆଗାମୀ ମ୍ୟାଚକୁ ଗୁରୁତ୍ୱ ଦେଇ ଖେଳିବ। କାରଣ ଆଉ ଏକ ପରାଜୟ ଭାରତକୁ ଫାଇନାଲ ଖେଳିବାଠାରୁ ଦୂରରେ ରଖିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri