Posted inଖେଳ

ବୋଲିଂରେ ସନ୍ତୁଳନ ଉପରେ ଗୁରୁତ୍ୱ

ଦୁବାଇ, ୬।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର୍‌ରେ ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରି ଯାଇଛି। ତେଣୁ ଆଗାମୀ ମ୍ୟାଚରେ ଟିମ୍‌ ଇଣ୍ଡିଆ ପାଇଁ ନିହାତି ବିଜୟ ଆବଶ୍ୟକ ହୋଇପଡ଼ିଛି। ତେଣୁ ଅଧିକ ପରୀକ୍ଷା ନିରୀକ୍ଷା ନ କରି ବୋଲିଂରେ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ ଜରୁରୀ ହୋଇଛି। ଆହତ ରବୀନ୍ଦ୍ର ଜାଡେଜା, ହର୍ଶଲ ପଟେଲ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗରେ ଭାରତ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ନାହିଁ। ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୫ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ଏହା କାମ ଦେଇ ନ ଥିଲା। ଭୁବନେଶ୍ୱର କୁମାର ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଟୁର୍ନାମେଣ୍ଟ ଆରମ୍ଭରେ ପାକିସ୍ତାନ ବିପକ୍ଷରେ ବିଜୟ ପରଠାରୁ ଭାରତର ବୋଲିଂ ଭଲ ରହିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ୫ ବୋଲର ଥିଓରି ହାର୍ଦ୍ଦିକଙ୍କ ୪ ଓଭରକୁ ଅଧିକ ଜଟିଳ କରି ଦେଉଛି। ତେଣୁ ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଅକ୍ଷର ପଟେଲଙ୍କୁ ନିଆଯାଇ ସନ୍ତୁଳନ ରକ୍ଷା କରାଯାଇପାରେ। ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିବା ଆଭେଶ ଖାଁଙ୍କୁ ମଧ୍ୟ ତୃତୀୟ ସ୍ପଶାଲିଷ୍ଟ ପେସରଭାବେ ସୁଯୋଗ ଦିଆଯାଇପାରେ। ଆସନ୍ତା ବିଶ୍ୱକପ ପୂର୍ବରୁ ଶ୍ରେଷ୍ଠ ଏକାଦଶ ଚୟନ ଉପରେ କୋଚ୍‌ ରାହୁଲ ଡ୍ରାଭିଡ ଗୁରୁତ୍ୱ ଦେଉଛନ୍ତି। ତେଣୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପରୀକ୍ଷା ନିରୀକ୍ଷାକୁ ଜାରି ରଖିପାରେ।
ଉଇକେଟ କିପର ଦୀନେଶ କାର୍ତ୍ତିକ ଓ ରିଷଭ ପନ୍ତଙ୍କୁ ନେଇ ବିତର୍କ ଜାରି ରହିଛି। କାର୍ତ୍ତିକଙ୍କ ସ୍ଥାନରେ ଦୀପକ ହୁଦାଙ୍କୁ ସାମିଲ ନିଷ୍ପତ୍ତି ମଧ୍ୟ କାମ ଦେଇ ନ ଥିଲା। ଭାରତ ନିକଟରେ ସମ୍ପ୍ରତି ବୋଲିଂ ବିଭାଗକୁ ନେଇ ପର୍ଯ୍ୟାପ୍ତ ବିକଳ୍ପ ନାହିଁ। ମାତ୍ର ଯଥାଶୀଘ୍ର ମିଡିଲ ଅର୍ଡର ବ୍ୟାଟିଂ ସୁଧାରିବା ଆବଶ୍ୟକ ହୋଇଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସକାରାତ୍ମକ ଦିଗ ହେଲା ଟପ୍‌ ଅର୍ଡରର ୩ ଖେଳାଳି ରୋହିତ, ଲୋକେଶ ରାହୁଲ ଓ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ। ଏସିଆ କପ୍‌ରେ କୋହଲି କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଏହି ୩ ଖେଳାଳି ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।
ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲେ ହେଁ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ସଫଳ ଚେଜ୍‌ କରି ଶ୍ରୀଲଙ୍କା ଟ୍ରାକ୍‌କୁ ଫେରିଛି। ଚରିଥ ଆଶାଲଙ୍କାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ଅଧିନାୟକ ଦସୁନ ଶନକା, କୁସାଲ ମେଣ୍ଡିସ, ଦନୁସ୍କା ଗୁଣତିଳକା ଓ ଭାନୁକା ରାଜପାକ୍ସା ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେଣୁ ଭାରତ ଆଗାମୀ ମ୍ୟାଚକୁ ଗୁରୁତ୍ୱ ଦେଇ ଖେଳିବ। କାରଣ ଆଉ ଏକ ପରାଜୟ ଭାରତକୁ ଫାଇନାଲ ଖେଳିବାଠାରୁ ଦୂରରେ ରଖିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri