ଭୁବନେଶ୍ୱର, ୬।୨: ଆଗ୍ରୋକ୍ଷେତ୍ର ମାର୍କଟେକ୍ ପ୍ରାଇଭେଟ ଲିମିଟେଡ଼୍ ପକ୍ଷରୁ ନିକଟରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ସ୍ଥାନୀୟ ରେଡ଼କ୍ରସ୍ ଭବନରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି କେନ୍ଦ୍ର ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିୀନସ୍ଥ ସାରାଦେଶରେ ଗଠନ ହେଉଥିବା ୧୦,୦୦୦କୃଷକ ଉପତ୍ାଦକ ସଂଗଠନ କରାଯାଇଛି, ଯାହା ଆମ ରାଜ୍ୟରେ ପ୍ରତି ବ୍ଲକ୍ରେ ଗୋଟିଏ ଗୋଟିଏ କୃଷକ ଉପତ୍ାଦକ ସଂଗଠନ ଗଠନ ହେବା ବ୍ୟବସ୍ଥା କରାଯାଇଛି। ଏହି ଅବସରରେଆଗ୍ରୋ କ୍ଷେତ୍ରରେ ବିକାଶକୁ ଗୁରୁତାରୋପ ଦେବାକୁ ସର୍ବ ସମ୍ମତ୍ତି କ୍ରମେ କୁହାଯାଇଥିଲା। ତାହା ହେଉଛି ଆଗ୍ରୋକ୍ଷେତ୍ର ମାର୍କଟେକ୍ ପ୍ରାଇଭେଟ ଲିମିଟେଡ଼୍, ଯାହା କମ୍ପାନୀ ଅଧିନିୟମରେ ପଞ୍ଜିକୃତ ହୋଇଛି। ଏହି ଆଗ୍ରୋକ୍ଷେତ୍ରର ମୁଖ୍ୟ ଲକ୍ଷ୍ୟ ହେଲା ଏହି ସଂଗଠନ ସମସ୍ତ କୃଷକ ଉପତ୍ାଦକ ସଂଗଠନ ଗୁଡ଼ିକର ଚାଷ ପାଇଁ ଆବଶ୍ୟୀୟ ସାମଗ୍ରୀ ଓ ଚାଷରୁ ଉପତ୍ାଦିତ ସମସ୍ତ ସାମଗ୍ରୀକୁ ଅନ୍ତରାଷ୍ଟ୍ରୀୟ, ରାଷ୍ଟ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ବିକ୍ରୟ କରିବା। ଏହି ଆଗ୍ରୋକ୍ଷେତ୍ର ରେ ୨ ପ୍ରକାର ସଦସ୍ୟତା ରହିବ। ଲାଲ ସଂଗଠନର ସଂପାଦକ କ୍ଷେତ୍ର ମୋହନ ବେହେରାଙ୍କ ଆବାହକରେ ବିପିନ ଦାସ ବିଶିଷ୍ଟ ଅର୍ଥନୀତିଞ୍ଚ ଆଗ୍ରୋ କ୍ଷେତ୍ରର ଚେୟାରମ୍ୟାନ୍ ତାଙ୍କ ବକ୍ତବ୍ୟରେ ରଖିଲେ। ଆଗ୍ରୋ କ୍ଷେତ୍ର ହେଉଛି ଏକ ସଂକଳ୍ପ ଏହାକୁ ଆମେ ଆଗେଇ ନେଲେ ଆମ ପାଖରେ ଥିବା ୨୪,୦୦୦ କ୍ଷୁଦ୍ର ଚାଷୀ ଭାଇଙ୍କର ପରିବାରର ଆର୍ଥିକ ଉନ୍ନିତ ହୋଇପାରିବ। ଅନ୍ୟତମ ବକ୍ତା ରୂପେ ଅଶୋକ ଦାଶ ଆଗ୍ରୋକ୍ଷେତ୍ରରେ ସାମଗ୍ରୀ ଗୁଡ଼ିକ ଡିଜିଟାଲ ମାକେଟିଂରେ କିପରି ଭାରତ ବାହାରେ ବିକ୍ରୟ କରିହେବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

