ଯୁବପିଢ଼ିଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ୪ଟି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବୁଧବାର ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଓଡ଼ିଶା ସ୍କିଲ୍‌ ଡେଭ୍‌ଲପମେଣ୍ଟ ଅଥରିଟି(ଓଏସ୍‌ଡିଏ) ଏବଂ ୟୁଏନ୍‌ ଓ୍ବିମେନ ମଧ୍ୟରେ ପ୍ରଥମ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଓଏସ୍‌ଡିଏର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ ୟୁଏନ୍‌ ଓ୍ବିମେନର ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଟେଣ୍ଟିଭ୍‌ ନିଷ୍ଠା ସତ୍ୟମ ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ୟୁଏନ୍‌ ଓ୍ବିମେନ ସହ ସହଭାଗିତା ଦ୍ୱାରା ପ୍ରଚଳିତ ଥିବା ତଥା ନୂତନ ସ୍କିଲିଂ ପଦକ୍ଷେପଗୁଡ଼ିକର ପରିକଳ୍ପନା ଓ କାର୍ଯ୍ୟାନ୍ବୟନକୁ ଲିଙ୍ଗଗତ ଦୃଷ୍ଟିକୋଣରୁ କରାଯିବ। ବିଶେଷକରି ଏହା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାରେ ସହାୟକ ହେବ ବୋଲି କୁହାଯାଇଛି।
ସେହିଭଳି ଦ୍ୱିତୀୟ ଭର୍ଚୁଆଲ ଏମ୍‌ଓୟୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ସାକ୍‌ ରୋବୋଟିକ୍ସ ମଧ୍ୟରେ ହୋଇଥିଲା। ସାକ୍‌ ରୋବୋଟିକ୍ସକୁ ଧୀରେ ଧୀରେ ରାଜ୍ୟର ସମସ୍ତ ଆଇଟିଆଇରେ ସାମିଲ କରାଯିବ। ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ନିଜ ଟ୍ରେଡ୍‌ ସହ ରୋବୋଟିକ୍ସ ସ୍କିଲ୍‌ସରେ ମଧ୍ୟ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜୀ ଏବଂ ସାକ୍‌ ରୋବୋଟିକ୍ସର ପ୍ରତିଷ୍ଠାତା ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଆଉଏକ ଏମ୍‌ଓୟୁ ଓଏସ୍‌ଡିଏ ଏବଂ କୋର୍ସେରା ମଧ୍ୟରେ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ କୋର୍ସେରା ସହିତ ସହଭାଗିତା ଦ୍ୱାରା ଡାଟା ସାଇନ୍ସ, ଟେକ୍ନୋଲୋଜି ଭଳି ସଦ୍ୟତମ ପାଠ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ ଅପ୍‌-ସ୍କିଲିଂ ଏବଂ ରି-ସ୍କିଲିଂ କରାଯାଇପାରିବ। ଓଏସ୍‌ଡିଏର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ କୋର୍ସେରାର ସିଇଓ ଜେଫ୍‌ ମ୍ୟାଗ୍‌ନ୍‌କାଲଡା ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ୪ର୍ଥ ଏମ୍‌ଓୟୁ ଓଏସ୍‌ଡିଏ ଏବଂ ଏସ୍‌ଏପି-ଇଆର୍‌ପି ମଧ୍ୟରେ ହୋଇଥିଲା। ଏସ୍‌ଏପିର ସହଭାଗୀ ଟାଇମ୍ସ ପ୍ରୋର ସହଭାଗିତା ଦ୍ୱାରା ସରକାରୀ ଇଞ୍ଜିନିୟରିଂ ଏବଂ ବୃତ୍ତିଗତ ଅନୁଷ୍ଠାନର କୁଶଳୀ ଓଡ଼ିଆ ଯୁବପିଢ଼ି ଏସ୍‌ଏପି-ଇଆର୍‌ପି ପାଠ୍ୟକ୍ରମରେ ତାଲିମ୍‌ ନେଇପାରିବେ। ଏହା ସେମାନଙ୍କୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବ। ଦେଶ ଏବଂ ରାଜ୍ୟ ଆଇଟି ଇଣ୍ଡଷ୍ଟ୍ରି ନିମନ୍ତେ ମାନବସମ୍ବଳ ସୃଷ୍ଟି କରିବ। ଓଏସ୍‌ଡିଏ ନିର୍ଦ୍ଦେଶିକା ପଣ୍ଡା ଏବଂ ଟାଇମ୍ସ ପ୍ରଫେସନାଲ ଲର୍ନିଂର ସିଇଓ ଅନିଶ ଶ୍ରୀକ୍ରିଷ୍ଣା ଏବଂ ସାପ୍‌ ଡିଜିଟାଲ ସର୍ଭିସେସ୍‌ର ସିଓଓ ରାଜେଶ ମୁସାଲିୟଥ ଏମୟୁ ସ୍ବାକ୍ଷର କରିଥିଲେ।
ଏମ୍‌ଓୟୁ ସ୍ବାକ୍ଷର ହେବା ଅବସରରେ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍‌-୧୯ ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସମୟରେ ଓଡ଼ିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ନୂତନ ଉଦ୍ଭାବନ କ୍ଷେତ୍ରରେ କ୍ରମାଗତଭାବେ ଆଗେଇ ଚାଲିଛି। ସମସ୍ତଙ୍କ ସହଯୋଗରେ ଆମ ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ। ଓଏସ୍‌ଡିଏ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ଡିଜିଟାଲ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂ ଏହି ମିଟ୍‌ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସେହିଭଳି ବିଭିନ୍ନ ଆଇଟିଆଇ ଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକୁ ଦକ୍ଷତା ଇକୋସିଷ୍ଟମ ପ୍ରତି ଆକର୍ଷିତ କରିବା ସହ ରାଜ୍ୟରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଓ୍ବେବିନାରର ଆୟୋଜନ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri