ଭାବପ୍ରବଣ ହେଲେ ସତ୍ୟବାଦୀ ବିଧାୟକ

ସାକ୍ଷୀଗୋପାଳ,୨୪ା୨(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର/ଭରତ ବାରିକ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଜିଲା ସତ୍ୟବାଦୀର ଏକ ମଣ୍ଡପରେ ଶୁକ୍ରବାର ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ବିଜେଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ସଭା ପରିଚାଳନା କରିଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କଣାସ ବ୍ଲକ ସଭାପତି ସୁରେଶ କୁମାର ସାହୁ, ଜିଲା ମହିଳା ଉପସଭାପତି କନକଲତା ପଣ୍ଡାଙ୍କ ସମେତ ବହୁ ଦଳୀୟ ସରପଞ୍ଚ, ଜିଲାପରିଷଦ ସଭ୍ୟାସଭ୍ୟ, ସମିତି ସଭ୍ୟାସଭ୍ୟ ଏବଂ କର୍ମୀ ଉପସ୍ଥିତ ଥିଲେ। ସମ୍ପ୍ରତି ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣରେ ପ୍ରଚାରିତ ହେଉଛି ଯେ, ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଏଥର ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ପ୍ରାର୍ଥୀ ହୋଇପାରନ୍ତି। ଏହି ଚର୍ଚ୍ଚାକୁ ନେଇ ବିଧାୟକ ସାମନ୍ତରାୟଙ୍କ ସମର୍ଥକମାନେ ବିରୋଧୀ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି। ଏହା ସାମନ୍ତରାୟଙ୍କ ବିରୋଧରେ ଅପପ୍ରଚାର ଓ ଚକ୍ରାନ୍ତ ବୋଲି ଶୁକ୍ରବାର ଅନୁଷ୍ଠିତ ବୈଠକରେ ବିଜେଡି କର୍ମୀମାନେ ମତ ପ୍ରକାଶ କରି ସମ୍ପୃକ୍ତ ଗୋଷ୍ଠୀକୁ ସମାଲୋଚନା କରିଥିଲେ। ସତ୍ୟବାଦୀରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟ ଓ ବିକାଶ ବହୁତ ଭଲ ହେଉଥିବାବେଳେ କୁଚକ୍ରୀ ଗୋଷ୍ଠୀଙ୍କ ଅପପ୍ରଚାର ଜିଲା ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାନରେ କାହିଁକି ପଡୁନାହିଁ ବୋଲି କର୍ମୀମାନେ ପ୍ରଶ୍ନ ଉଠାଇଥିଲେ। ଆଗକୁ ଯଦି ଦଳୀୟ ଆଧାରରେ କିଛି ଭୁଲ୍‌ ନିଷ୍ପତ୍ତି ନିଆଯିବ ତେବେ ଏହାକୁ ସାମ୍ନା କରିବାକୁ ସମସ୍ତେ ଶପଥ ନେଇଥିଲେ। ବିଧାୟକ ସାମନ୍ତରାୟ ଭାବପ୍ରବଣ ହୋଇ କହିଥିଲେ, ବିରୋଧୀ ଗୋଷ୍ଠୀ ଭୋଟ ବିଭାଜନ କରିବାକୁ ଏହି ସମୟରେ କାର୍ଯ୍ୟ କରିଥାନ୍ତି। ତଥାପି ଦଳକୁ ମୁଁ ସର୍ବଦା ପ୍ରାଧାନ୍ୟ ଦେଇଛି। ମୁଁ ସବୁବେଳେ ମୋ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ରହିଛି। ମୁଁ ଶେଷ ନିଃଶ୍ୱାସ ଯାଏ ସତ୍ୟବାଦୀ ସେବାରେ ଜୀବନ ଉତ୍ସର୍ଗ କରିବି ବୋଲି ସାମନ୍ତରାୟ କହିଥିଲେ। ଆସନ୍ତା ମାର୍ଚ୍ଚ ୫ରେ ୩୦ ହଜାର ଲୋକଙ୍କ ଉପସ୍ଥିତିରେ ଶକ୍ତି ପ୍ରଦର୍ଶନ କରିବା ନେଇ ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri