ଓବାମାଙ୍କୁ ଏମି ପୁରସ୍କାର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନେଟ୍‌ଫ୍ଲିକ୍ସ ପ୍ରାମାଣିକ ଚିତ୍ର ସିରିଜ୍‌ ‘ଆଓ୍ବାର ଗ୍ରେଟ୍‌ ନ୍ୟାଶନାଲ ପାର୍କ୍ସ’ ପାଇଁ ଶ୍ରେଷ୍ଠ ବ୍ୟାଖ୍ୟାକାର ଭାବେ ଏମି ଆଓ୍ବାର୍ଡ ପାଇଛନ୍ତି। ତାଙ୍କ ପ୍ରଯୋଜନା କମ୍ପାନୀ ହାୟର ଗ୍ରାଉଣ୍ଡ ଉକ୍ତ ଡକୁମେଣ୍ଟାରି ପ୍ରସ୍ତୁତ କରିଛିି। ଏମି ପାଇବାରେ ସେ ଆମେରିକାର ଦ୍ୱିତୀୟ ରାଷ୍ଟ୍ରପତି। ସେହିପରି ସୃଜନଶୀଳ କଳା ପାଇଁ ବ୍ଲାକ୍‌ ପାନ୍ଥର ଅଭିନେତା ଚାଦ୍‌ଓ୍ବିକ ବୋସ୍‌ମ୍ୟାନଙ୍କୁ ମରଣୋତ୍ତର ଭାବେ ଏମି ପୁରସ୍କାର ମିଳିଛି। ଡିସ୍‌ନି ପ୍ଲସ୍‌ ସିରିଜ୍‌ ‘ହ୍ବାଟ୍‌ ଇଫ୍‌…?’ରେ ବୋସ୍‌ମ୍ୟାନ୍‌ଙ୍କ ଭଏସ୍‌ ପ୍ରଦର୍ଶନ ଲାଗି ତାଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିଲା।

Share