ଇମରଜେନ୍ସି

କଙ୍ଗନା ରାଣାଓ୍ବତ ଏବେ ଇମରଜେନ୍ସିକୁ ନେଇ ବ୍ୟସ୍ତ। ଅର୍ଥାତ୍‌ ଏଭଳି ଟାଇଟଲବିଶିଷ୍ଟ ଏକ ହିନ୍ଦୀ ସିନେମା ନିର୍ମାଣ କରାଯାଉଛି। ଏହାର କାହାଣୀ ରଚନା, ପ୍ରଯୋଜନା କରିବା ବ୍ୟତୀତ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି ସେ। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି। ଏହି ଫିଲ୍ମର କାହାଣୀ ୧୯୭୭ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଇମରଜେନ୍ସି ଉପରେ ଆଧାରିତ। ଏ ନେଇ ସେ କହନ୍ତି, ‘ଯେତେବେଳେ ଏଭଳି ଚିନ୍ତାଧାରା ମୋ ମନକୁ ଆସିଲା ସେତେବେଳେ ମୁଁ ଏ ବିଷୟରେ ପ୍ରଥମେ ଗଭୀର ଭାବରେ ଚିନ୍ତା କଲି। ଏପରିକି ଫିଲ୍ମଟିକୁ ନିଜେ ପ୍ରଯୋଜନା କରିବାକୁ ସ୍ଥିର କରିଥିଲି। ଏଥିରେ ମୁଁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛି। ଏଭଳି ରୋଲ୍‌କୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ ଚେଷ୍ଟା ବି କରିଛି। ବାକି ସବୁ ଦର୍ଶକଙ୍କ ଉପରେ ନିର୍ଭର କରେ।’ ମଣିକର୍ଣ୍ଣିକା ଫିଲ୍ମସ ବ୍ୟାନରରେ ଏହାର ଚିତ୍ରନାଟ୍ୟ ରଚନା କରିଛନ୍ତି ରିତେଶ ଶାହା। ଏହି ଫିଲ୍ମର ବିଭିନ୍ନ ଭୂମିକାରେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ଶ୍ରେୟାସ ତଲପାଡେ, ମହିମା ଚୌଧୁରୀ, ମିଲନ୍ଦ ସୋନମ ଏବଂ ସୁମିତ କୁମାର ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।

Share