Posted inଜାତୀୟ

ଏମର୍ଜେନ୍ସି ଭୁଲ୍‌ ଥିଲା

ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ ଓ ବିବାଦୀୟ ଅଧ୍ୟାୟ। ଏହାକୁ ରଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦେଶବ୍ୟାପୀ ଜାରି କରିଥିଲେ ଜରୁରିକାଳୀନ ପରିସ୍ଥିତି। ସମ୍ବିଧାନର ଅନୁଚ୍ଛେଦ ୩୫୨ ଅନୁସାରେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲୀ ଅହମ୍ମଦ ଆନୁଷ୍ଠାନିକ ଭାବେ ଏମର୍ଜେନ୍ସି ଘୋଷଣା କରିଥିଲେ। ଉକ୍ତ ସମୟରେ ପ୍ରେସ୍‌ ସ୍ବାଧୀନତାକୁ ଛଡ଼ାଇ ନିଆଯାଇଥିଲା, ନେତାମାନଙ୍କୁ ଜେଲ୍‌ରେ ଭରି ଦିଆଯାଇଥିଲା। ସବୁଠି ଥିଲା ମାନବାଧିକାର ଉଲ୍ଲଂଘନର ଗଦା ଗଦା ଦୃଷ୍ଟାନ୍ତ। ଭାରତୀୟ ଗଣତନ୍ତ୍ରର କଳାଯୁଗ ବିବେଚନା କରାଯାଉଥିବା ଏମର୍ଜେନ୍ସିରେ ଯେଉଁ ଦମନଲୀଳା ଚାଲିଥିଲା ତାକୁ ନେଇ ଇନ୍ଦିରା କ୍ଷମା ମାଗିଥିଲେ ୧୯୭୮ ଜାନୁୟାରୀ ୨୪ରେ ମହାରାଷ୍ଟ୍ରର ଏକ ସଭାରେ।

ଆମେରିକାର କୋର୍ନେଲ ୟୁନିଭର୍ସିଟି ପ୍ରଫେସର ତଥା ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୌଶିକ ବସୁଙ୍କୁ ମଙ୍ଗଳବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ଏକ ସାକ୍ଷାତ୍‌କାର ଦେଇଛନ୍ତି। ଏଥିରେ ସେ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ନିଜ ମତ ରଖିଛନ୍ତି। ରାହୁଲ କହିଛନ୍ତି, ସେ କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ସପକ୍ଷରେ ଅଛନ୍ତି, ଯାହା ଭାରତର ସ୍ବାଧୀନତା ପାଇଁ ଲଢ଼େଇ କରିଥିଲା ଏବଂ ଦେଶକୁ ସମ୍ବିଧାନ ଓ ସମାନତା ଦେଇଛି।
ଏମର୍ଜେନ୍ସି ଏକ ଭୁଲ୍‌। କଂଗ୍ରେସ ପକ୍ଷରୁ ଜାରି ଜରୁରିକାଳୀନ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଲ୍‌ ପଦକ୍ଷେପ ଥିଲା। କିନ୍ତୁ କଂଗ୍ରେସ କେବେହେଲେ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦଖଲକୁ ନେବା ପାଇଁ ଉଦ୍ୟମ କରି ନ ଥିଲା। ଆମର ଚିନ୍ତାଧାରା ଆମକୁ ସେପରି କରିବାକୁ ଦିଏ ନାହିଁ। ଯଦି ବି ଆମେ କେବେ ସେପରି କିଛି କରିବୁ ଆମେ ପାରିବୁ ନାହିଁ। ଏହା ହେଉଛି ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କ ବିରଳ ସ୍ବୀକାରୋକ୍ତି। କିନ୍ତୁ ଆର୍‌ଏସ୍‌ଏସ୍‌ ଆଜି ଯାହା କରୁଛି, ତା’ଠାରୁ ଏମର୍ଜେନ୍ସି ସମୟ ମୌଳିକ ରୂପେ ଭିନ୍ନ ଥିଲା ବୋଲି ମଙ୍ଗଳବାର ଏକ ସାକ୍ଷାତ୍‌କାର ଅବସରରେ ଆମେରିକାର କୋର୍ନେଲ ୟୁନିଭର୍ସିଟି ପ୍ରଫେସର କୌଶିକ ବସୁଙ୍କ ସହ ଭଚୁଆଲ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିର ତାପମାତ୍ରା ବଢ଼ାଇଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏମର୍ଜେନ୍ସି ନିଷ୍ପତ୍ତିକୁ ପ୍ରଥମ ଥର ପାଇଁ ଏତେ ଖୋଲାଖୋଲି ଭାବେ ଭୁଲ୍‌ ପଦକ୍ଷେପ ବୋଲି ମାନିଛନ୍ତି ତାଙ୍କ ନାତି ରାହୁଲ ଗାନ୍ଧୀ। ତେବେ ଜରୁରିକାଳୀନ ପରିସ୍ଥିତି ସାମ୍ପ୍ରତିକ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଥିଲା। କାରଣ କଂଗ୍ରେସ କେବେହେଲେ ଦେଶର ସଂସ୍ଥାଗତ ଢାଞ୍ଚାକୁ ଦଖଲ ପାଇଁ ଉଦ୍ୟମ କରି ନ ଥିଲା। ଏବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସ୍ବାଧୀନ ସଂସ୍ଥାଗୁଡ଼ିକୁ କବ୍‌ଜା କରିବାରେ ଲାଗିଛି ବୋଲି କଂଗ୍ରେସ ନେତା ରାହୁଲ ଅଭିଯୋଗ ଆଣିଛନ୍ତି। ଏହା ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ରାହୁଲ ଏକ ସାକ୍ଷାତ୍‌କାରରେ ଏର୍ଜେନ୍ସିକୁ ଭୁଲ୍‌ ବୋଲି ମାନିଥିଲେ। ଜେଜେମା’ଙ୍କ ଭୁଲ ପାଇଁ ସେ କ୍ଷମା ମାଗିଥିଲେ।
ଭାଜପା-ଆର୍‌ଏସ୍‌ଏସ୍‌କୁ ଟାର୍ଗେଟ କରିବାକୁ ଯାଇ ରାହୁଲ କହିଛନ୍ତି, ଏବେ ସେମାନେ ଭାରତରେ ଯାହା କରୁଛନ୍ତି, ତାହା ଜରୁରୀ ପରିସ୍ଥିତି ସମୟଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ବିଧାନିକ ସଂସ୍ଥାଗୁଡ଼ିକରେ ସେମାନେ ନିଜ ଲୋକଙ୍କୁ ଭର୍ତ୍ତି କରୁଛନ୍ତି। ନ୍ୟାୟପାଳିକା, ପ୍ରେସ୍‌, ଅମଲାତନ୍ତ୍ର ଓ ନିର୍ବାଚନ କମିଶନ ସବୁ ସଂସ୍ଥାରେ ସେମାନେ ଆର୍‌ଏସ୍‌ଏସ୍‌ ଲୋକଙ୍କୁ ରଖୁଛନ୍ତି। ଯଦି ବି ଆମେ ଭାଜପାକୁ ନିର୍ବାଚନରେ ଜିତୁ ଆମେ ସେମାନଙ୍କ ଲୋକଙ୍କୁ ହଇରାଣ କରିବୁ ନାହିଁ। ସାମ୍ବିଧାନିକ ସଂସ୍ଥାଗୁଡ଼ିକ ସ୍ବାଧୀନ ଭାବେ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥାଗତ ସନ୍ତୁଳନ ଥିବାରୁ ଆଧୁନିକ ଗଣତନ୍ତ୍ର କାର୍ଯ୍ୟ କରିପାରୁଛି। ସେହି ସ୍ବାଧୀନତାକୁ ଏବେ ଆକ୍ରମଣ କରାଯାଉଛି।
ଏହି ଅବସରରେ ରାହୁଲ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ପୂର୍ବ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ତାଙ୍କର ଏକ କଥୋପକଥନକୁ ସ୍ମରଣ କରିଛନ୍ତି। ସେତେବେଳେ କମଲନାଥ ରାହୁଲଙ୍କୁ କହିଥିଲେ ଯେ ତାଙ୍କ ସରକାରର ବରିଷ୍ଠ ଅଧିକାରୀମାନେ ତାଙ୍କ କଥା ଶୁଣିବେ ନାହିଁ। କାରଣ ସେମାନେ ଆର୍‌ଏସ୍‌ଏସ୍‌ ଲୋକ। ସେମାନଙ୍କୁ ଯାହା କରିବାକୁ କୁହାଯିବ ମାନିବେ ନାହିଁ। ଏହା ହେଉଛି ମୌଳିକ ଭିନ୍ନତା ଯାହା ଏବେ ଚାଲିଛି।
୧୯୯୧ ମେ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବେଳେ ସେ କିପରି ଅନୁଭବ କରୁଥିଲେ ବୋଲି ରାହୁଲଙ୍କୁ ପ୍ରଫେସର କୌଶିକ ବସୁ ପ୍ରଶ୍ନ କରିଥିଲେ। ଉତ୍ତରରେ ରାହୁଲ କହିଥିଲେ, ବାପାଙ୍କ ହତ୍ୟା ପରେ ମୁଁ ବୁଝିପାରିଥିଲି ହିଂସା କ’ଣ। ବାପା ସେତେବେଳେ ଅନେକ ତତ୍ତ୍ୱ ବିରୋଧରେ ଲଢ଼େଇ କରୁଥିଲେ। ତେଣୁ ତାଙ୍କ ମୃତ୍ୟୁ ଆସନ୍ନ ବୋଲି ସେ ଜାଣିପାରିଥିବା ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri