Posted inଜାତୀୟ

ଏମର୍ଜେନ୍ସି ଭୁଲ୍‌ ଥିଲା

ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ ଓ ବିବାଦୀୟ ଅଧ୍ୟାୟ। ଏହାକୁ ରଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦେଶବ୍ୟାପୀ ଜାରି କରିଥିଲେ ଜରୁରିକାଳୀନ ପରିସ୍ଥିତି। ସମ୍ବିଧାନର ଅନୁଚ୍ଛେଦ ୩୫୨ ଅନୁସାରେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲୀ ଅହମ୍ମଦ ଆନୁଷ୍ଠାନିକ ଭାବେ ଏମର୍ଜେନ୍ସି ଘୋଷଣା କରିଥିଲେ। ଉକ୍ତ ସମୟରେ ପ୍ରେସ୍‌ ସ୍ବାଧୀନତାକୁ ଛଡ଼ାଇ ନିଆଯାଇଥିଲା, ନେତାମାନଙ୍କୁ ଜେଲ୍‌ରେ ଭରି ଦିଆଯାଇଥିଲା। ସବୁଠି ଥିଲା ମାନବାଧିକାର ଉଲ୍ଲଂଘନର ଗଦା ଗଦା ଦୃଷ୍ଟାନ୍ତ। ଭାରତୀୟ ଗଣତନ୍ତ୍ରର କଳାଯୁଗ ବିବେଚନା କରାଯାଉଥିବା ଏମର୍ଜେନ୍ସିରେ ଯେଉଁ ଦମନଲୀଳା ଚାଲିଥିଲା ତାକୁ ନେଇ ଇନ୍ଦିରା କ୍ଷମା ମାଗିଥିଲେ ୧୯୭୮ ଜାନୁୟାରୀ ୨୪ରେ ମହାରାଷ୍ଟ୍ରର ଏକ ସଭାରେ।

ଆମେରିକାର କୋର୍ନେଲ ୟୁନିଭର୍ସିଟି ପ୍ରଫେସର ତଥା ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୌଶିକ ବସୁଙ୍କୁ ମଙ୍ଗଳବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ଏକ ସାକ୍ଷାତ୍‌କାର ଦେଇଛନ୍ତି। ଏଥିରେ ସେ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ନିଜ ମତ ରଖିଛନ୍ତି। ରାହୁଲ କହିଛନ୍ତି, ସେ କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ସପକ୍ଷରେ ଅଛନ୍ତି, ଯାହା ଭାରତର ସ୍ବାଧୀନତା ପାଇଁ ଲଢ଼େଇ କରିଥିଲା ଏବଂ ଦେଶକୁ ସମ୍ବିଧାନ ଓ ସମାନତା ଦେଇଛି।
ଏମର୍ଜେନ୍ସି ଏକ ଭୁଲ୍‌। କଂଗ୍ରେସ ପକ୍ଷରୁ ଜାରି ଜରୁରିକାଳୀନ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଲ୍‌ ପଦକ୍ଷେପ ଥିଲା। କିନ୍ତୁ କଂଗ୍ରେସ କେବେହେଲେ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦଖଲକୁ ନେବା ପାଇଁ ଉଦ୍ୟମ କରି ନ ଥିଲା। ଆମର ଚିନ୍ତାଧାରା ଆମକୁ ସେପରି କରିବାକୁ ଦିଏ ନାହିଁ। ଯଦି ବି ଆମେ କେବେ ସେପରି କିଛି କରିବୁ ଆମେ ପାରିବୁ ନାହିଁ। ଏହା ହେଉଛି ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କ ବିରଳ ସ୍ବୀକାରୋକ୍ତି। କିନ୍ତୁ ଆର୍‌ଏସ୍‌ଏସ୍‌ ଆଜି ଯାହା କରୁଛି, ତା’ଠାରୁ ଏମର୍ଜେନ୍ସି ସମୟ ମୌଳିକ ରୂପେ ଭିନ୍ନ ଥିଲା ବୋଲି ମଙ୍ଗଳବାର ଏକ ସାକ୍ଷାତ୍‌କାର ଅବସରରେ ଆମେରିକାର କୋର୍ନେଲ ୟୁନିଭର୍ସିଟି ପ୍ରଫେସର କୌଶିକ ବସୁଙ୍କ ସହ ଭଚୁଆଲ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିର ତାପମାତ୍ରା ବଢ଼ାଇଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏମର୍ଜେନ୍ସି ନିଷ୍ପତ୍ତିକୁ ପ୍ରଥମ ଥର ପାଇଁ ଏତେ ଖୋଲାଖୋଲି ଭାବେ ଭୁଲ୍‌ ପଦକ୍ଷେପ ବୋଲି ମାନିଛନ୍ତି ତାଙ୍କ ନାତି ରାହୁଲ ଗାନ୍ଧୀ। ତେବେ ଜରୁରିକାଳୀନ ପରିସ୍ଥିତି ସାମ୍ପ୍ରତିକ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଥିଲା। କାରଣ କଂଗ୍ରେସ କେବେହେଲେ ଦେଶର ସଂସ୍ଥାଗତ ଢାଞ୍ଚାକୁ ଦଖଲ ପାଇଁ ଉଦ୍ୟମ କରି ନ ଥିଲା। ଏବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସ୍ବାଧୀନ ସଂସ୍ଥାଗୁଡ଼ିକୁ କବ୍‌ଜା କରିବାରେ ଲାଗିଛି ବୋଲି କଂଗ୍ରେସ ନେତା ରାହୁଲ ଅଭିଯୋଗ ଆଣିଛନ୍ତି। ଏହା ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ରାହୁଲ ଏକ ସାକ୍ଷାତ୍‌କାରରେ ଏର୍ଜେନ୍ସିକୁ ଭୁଲ୍‌ ବୋଲି ମାନିଥିଲେ। ଜେଜେମା’ଙ୍କ ଭୁଲ ପାଇଁ ସେ କ୍ଷମା ମାଗିଥିଲେ।
ଭାଜପା-ଆର୍‌ଏସ୍‌ଏସ୍‌କୁ ଟାର୍ଗେଟ କରିବାକୁ ଯାଇ ରାହୁଲ କହିଛନ୍ତି, ଏବେ ସେମାନେ ଭାରତରେ ଯାହା କରୁଛନ୍ତି, ତାହା ଜରୁରୀ ପରିସ୍ଥିତି ସମୟଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ବିଧାନିକ ସଂସ୍ଥାଗୁଡ଼ିକରେ ସେମାନେ ନିଜ ଲୋକଙ୍କୁ ଭର୍ତ୍ତି କରୁଛନ୍ତି। ନ୍ୟାୟପାଳିକା, ପ୍ରେସ୍‌, ଅମଲାତନ୍ତ୍ର ଓ ନିର୍ବାଚନ କମିଶନ ସବୁ ସଂସ୍ଥାରେ ସେମାନେ ଆର୍‌ଏସ୍‌ଏସ୍‌ ଲୋକଙ୍କୁ ରଖୁଛନ୍ତି। ଯଦି ବି ଆମେ ଭାଜପାକୁ ନିର୍ବାଚନରେ ଜିତୁ ଆମେ ସେମାନଙ୍କ ଲୋକଙ୍କୁ ହଇରାଣ କରିବୁ ନାହିଁ। ସାମ୍ବିଧାନିକ ସଂସ୍ଥାଗୁଡ଼ିକ ସ୍ବାଧୀନ ଭାବେ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥାଗତ ସନ୍ତୁଳନ ଥିବାରୁ ଆଧୁନିକ ଗଣତନ୍ତ୍ର କାର୍ଯ୍ୟ କରିପାରୁଛି। ସେହି ସ୍ବାଧୀନତାକୁ ଏବେ ଆକ୍ରମଣ କରାଯାଉଛି।
ଏହି ଅବସରରେ ରାହୁଲ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ପୂର୍ବ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ତାଙ୍କର ଏକ କଥୋପକଥନକୁ ସ୍ମରଣ କରିଛନ୍ତି। ସେତେବେଳେ କମଲନାଥ ରାହୁଲଙ୍କୁ କହିଥିଲେ ଯେ ତାଙ୍କ ସରକାରର ବରିଷ୍ଠ ଅଧିକାରୀମାନେ ତାଙ୍କ କଥା ଶୁଣିବେ ନାହିଁ। କାରଣ ସେମାନେ ଆର୍‌ଏସ୍‌ଏସ୍‌ ଲୋକ। ସେମାନଙ୍କୁ ଯାହା କରିବାକୁ କୁହାଯିବ ମାନିବେ ନାହିଁ। ଏହା ହେଉଛି ମୌଳିକ ଭିନ୍ନତା ଯାହା ଏବେ ଚାଲିଛି।
୧୯୯୧ ମେ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବେଳେ ସେ କିପରି ଅନୁଭବ କରୁଥିଲେ ବୋଲି ରାହୁଲଙ୍କୁ ପ୍ରଫେସର କୌଶିକ ବସୁ ପ୍ରଶ୍ନ କରିଥିଲେ। ଉତ୍ତରରେ ରାହୁଲ କହିଥିଲେ, ବାପାଙ୍କ ହତ୍ୟା ପରେ ମୁଁ ବୁଝିପାରିଥିଲି ହିଂସା କ’ଣ। ବାପା ସେତେବେଳେ ଅନେକ ତତ୍ତ୍ୱ ବିରୋଧରେ ଲଢ଼େଇ କରୁଥିଲେ। ତେଣୁ ତାଙ୍କ ମୃତ୍ୟୁ ଆସନ୍ନ ବୋଲି ସେ ଜାଣିପାରିଥିବା ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri