‘ଏମର୍ଜେନ୍ସି’ ଟ୍ରେଲର ୨ ଜାରି

ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ପ୍ରଥମ ଟ୍ରେଲର ତୁଳନାରେ ଦ୍ୱିତୀୟ ଟ୍ରେଲରରେ ବିରୋଧୀ ନେତାଙ୍କ ସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ରାଜନୈତିକ ତିକ୍ତତାକୁ ଅଧିକ ତୀବ୍ରତର ସହ ଦେଖିବାକୁ ମିଳିଛି। ୧୯୭୫ରେ ‘ଏମର୍ଜେନ୍ସି’ ଲାଗିବା ପରେ ଦେଶ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ସ୍ଥିତି ଓ ବିଭିନ୍ନ ଘଟଣାକ୍ରମ ସହ ଇନ୍ଦିରା ଗାନ୍ଧୀଙ୍କ ଉକ୍ତି ‘ଇନ୍ଦିରା ଇଜ୍‌ ଇଣ୍ଡିଆ’କୁ ମଧ୍ୟ ଏହି ଟ୍ରେଲରରେ ସ୍ଥାନ ମିଳିଛି।
ତାଙ୍କ ସୋସିଆଲ ମିଡିଆରେ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ଶେୟାର କରି ଲେଖିଛନ୍ତି, ‘ଏମର୍ଜେନ୍ସି’ର କାହାଣୀ କେବଳ ଇନ୍ଦିରାଙ୍କୁ ନେଇ ରହିଥିବା ବିଭିନ୍ନ ବିବାଦ ସମ୍ପର୍କରେ ନୁହେଁ, ବରଂ ଏହା କିଛି ଏପରି ପ୍ରସଙ୍ଗ ଉପରେ ଆଧାରିତ ଯାହାର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ଅନେକ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଥିବା ଏହି ଫିଲ୍ମ ପରିଶେଷରେ ଆସନ୍ତା ୧୭ରେ ମୁକ୍ତିଲାଭ କରିବାକୁ ଯାଉଛି। ସାଧାରଣତନ୍ତ୍ର ଦିବସର ଠିକ୍‌ ସପ୍ତାହେ ପୂର୍ବରୁ ମୁକ୍ତିଲାଭ କରୁଥିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକମାନେ ଭାରତୀୟ ସମ୍ବିଧାନର ପ୍ରକୃତ ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିବାକୁ ପାଇବେ। ତେଣୁ ନିଜ ପ୍ରିୟଜନଙ୍କ ସହ ‘ଏମର୍ଜେନ୍ସି’କୁ ଦେଖିବା ପାଇଁ କଙ୍ଗନା ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ‘ଏମର୍ଜେନ୍ସି’ ଫିଲ୍ମର ନିର୍ମାତା ଉମେଶ କେ.ଆର୍‌ ବନ୍‌ସଲ କହିଛନ୍ତି, ଫିଲ୍ମରେ ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ସ୍ବାଧୀନତାର ମୂଲ୍ୟବୋଧକୁ ଦର୍ଶାଯାଇଛି। ଦର୍ଶକଙ୍କୁ ନିଶ୍ଚିତ ଏହା ପସନ୍ଦ ଆସିବ। କଙ୍ଗନା ଖୋଦ୍‌ ‘ଏମର୍ଜେନ୍ସି’ ଫିଲ୍ମର ସହ ନିର୍ମାତା ଓ ନିର୍ଦ୍ଦେଶକ ହୋଇଥିବାବେଳେ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସେହିପରି ଏହି ଫିଲ୍ମରେ ଅଭିନେତା ଅନୁପମ ଖେର୍‌, ମିଲିନ୍ଦ ସୋମନ, ଶ୍ରେୟାସ ତଲପଡ଼େ, ଅଭିନେତ୍ରୀ ମହିମା ଚୌଧୁରୀ ଏବଂ ସ୍ବର୍ଗତ ଅଭିନେତା ସତୀଶ କୌଶିକଙ୍କୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ‘ଜି ଷ୍ଟୁଡିଓ’ ଏବଂ ‘ମଣିକର୍ନିକା ଫିଲ୍ମସ୍‌’ର ବ୍ୟାନରରେ ‘ଏମର୍ଜେନ୍ସି’ ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri