ମାତ୍ର ୧୬ ବର୍ଷ ବୟସରେ ଘର ଛାଡିଥିବା କଙ୍ଗନା ଆଜି କୋଟିପତି ଅଭିନେତ୍ରୀ

ମୁମ୍ବାଇ: କଙ୍ଗନା ରାନାୱତ । ଆଜି ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ୧୯୮୭ ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶର ମଣ୍ଡିରେ ଜନ୍ମ ନେଇଥିଲେ କଙ୍କନା । ସେହିଠାରେ ହିଁ ତାଙ୍କ ପିଲାଦିନର ଶିକ୍ଷା ସମାପ୍ତ ହୋଇଥିଲା । କଙ୍ଗନାଙ୍କ ପିତା ଚାହୁଁଥିରେ ଝିଅ ହେଉ ଡାକ୍ତର । ହେଲେ କଙ୍ଗନାଙ୍କର ପିଲାଦିନରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା । ଦ୍ୱାଦଶ ଶ୍ରେଣୀରେ ଫେଲ ହେବା ପରେ କଙ୍ଗନା ଘର ଛାଡି ଚାଲି ଆସିଥିଲେ ଦିଲ୍ଲୀ । ସେଠାରେ ସେ ମଡଲିଂ ଆରମ୍ଭ କରିଥିଲେ ।
ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଥିବା କଙ୍ଗନା ରୁଡି, ବ୍ରେଡ ଓ ଜାମରେ ଦିନ କାଟିଛନ୍ତି । କାରଣ ଘର ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ପାଉଥିବା କଙ୍ଗନା ଅଭିନୟ ପାଇଁ ପାଗଳ ଥିବାରୁ ପ୍ରଥମେ ପ୍ରଥମେ ଥିଏଟରରେ କାମ କରୁଥିଲେ ।
ବଲିଉଡରେ ପ୍ରଥମେ ତାଙ୍କୁ ବ୍ରେକ ଦେଇଥିଲେ ନିର୍ଦ୍ଦେଶକ ମହେଶ ଭଟ୍ଟ । ମୁଭି ଗ୍ୟାଙ୍ଗଷ୍ଟରରେ ଇମ୍ରାନ ହାସମି ଓ ଶାହିନି ଆହୁଜାଙ୍କ ସହ ଅଭିନୟ କରିଥିବା କଙ୍ଗନା ଆଉ ପଛକୁ ଫେରି ଦେଖି ନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ସେ ଏବେ ବଲିଉଡର ଜଣେ ସଫଳ ଅଭିନେତ୍ରୀ । ଏହାରି ଭିତରେ କିଛି ଆୱାର୍ଡ ନିଜ ନାଁରେ କରି ସାରିଛନ୍ତି ବଲିଉଡ ପଙ୍ଗା ଗର୍ଲ । ଏବେ ସେ ନିର୍ଦ୍ଦେଶନା କ୍ଷେତକୁ ବି ପାଦ ବଢାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri