Categories: ଜାତୀୟ

ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ବାୟୁସେନା ବିମାନ

ଯୋଧପୁର,୧୨।୩: ଭାରତୀୟ ବାୟୁସେନାର ମି-୧୭ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ରବିବାର ରାଜସ୍ଥାନର ଯୋଧପୁର ଜିଲାରେ ଜରୁରିକାଳୀନ ଅବତରଣ କରିଛି।
ସୂଚନା ଅନୁଯାୟୀ, ଦେଚୁ ପୋଲିସ ଷ୍ଟେଶନ ଏବଂ ବାୟୁସେନା ଟିମ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରର ତଦନ୍ତ ଆରମ୍ଭ କରିଥିଲେ। କିଛି ସମୟ ପରେ ହେଲିକପ୍ଟରଟି ନିରାପଦରେ ଯାଇ ଫାଲୋଡି ବିମାନବନ୍ଦରରେ ପହଞ୍ଚିଲା।
ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ, ବୈଷୟିକ ତ୍ରୁଟି ହେତୁ ମି-୧୭ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ଘଟଣାସ୍ଥଳରେ ପହଞ୍ଚିବା ପରେ ସେନା ଟିମ୍‌ ବିମାନ ମରାମତି କରିଥିଲା, ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା।

Share