ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭୁବନେଶ୍ୱର-ପୁଣେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପକ୍ଷୀ ପିଟି ହୋଇଛି। ଫଳରେ ବିମାନଟି ଜରୁରୀ ଅବତରଣ କରିଛି। ଉଡାଣ ଭରୁଥିବା ସମୟରେ ପକ୍ଷୀ ପିଟି ହୋଇଥିବା ଜଣାପଡିଛି। ଏହାପରେ ପରେ ବିମାନ କର୍ତ୍ତୃପକ୍ଷ ବିମାନ ଉଡାଣ ବନ୍ଦ କରିଦେଇଥିଲେ। ତେବେ ସମସ୍ତ ଯାତ୍ରୀ ଅଟକ ଥିବା ବେଳେ ବିମାନର ଯାଞ୍ଚ କରାଯାଉଛି।