ସଞ୍ଜୟ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ କୁଇନ କଙ୍ଗାନା ରାନାୱତ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହାର ଝଲକ ବି ସେ ଶେୟାର କରି ସାରିଛନ୍ତି । ଏହି ଫିଲ୍ମକୁ ନେଇ ଲଗାତାର କଳାକାର ଓ ଏମାନଙ୍କ ବିଷୟରେ କିଛି ନା କିଛିି ତଥ୍ୟା ସାମ୍ନାକୁ ଆସୁଛି । ଏବେ ନିକଟରେ କଙ୍ଗନା ଆଉ ଜଣେ ଅଭିନେତାଙ୍କ ସମ୍ପର୍କରେ ଜଣାଇଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମ ସହ ଜଡିତ ନୂଆ କଳାକାର ବିଶାକ ନାୟାରଙ୍କ ସମ୍ପର୍କରେ ଇଣ୍ଟ୍ରୋଡକଶନ ଦେବା ସହ ତାଙ୍କର ଫାଷ୍ଟ ଲୁକ ଜାରି କରିଛନ୍ତି ।
ବିଶାକ ଫିଲ୍ମରେ ସ୍ୱର୍ଗତ ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ତାଙ୍କର ଯେଉଁ ଫାଷ୍ଟ ଲୁକ ଶେୟାର କରିଛନ୍ତି ସେଥିରେ ତାଙ୍କର ଉଗ୍ର ରୂପ ଦେଖିବାକୁ ମିଳିଛି । ଏଥିରେ ସେ ଏକ ଗମ୍ଭିର ଚିନ୍ତାରେ ବୁଡି ରହିଥିବା ଦେଖାଯାଇଛି । ଏହି ପୋଷ୍ଟରକୁ ଶେୟାର କରି କଙ୍ଗନା ଲେଖିଛନ୍ତି, ପ୍ରତିଭାର ପାୱାର ହାଉସ ବିଶାକ ନାୟାରଙ୍କୁ ସଞ୍ଜୟ ଗାନ୍ଧୀଙ୍କ ରୂପରେ ପ୍ରସ୍ତୁତ କରୁଛି । ସଞ୍ଜୟ ଇନ୍ଦିରାଙ୍କ ଆତ୍ମା ଥିଲେ । ସେହି ଲୋକ ଯାହାକୁ ସେ ଭଲ ପାଉଥିଲେ ଓ ହରାଇ ଦେଇଥିଲେ ।
ଅନ୍ୟପଟେ ବିଶାକ ବି ତାଙ୍କ ଇନଷ୍ଟାଗ୍ରାମରେ ଫାଷ୍ଟ ଲୁକ ଶେୟାର କରି ଲେଖିଛନ୍ତି ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ସମ୍ମାନର କଥା । ଫାଷ୍ଟ ଲୁକ ଶେୟାର କରି ସେ ଲେଖିଛନ୍ତି, ବାସ୍ତବରେ ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରି ବାସ୍ତବରେ ସମ୍ମାନୀତ ବୋଧ କରୁଛି । କଙ୍ଗନା ରାନାୱତଙ୍କ ନିର୍ଦ୍ଦେଶନାରେ ଏମିତି ଏକ ଟିମ୍‌ର ଅଂଶ ହୋଇ ପାରିଥିବାରୁ ଖୁସି ଲାଗୁଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ କଙ୍ଗନା ମିଲିନ୍ଦ ସୋମନଙ୍କ ଫାଷ୍ଟ ଲୁକ ବି ଶେୟାର କରିଥିଲେ । ମିଲିନ୍ଦ ସୋମନ ଏହି ଫିଲ୍ମରେ ସୋମ ମାନକେଶଁଙ୍କ ଚରିତ୍ରରେ ନଜର ଆସିବେ । ଏପଟେ ଶ୍ରେୟସ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଚରିତ୍ରରେ ନଜର ଆସିବେ ।

Share