ତୁର୍କୀରେ ୩ ମାସ ଏମର୍ଜେନ୍ସି

ଆଙ୍କାରା,୮।୨: ପ୍ରଳୟଙ୍କରୀ ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ତୁର୍କୀର ୧୦ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଜାରି କରାଯାଇଛି। ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ୩ ମାସ ଏମର୍ଜେନ୍ସି ଜାରି କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା ବୋଲି ତୁର୍କୀ ରାଷ୍ଟ୍ରପତି ରେସିପ୍‌ ତାୟିପ ଏର୍ଡୋଗାନ ମଙ୍ଗଳବାର ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି। ଏପର୍ଯ୍ୟନ୍ତ ତୁର୍କୀକୁ ୭୦ଟି ଦେଶ ସହାୟତା ଓ ଉଦ୍ଧାରକାରୀ ଟିମ୍‌ ପଠାଇବାକୁ କହିଛନ୍ତି। ଭୂକମ୍ପ କ୍ଷତିଗ୍ରସ୍ତଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟ ଦେବା ଲାଗି ଆଣ୍ଟାଲ୍ୟାରେ କେତେକ ହୋଟେଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। କେବଳ ତୁର୍କୀରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୩,୫୪୯ରେ ପହଞ୍ଚତ୍ଥିବା ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି।

Share