Categories: ଜାତୀୟ

ଇତିହାସର ଅନ୍ଧକାର ସମୟ ଏମର୍ଜେନ୍ସି

ନୂଆଦିଲ୍ଲୀ, ୧୯ା୬(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଏମର୍ଜେନ୍ସିକୁ ଭାରତ ଇତିହାସର ଅନ୍ଧକାର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେତେବେଳେ ଯେଉଁମାନେ ଗଣତନ୍ତ୍ରକୁ ସମର୍ଥନ କରୁଥିଲେ, ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ସେହି ସମୟର ଅପରାଧଗୁଡ଼ିକ ଦେଶର ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରିଥିଲା, ଯାହାକି ଯୁବପିଢ଼ିଙ୍କୁ ଗଣତନ୍ତ୍ରର ଅର୍ଥ ଓ ଅଭିପ୍ରାୟ ବୁଝିବାରେ ସହଜ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମନ୍‌ କୀ ବାତ୍‌ରେ ପୁରୀର ରଥଯାତ୍ରା କଥା କହିଛନ୍ତି। ପୁରୀ ରଥଯାତ୍ରା ଏକ ବିସ୍ମୟ, ଯାହା ଏକ ଭାରତ-ଶ୍ରେଷ୍ଠ ଭାରତର ପ୍ରକୃତ ଭାବକୁ ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦ ତାରିଖରେ ପାଳିତ ହେଉଥିବା ରଥଯାତ୍ରା ସାରା ବିଶ୍ୱରେ ଅନନ୍ୟ ପରିଚୟ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବାକୁ ଥିବାରୁ ୧୮ ତାରିଖରେ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଛନ୍ତି। ଆମେରିକା ଗସ୍ତ ଅବସରରେ ସେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମସ୍ତେ ଯୋଗକୁ ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

Share