୨୦୩୦ରୁ କାର୍‌ରେ ବାଧ୍ୟତାମୂଳକ ହେବ ଜରୁରୀ ବ୍ରେକିଂ ସିଷ୍ଟମ

ନୂଆଦିଲ୍ଲୀ,୨୩ା୧୦(ପି.ଟି.): ସଡ଼କ ଦୁର୍ଘଟଣା କମାଇବା ପାଇଁ ୨୦୩୦ ଅକ୍ଟୋବରରୁ ସମସ୍ତ ନୂଆ କାର୍‌ରେ ଆଡଭାନ୍ସଡ୍‌ ଏମର୍ଜେନ୍ସି ବ୍ରେକିଂ ସିଷ୍ଟମ (ଏଇବିଏସ୍‌) ବାଧ୍ୟତାମୂଳକ କରିବା ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଗତ ୧୯ ତାରିଖରେ ଜାରି ଚିଠା ବିଜ୍ଞପ୍ତି ଅନୁଯାୟୀ, ୨୦୩୦ରୁ ନିର୍ମାଣ ହେବାକୁ ଥିବା କାର୍‌ ମଡେଲଗୁଡ଼ିକରେ ୨୦୩୨ ଅକ୍ଟୋବରରୁ ଏଇବିଏସ୍‌ ବାଧ୍ୟତାମୂଳକ କରାଯିବ। ଜରୁରୀ ପରିସ୍ଥିତିରେ ଡ୍ରାଇଭର କାର୍‌କୁ ରୋକିବାରେ ବିଫଳ ହେଲେ ଏଇବିଏସ୍‌ ସ୍ବତଃ ଗାଡ଼ିକୁ ରୋକିବ। ଫଳରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ କିମ୍ବା ଦୁର୍ଘଟଣାର ପ୍ରଭାବକୁ କମାଇ ଦିଆଯାଇପାରିବ। ସମୟାନୁକ୍ରମେ ସଂଶୋଧିତ ହେଉଥିବା ଆଇଏସ୍‌-୧୮୫ ଅନୁଯାୟୀ, ନୂଆ ମଡେଲ କ୍ଷେତ୍ରରେ ୨୦୩୦ ଅକ୍ଟୋବର ୧ ଓ ଏହା ପରେ ନିର୍ମାଣ ହେବାକୁ ଥିବା ଏମ୍‌୧ ବର୍ଗର ଗାଡ଼ି ଏବଂ ୨୦୩୨ ଅକ୍ଟୋବର ୧ ଓ ଏହା ପରେ ନିର୍ମାଣ ହେବାକୁ ଥିବା ସବୁ ମଡେଲର ଗାଡ଼ିରେ ଏଇବିଏସ୍‌ ଲଗାଯିବ ବୋଲି ଚିଠା ବିଜ୍ଞପ୍ତିରେ କୁହାଯାଇଛି।

 

Dharitri – Odisha’s No.1 Odia Daily

Share