Categories: ଜାତୀୟ

ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ

ନୂଆଦିଲ୍ଲୀ, ୩।୨(ପି.ଟି.): ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ ବାହାରିବା ଲାଗି ୟାଙ୍ଗୁନ୍‌ସ୍ଥିତ ଭାରତୀୟ ଦୂତାବାସ ଆଡଭାଇଜରି ଜାରି କରିଛି। ଆବଶ୍ୟକ ପଡ଼ିଲେ ଦୂତାବାସ ସହ ଯୋଗାଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ମ୍ୟାନ୍‌ମାରର ଶକ୍ତିଶାଳୀ ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବା ସହ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛି।

Share