୩ ଲକ୍ଷ ଡଲାରରେ ଏଲ୍‌ଭିସ୍‌ଙ୍କ ଜେଟ୍‌ ନିଲାମ

ଓ୍ବାଶିଂଟନ୍‌, ୧୬।୨: ହଲିଉଡ୍‌ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍‌ ପ୍ରେସଲିଙ୍କ ପ୍ରାଇଭେଟ୍‌ ଜେଟ୍‌ ହୋଇଛି। ନ୍ୟୁମେକ୍ସିକୋର ରୋଜ୍‌ଓ୍ବେଲ୍‌ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍‌ଙ୍କ ଜେଟ୍‌ ୪୦ ବର୍ଷ ଧରି ପଡ଼ିରହିଥିଲା। ଜାନୁୟାରୀ ୮ରେ ଫ୍ଲୋରିଡାରେ ଅନୁଷ୍ଠିତ ହୋଇଥିବା ‘ମେକସ କିଓିମି କଲେକ୍ଟର କାର୍‌ ଅକ୍ସନ’ରେ ଏଲ୍‌ଭିସ୍‌ଙ୍କ ପ୍ରାଇଭେଟ୍‌ ଜେଟ୍‌ ‘ଦ ହଣ୍ଡ ଡକ୍‌ ରକର୍‌’ ୨,୬୦,୦୦୦ ଡଲାରରେ ନିଲାମ ହୋଇଛି। ଏଲଭିସ୍‌ଙ୍କ କାର୍‌ ଓ ବିମାନରର ବହୁତ ସଉକ ଥିଲା। ନିଜେ କଲେକ୍ଟ କରିଥିବା ସେ ସମୟର ଲାଟେଷ୍ଟ ଗାଡ଼ି ସବୁକୁ ଦେଖି ସେ ଖୁବ୍‌ ଖୁସି ଅନୁଭବ କରୁଥିବା ଏଲଭିସ୍‌ଙ୍କ ପୂର୍ବତନ ସ୍ତ୍ରୀ ପ୍ରିସିଲା ପ୍ରେସଲି କହିଛନ୍ତି। ଏଲଭିସ୍‌ଙ୍କ ‘କିଙ୍ଗ୍‌ ଅଫ୍‌ ରକ୍‌ ଆଣ୍ଡ ରୋଲ୍‌’ ଗୀତ ତାଙ୍କୁ ବେଶ୍‌ ସଫଳତା ଦେଇଥିଲା। ନିଜ ଅଭିନୟ କ୍ୟାରିୟରରେ ସେ ଯେତିକି ଚର୍ଚ୍ଚିତ ଥିଲେ ସେତିକି ବିବାଦ ଘେରରେ ମଧ୍ୟ ରହୁଥିଲେ।

୧୯୭୭ ଅଗଷ୍ଟରେ ହୃଦ୍‌ଘାତରେ ଏଲଭିସ୍‌ଙ୍କ ବିୟୋଗ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା। ୧୯୭୬ରେ ଏଲ୍‌ଭିସ୍‌ ୮,୪୦,୦୦୦ ଡଲାରେ ‘ଦ ହଣ୍ଡ ଡକ୍‌ ରକର୍‌’ ଜେଟ୍‌ କିଣିଥିଲେ। ମ୍ୟୁଜିକାଲ୍‌ ଶୋ’କୁ ଯିବା ସମୟରେ ବ୍ୟାଣ୍ଡ, କ୍ରିଉ, ମ୍ୟାନେଜର ଓ ଏଲ୍‌ଭିସ୍‌ ଏହି ଜେଟ୍‌ରେ ହିଁ ଯାତ୍ରା କରୁଥିଲେ। ‘ଦ ହଣ୍ଡ ଡକ୍‌ ରକର୍‌’ରେ ୬୦ ଦଶକର ଭେଲଭେଟ୍‌ ସିଟ୍‌, କାଠ ଓ ସୁନାରେ ତିଆରି ପ୍ୟାନେଲ, ପୁରୁଣା ସମୟର ମନୋରଞ୍ଜନ ସିଷ୍ଟମ ଏହି ଜେଟ୍‌ରେ ରହିଛି। ଏହା ବ୍ୟତୀତ ଜେଟ୍‌ରେ ରୋଷେଇ ପାଇଁ ଥିବା ସ୍ଥାନରେ ଏକ କେନମୋରେ ମାଇକ୍ରୋଓ୍ବେଭ୍‌ ମଧ୍ୟ ରହିଛି। ୨୦୧୭ରେ କାଳିଫର୍ନିଆର ବ୍ୟବସାୟୀ ଜିମ୍‌ ଗାଗ୍ଲିଅର୍ଡି ୪,୩୦,୦୦୦ ଡଲାରରେ ଏହି ଜେଟ୍‌କୁ ନିଲାମ ଡାକିଥିଲେ। କିନ୍ତୁ କୌଣସି କାରଣରୁ ସେ ମେକ୍ସିକୋରୁ ଜେଟ୍‌କୁ ନେବାରେ ବିଫଳ ହୋଇଥିଲେ।

Share