ଏଲନ୍‌ ମସ୍କଙ୍କ ତିନି ବର୍ଷୀୟା ସାବତ ଭଉଣୀ

ଓ୍ବାଶିଂଟନ୍‌, ୧୬ା୭: ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ମାଲିକ ଏଲନ୍‌ ମସ୍କଙ୍କର ଜଣେ ୩ ବର୍ଷୀୟା ଭଉଣୀ ଅଛନ୍ତି। ଏଲନଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କଙ୍କ ଔରସରୁ ଜନ୍ମିତ ଉକ୍ତ ଶିଶୁକନ୍ୟାଙ୍କ ମା’ ହେଉଛନ୍ତି ବିଶ୍ୱର ଏହି ସବୁଠୁ ଧନୀବ୍ୟକ୍ତିଙ୍କ ସାବତ ଭଉଣୀ। ଜନା ବେଜୁଇଦେନହୁଟ୍‌ଙ୍କ ବୟସ ୩୫, ଯିଏ କି ଏରୋଲଙ୍କ ସାବତ ଝିଅ। ଜନା ତାଙ୍କ ସାବତ ପିତାଙ୍କଠାରୁ ୪୧ ବର୍ଷ ସାନ। ୨୦୧୯ରେ ନିଜ ସାବତ ଝିଅ ସହ ସମ୍ବନ୍ଧରୁ ଦ୍ୱିତୀୟ ଗୁପ୍ତ ସନ୍ତାନ ଜନ୍ମ ହୋଇଥିବା ବିଷୟ ପ୍ରଘଟ କରି ଏରୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି।
ଏଲନଙ୍କ ବାପା ଏରୋଲ ମସ୍କ ଦକ୍ଷିଣ ଆଫ୍ରିକାରେ ଜଣେ ଇଞ୍ଜିନିୟର। ବ୍ରିଟେନର ଏକ ପତ୍ରିକାକୁ ସାକ୍ଷାତ୍‌କାର ଦେଇ ଏରୋଲ କହିଛନ୍ତି, ‘ଆମେ ଏ ପୃଥିବୀରେ ବସବାସ କରୁଛୁ କେବଳ ପ୍ରଜନନ ପାଇଁ’। ଏରୋଲ ଏବଂ ଜନାଙ୍କ ପ୍ରଥମ ଶିଶୁପୁତ୍ର ଇଲିଅଟ୍‌ ରଶ୍‌ ୨୦୧୭ରେ ଜନ୍ମଗ୍ରହଣ କରିଥିଲେ। ୧୯୭୯ରେ ଏଲନ୍‌ଙ୍କ ମା’ ମାୟେ ହେଲ୍ଡମ୍ୟାନ୍‌ ମସ୍କଙ୍କୁ ଏରୋଲ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହେବା ପରେ ସେ ହିଡେ ବେଜୁଇଦେନହୁଟ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହିଡେ ଏବଂ ଏରୋଲଙ୍କ ସମ୍ପର୍କରୁ ୨ ସନ୍ତାନ ଜନ୍ମ ନେଇଥିଲେ। ହିଡେଙ୍କ ଏକ ଅନ୍ୟ ସମ୍ପର୍କରୁ ଜନାଙ୍କ ଜନ୍ମ। ୧୮ ବର୍ଷ ଧରି ଏକାଠି ରହିବା ପରେ ଏରୋଲ ଓ ହିଡେଙ୍କ ବିବାହ ବିଚ୍ଛେଦ ହୋଇଥିଲା। ତେବେ ଏରୋଲ ତାଙ୍କ ସାବତ ଝିଅ ଜନାଙ୍କ ଲାଳନପାଳନରେ ସାହାଯ୍ୟ କରିଥିଲେ। ୨୦୧୭ରେ ଜନା ପ୍ରଥମ ଗର୍ଭ ଧାରଣ କରିଥିବା ଖବର ଜଣାପଡ଼ିବା ପରେ ଏହାକୁ ନେଇ ଏଲନ ଏବଂ ଏରୋଲଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏଲନ ଏବଂ ତାଙ୍କ ପରିବାର ଏହାକୁ ପସନ୍ଦ କରୁ ନ ଥିଲେ ବୋଲି ଏରୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri