ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ

କାଲିଫର୍ନିଆ,୧୯।୩: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର ଆଲୋଚନାରେ ଥିଲା। ଟେସଲା ଏବଂ ସ୍ପେସ ଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କୁ ଏହି ଔଷଧ ସେବନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହିପରି ଔଷଧ ମସ୍କଙ୍କ ସ୍ବାସ୍ଥ୍ୟ ଏବଂ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ। ତେବେ ଏହିସବୁ ଚର୍ଚ୍ଚା ମଧ୍ୟରେ ମସ୍କ କେଟାମାଇନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହାକୁ ସେବନ କରି ସେ କାର୍ଯ୍ୟରେ ଭଲ ଧ୍ୟାନ ଦେଇ ପାରିବେ।
ଟେସଲା ସିଇଓ ଏକ ସାକ୍ଷାତକାରରେ କହିଛନ୍ତି, ଏମିତି କିଛି ସମୟ ଥାଏ ଯେତେବେଳେ ମୋ ମନରେ ନକାରାତ୍ମକ ଚିନ୍ତା ଆସେ। ବୋଧହୁଏ ଏହା ଡିପ୍ରେସନ୍‌। ଭୁଲ ଚିନ୍ତାଧାରାରୁ ବାହାରିବାରେ କେଟାମାଇନ ସାହାଯ୍ୟ କରେ। ଜଣେ ଡାକ୍ତର ତାଙ୍କୁ ଔଷଧ ଦେଇଛନ୍ତି। ସେ ପ୍ରତି ସପ୍ତାହରେ ଥରେ ଔଷଧ ସେବନ କରନ୍ତି।
ମସ୍କ କହିଛନ୍ତି, ଯଦି ଆପଣ ଅଧିକ କେଟାମାଇନ ବ୍ୟବହାର କରନ୍ତି, ତେବେ ଆପଣ କାମ କରିପାରିବେ ନାହିଁ। ମୋର ବହୁତ କାମ ଅଛି। ମୁଁ ସାଧାରଣତଃ ଦିନକୁ ୧୬ ଘଣ୍ଟା କାମ କରେ। ତେଣୁ ପ୍ରକୃତରେ ମୋ ପାଇଁ କୌଣସି କାରଣ ନାହିଁ,ଯେଉଁଠାରେ ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନସିକ ସ୍ତରରେ ଗମ୍ଭୀର ହୋଇପାରିବି ନାହିଁ। କିନ୍ତୁ ସେ କେଟାମାଇନ ବ୍ୟବହାର କରୁଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri