ଏହି ସ୍ମାର୍ଟଫୋନ୍‌ କିଣିବେ ଏଲନ ମସ୍କ!

କାଲିଫର୍ନିଆ,୨୫।୯: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବଂ ଆପଲ ମଧ୍ୟରେ ପ୍ରେମ-ଘୃଣାର ସମ୍ପର୍କ ରହିଛି। ଗତ ବର୍ଷ ମସ୍କ ଟୁଇଟର କିଣିବା ପରେ ଆପଲକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଆପଲ ପ୍ଲାଟଫର୍ମରେ ବିଜ୍ଞାପନ ବନ୍ଦ କରି ଦେଇଛି। ତେବେ ପରେ ମସ୍କ କହିଥିଲେ କମ୍ପାନୀ ଏକ୍ସରେ ବିଜ୍ଞାପନ ଜାରି ରଖିଛି। ନିକଟରେ ମସ୍କ ଆପଲର ନୂତନ ଆଇଫୋନ ସିରିଜକୁ ବହୁତ ପସନ୍ଦ କରିଛନ୍ତି ଏବଂ ସେ ଆପଲ୍‌ ସିଇଓ ଟିମ କୁକଙ୍କ ପୋଷ୍ଟରେ କମେଣ୍ଟ କରି ଏହା ଜଣାଇଛନ୍ତି।
କିଛି ଦିନ ପୂର୍ବରୁ, ଟିମ କୁକ ଏକ୍ସରେ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ପ୍ରସିଦ୍ଧ ଫଟୋଗ୍ରାଫର ଷ୍ଟିଫେନ ୱିଲକସ ଏବଂ ରୁବେନ ୱୁଙ୍କ ଦ୍ୱାରା ନିଆଯାଇଥିବା ଆଇଫୋନ ୧୫ ପ୍ରୋ ମ୍ୟାକ୍ସର ଫଟୋ ରହିଥିଲା। ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ଏଲନ ମସ୍କ ଲେଖିଛନ୍ତି ଯେ, ଆଇଫୋନର କ୍ୟାମେରା ଏବଂ ଭିଡିଓ କ୍ୟାପଚର ଗୁଣ ଉତ୍କୃଷ୍ଟ। ଏହା ପରେ ଟିମ ଅନ୍ୟ ଏକ ପୋଷ୍ଟ କରିଥିଲେ। ଏଥିରେ ମସ୍କ କମେଣ୍ଟରେ ଲେଖିଥିଲେ ଯେ, ସେ ଆଇଫୋନ ୧୫ ସିରିଜ କିଣିବେ। ଏହି ପୋଷ୍ଟରେ ମସ୍କ କେଉଁ ମଡେଲ କିଣିବେ ତାହା କହି ନାହାଁନ୍ତି କିନ୍ତୁ ଏହା କୁହାଯାଇପାରେ ଯେ ମସ୍କ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ କିଣିବାକୁ ଯାଉଛି କାରଣ ସେ ଏହାର ଫଟୋକୁ ପସନ୍ଦ କରିଥିଲେ।
ଭାରତରେ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ ମୂଲ୍ୟ ୧,୩୪,୯୦୦ରୁ ଆରମ୍ଭ ହୋଇ ୧,୯୯,୯୦୦ ଟଙ୍କା ପର୍ଯ୍ୟନ୍ତ ଯାଏ ରହିଛି। ଆଇଫୋନ ୧୫ ପ୍ରୋ ମ୍ୟାକ୍ସରେ ୬.୭ ଇଞ୍ଚ ଡିସ୍‌ପ୍ଲେ ଅଛି। ଏଥିରେ ଟ୍ରିପଲ କ୍ୟାମେରା ସେଟଅପ ମିଳିବ। ମୁଖ୍ୟ କ୍ୟାମେରା ହେଉଛି ୪୮ ଏମ୍‌ପି ହୋଇଥିବାବେଳେ ଦ୍ୱିତୀୟଟି ହେଉଛି ୧୨ଏମ୍‌ପି ଅଲଟ୍ରାୱାଇଡ କ୍ୟାମେରା ଏବଂ ତୃତୀୟଟି ହେଉଛି ୫ଏକ୍ସ ଜୁମିଙ୍ଗ ସହିତ ୧୨ ଏମ୍‌ପି ଟେଲିଫୋଟୋ ଲେନ୍ସ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri