ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’

କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା କରି ଆଲୋଚନାର ବିଷୟ ପାଲଟିଛ। ନିକଟରେ ମସ୍କ ଟୁଇଟର ଲୋଗୋ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଟୁଇଟରରେ ଦେଖାଯାଉଥିବା ‘ପକ୍ଷୀ’ ଲୋଗୋ ସ୍ଥାନରେ ନୂଆ ଲୋଗୋ ‘X’ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରେ ମସ୍କ ସାନ ଫ୍ରାନ୍ସିସ୍କୋରେ ଥିବା ଟୁଇଟର ମୁଖ୍ୟାଳୟରେ ଏକ ‘X’ ଚିହ୍ନ ଲଗାଇଥିଲେ। ଯାହା ଏକ ଅଭିଯୋଗ ପରେ ବର୍ତ୍ତମାନ ହଟାଇ ଦିଆଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ନିକଟରେ ଲୋଗୋ ବଦଳାଇବା ପରେ ଏଲନ ମସ୍କ ନିଜେ ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରିଥିଲେ। ଯେଉଁଥିରେ ଟୁଇଟରର ସାନ ଫ୍ରାନ୍ସିସ୍କୋସ୍ଥିତ ମୁଖ୍ୟାଳୟରେ ଏକ ବୃହତ ‘X’ ଲୋଗୋ ଦେଖିବାକୁ ମିଳିଥିଲା। ଯାହାକୁ ବର୍ତ୍ତମାନ ହଟାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ପଡୋଶୀମାନଙ୍କ ଅଭିଯୋଗ ପରେ ଲୋଗୋ ହଟାଇ ଦିଆଯାଇଛି। ତେବେ ଲୋଗୋ ହଟାଇବାର କାରଣ ବିଷୟରେ ମସ୍କ ଏବଂ ତାଙ୍କ କମ୍ପାନୀ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହାଁନ୍ତି।

ଅଭିଯୋଗକାରୀମାନେ ଦାବି କରିଛନ୍ତି ଯେ, ଲୋଗୋର ଆଲୋକ ରାତିରେ ଆଖପାଖ ଲୋକଙ୍କୁ ସମସ୍ୟା ସୃଷ୍ଟି କରୁଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ବିଲଡିଂ ଉପରେ ଆଲୋକ ସହିତ ‘X’ ଲୋଗୋ ଲଗାଯିବା ପରେ ନଗର ନିର୍ମାଣ ବିଭାଗରେ ପ୍ରାୟ ୨୪ଟି ଅଭିଯୋଗ ଦାଖଲ କରାଯାଇଥିଲା। ଅଧିକାଂଶ ଲୋକ ଅଭିଯୋଗ କରିଛନ୍ତି ଯେ, ଏହି ଆଲୋକ ସେମାନଙ୍କୁ ହଇରାଣ କରୁଛି, ତେଣୁ ଏହାକୁ ବିଲଡିଂରୁ ହଟାଇବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri