ଟ୍ରମ୍ଫ ଗିରଫ ହେବା ଦାବି କରିବାରୁ ମସ୍କ କହିଲେ, ଯଦି ଏମିତି ହେବ ପୁଣିଥରେ ବହୁମତରେ ରାଷ୍ଟ୍ରପତି ଭାବେ ବିଜୟୀ ହେବେ

ୱାଶିଂଟନ,୧୯ ।୩: ଟେଲସା ଓ ଟୁଇଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ ମସ୍କ ଦାବି କରିଛନ୍ତି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଯଦି ଗିରଫ କରାଯାଏ ତେବେ ସେ ପୁଣିଥରେ ବହୁମତରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ । ସୂଚନାଯ୍ୟୋ, ଶନିବାର ଟ୍ରମ୍ଫ ନିଜେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୃଥରେ ଦାବି କରିଥିଲେ କି ତାଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ । ଟ୍ରମ୍ଫ କହିଥିଲେ ତାଙ୍କୁ ମ୍ୟାନହଟ୍ଟନ ଜିଲା ଅର୍ଟାର୍ନିର କାର୍ଯ୍ୟାଳୟ ଦ୍ୱାରା ଆସିଥିବା ଏକ ମାମଲାରେ ମଙ୍ଗଳବାର ଗିରଫ କରାଯିବାର ଆଶଙ୍କା ରହିଛି । ସିଏନଏନର ରିପୋର୍ଟ ଅନୁଯାୟୀ, ସେ ତାଙ୍କ ସମର୍ଥକଙ୍କ ଗିରଫକୁ ବିରୋଧ କରିବାକୁ ଆହ୍ୱାନ ବି ଦେଇଛନ୍ତି ।
ଏହି ଖବରର ପ୍ରତିକ୍ରିୟା ରଖି ମସ୍କ ଟୁଇଟ କରିଛନ୍ତି, ଯଦି ଏମିତି ହେବ, ତେବେ ଟ୍ରମ୍ଫ ବହୁମତ ସହ ପୁଣିଥରେ ଆମେରିକାର ରାଷ୍ଟ୍ରପତି ହେବେ । ଟୁଇଟରର ସିଇଓ ଫକ୍ସ ନ୍ୟୁଜର ଏକ ରିପୋର୍ଟ ଉପରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଫକ୍ସ ନ୍ୟୁଜର ରିପୋର୍ଟରେ କୁହାଯାଇଛି କି ଟ୍ରମ୍ଫଙ୍କୁ ଖୁବଶୀଘ୍ର ‘ଗିରଫ’ କରାଯିବାର ଆଶଙ୍କା କରାଯାଉଛି ।

Share