ମସ୍କଙ୍କ ନୂଆ ପ୍ଲାନ, ଟୁଇଟରରୁ ଛଟେଇ ହୋଇପାରନ୍ତି ୩୭୦୦ କର୍ମଚାରୀ!

ୱାଶିଂଟନ,୩ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଯେବେଠାରୁ ଏହି ସୋସିଆଲ ମିଡିଆ କମ୍ପାନୀର ମାଲିକ ହେଲେଣି ସେବେଠାରୁ ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏବେ ଏମିତି ଏକ ଖବର ଆସିଛି ଯାହା ଟୁଇଟର କର୍ମଚାରୀଙ୍କ ଚିନ୍ତା ବଢାଇ ଦେଇଛି ।
ସୂଚନଯୋଗ୍ୟ, ଏଲନ ମସ୍କ ଟୁଇଟରର ପ୍ରାୟ ୩୭୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛନ୍ତି । ଯଦି ଏହା ହେଲା ତେବେ ଟୁଇଟରର ୱାର୍କ ଫୋର୍ସ ଅଧା ହୋଇଯିବ । ତେବେ ୪୪ ଅରବ ଡଲରରେ ମସ୍କ ଏହାକୁ କ୍ରୟ କରିଥିବାରୁ ଏହାକୁ ଭରଣା କରିବାକୁ ସେ ଛଟେଇ ଆରମ୍ଭ କରିଥିବା କୁହାଯାଉଛି । ଖବର ବ୍ଲୁମବର୍ଗରେ ଆସିଥିବା ଖବରରୁ ଏହା ଜଣାପଡିଛି । ତେବେ ଟୁଇଟର ସମ୍ପର୍କରେ ଖବର ରଖୁଥିବା ଲୋକେ ଏହି ସୂଚନା ଦେଇଥିବା କୁହାଯାଇଛି । ଛଟେଇ କର୍ମଚାରୀଙ୍କୁ ମସ୍କ ୪ ନଭେମ୍ବରରୁ ସୂଚନା ଦେବା ଆରମ୍ଭ କରିବେ ବୋଲି ଅନୁମାନ କରାଯାଇଛି । ଏହାସହ କମ୍ପାନୀର ୱାର୍କ ଫର୍ମ ଏନିବେୟରକୁ ବି ପରିବର୍ତ୍ତନ କରାଯାଇପାରେ ।

Share