ଉଇକିପିଡ଼ିଆକୁ ଅଫର୍‌ ଦେଲେ ଏଲନ ମସ୍କ: ନାଁ ବଦଳାଇଲେ ମିଳିବ ଏକ ବିଲିୟନ ଡଲାର

କାଲିଫର୍ନିଆ,୨୩।୧୦: ବିଲିୟନେୟାର ତଥା ଟୁଇଟର୍‌ ମାଲିକ ଏଲନ ମସ୍କ ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି। ନିକଟରେ ଉଇକିପିଡ଼ିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଉଇକିପିଡ଼ିଆ ଏହାର ନାମ ପରିବର୍ତ୍ତନ କରି ଡିକିପିଡିଆ ରଖେ ତେବେ ସେ ତାକୁ ଏକ ବିଲିୟନ ଡଲାର ଦେବେ।
ସୂଚନାଯୋଗ୍ୟ ଯେ, ମସ୍କ ଗତ ବର୍ଷ ଟୁଇଟର୍‌ କିଣିଥିଲେ। ସେବେଠାରୁ ସେ ନୂଆ ପରିବର୍ତ୍ତନ କରି ଆସୁଛନ୍ତି। କିଛି ମାସ ପୂର୍ବରୁ, ଟୁଇଟରର ନାମ ଏକ୍ସକୁ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ସେ ଉଇକିପିଡ଼ିଆକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ଉଇକିପିଡ଼ିଆ ଏହାର ନାମ ପରିବର୍ତ୍ତନ କରେ, ତେବେ ମୁଁ ଏହାକୁ ଏକ ବିଲିୟନ ଡଲାର ଦେବି। ଏହା ଉପରେ ଜଣେ ୟୁଜର୍ସ ଉଇକିପିଡ଼ିଆକୁ ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ଟଙ୍କା ପାଇବା ମାତ୍ରେ ତୁମର ନାମ ପୁଣି ବଦଳାଇବା ଉଚିତ। ମସ୍କ ଏହା ଉପରେ ଏକ ସର୍ତ୍ତ ରଖି କହିଛନ୍ତି ମୁଁ ପାଗଳ ନୁହେଁ। ଅତିକମରେ ଏକ ବର୍ଷ ପାଇଁ ଉଇକିପିଡ଼ିଆର ନାମ ପରିବର୍ତ୍ତନ କରିବା ଆବଶ୍ୟକ।

Share