ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ ପାଇଁ ୩ଟି ରଙ୍ଗର ବ୍ୟବହାର କରାଯିବ । କଲରକୁ ଭିନ୍ନ ଭିନ୍ନ କାଟାଗୋରୀରେ ବଣ୍ଟା ଯାଇଛି ।

ଟୁଇଟରର ନୂଆ ସିଇଓ ଏଲନ ମସ୍କ କମ୍ପାନୀର ଏହି ଫିଚରକୁ ଲଞ୍ଚ କରି କହିଛନ୍ତି ଏବେ ଭେରିଫାଏଡ ଆକାଉଣ୍ଟକୁ ୩ଟି କାଟାଗୋରୀରେ ବିଭକ୍ତ କରାଯାଇଛି । କଲର ଗୁଡିକ ବି ଏହି ହିସାବରେ ସ୍ଥିର କରାଯାଇଛି ଗୋଲ୍ଡ କଲର ଭେରିଫାଏଡ ଟିକ୍ କମ୍ପାନୀ ଗୁଡିକ ପାଇଁ ରହିବ । ସରକାରୀ ସଂସ୍ଥା ବା ସରକାରଙ୍କ ସହ ଜଡିତ ଆକାଉଣ୍ଟ ପାଇଁ ଗ୍ରେ କଲର ଟିକ ଉପଲବ୍ଧ ହେବ । ସେହିପରି ଇଣ୍ଡିଭିଜୁଆଲ ପାଇଁ ବ୍ଲୁ କଲର ଟିକ୍ ଉପଲବ୍ଧ ହେବ । ମସ୍କ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଭେରିଫାଏଡ ଆକାଉଣ୍ଟକୁ ମାନୁଆଲି ପ୍ରମାଣିତ କରାଯିବ, ଯଦି ଏହି ପ୍ରକ୍ରିୟାରେ କମ୍ ହେବ ତେବେ ଆକାଉଣ୍ଟ ଭେରିଫାଏ କରାଯିବ ନାହିଁ । କେବଳ ସେତିକି ନୁହେଁ ଉଲ୍ଲେଖନୀୟ ଓ ଅଫିସିୟାଲ ଭଳି ଭିନ୍ନ ଟ୍ୟାଗ ସୀମିତ ରହିଛି ଏହା ସମସ୍ତଙ୍କୁ ଦିଆଯିବ ନାହିଁ ।

Share