ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିପାରନ୍ତି ଏଲନ ମସ୍କ

ୱାଶିଂଟନ,୮ ।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଏକ ନମ୍ବରରେ ଥିବା ଏଲନ ମସ୍କ ଏବେ ଏହାକୁ ହରାଇ ପାରନ୍ତି ବୋଲି କୁହାଯାଉଛି । ଫୋର୍ବସ ଦ୍ୱାରା ଧନୀ ବ୍ୟକ୍ତିଙ୍କ ତାଲିକା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ନୂଆ ମୁଖ୍ୟ ଏଲନ ମସ୍କ ବୁଧବାର ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ ହରାଇବାକୁ ଯାଉଥିବା କୁହାଯାଉଛି । ଫୋର୍ବସର ରିୟଲ ଟାଇମ ବିଲେନିୟର୍ସର ଲିଷ୍ଟରେ ଟେଲସାର ସିଇଓ ଏଲନ ମସ୍କ କିଛି ସମୟ ପାଇଁ ଏହି ତାଲିକାରେ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏଲନ ମସ୍କଙ୍କୁ ଫ୍ରାନ୍ସର ୭୩ ବର୍ଷୀୟ ଅରବପତି ବର୍ନାର୍ଡ ଅରନଲ୍ଟ କଡା ଟକ୍କର ଦେଇଛନ୍ତି । ଏହାସହ ଲକ୍‌ଜରି ବ୍ରାଣ୍ଡ ଲୁଇସ ବୁଇଟନର ମୂଳ କମ୍ପାନୀ ଏଲଭିଏମଏଚର ମାଲିକ ବର୍ନାର୍ଡ ଅରନଲ୍ଟ ବିଶ୍ୱର ସବୁଠାରୁ ଧନୀ ଅବପତି ତାଲିକାରେ ଆଗକୁ ଚାଲିଯାଇଛନ୍ତି ।
ଫୋର୍ବସର ରିୟଲ ଟାଇମ ଇଣ୍ଡେକ୍ସ ଅନୁଯାୟୀ, ବୁଧବାର କିଛି ସମୟ ପାଇଁ ଏଲନ ମସ୍କ ଫୋର୍ବସର ‘ରିୟଲ-ଟାଇମ ବିଲେନିୟର୍ସ’ ତାଲିକାର ଦ୍ୱିତୀୟ ସ୍ଥାନକୁ ଚାଲି ଆସିଥିଲେ । ଟୁଇଟର ଓ ଟେଲସାର ସିଇଓଙ୍କୁ ଅରନଲ୍ଟ ପଛରେ ପକାଇଦେଇଥିଲେ । ଫୋର୍ବସ ଏବେ ମସ୍କଙ୍କ ସମ୍ପତ୍ତି ୧୮୪.୯ ଅରବ ଡଲାର ବୋଲି ଦର୍ଶାଇଛି ଓ ଅରନଲ୍ଟଙ୍କ ସମ୍ପତ୍ତି ୧୮୪.୭ ଅରବ ଡଲାର ବୋଲି ଦର୍ଶାଇଛି । ଏହି ଅଙ୍କକୁ ଦେଖିଲେ ଉଭୟ ଅରବ ପତିଙ୍କ ନେଟୱର୍ଥରେ ସାମାନ୍ୟ ଫରକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri