ଟୁଇଟର ଛଟେଇକୁ ନେଇ ପ୍ରଥମ ଥର ସଫେଇ ଦେଲେ ମସ୍କ, କହିଲେ ପ୍ରତିଦିନ ହେଉଛି କମ୍ପାନୀର କ୍ଷତି, ନ ଥିଲା ଆଉ କୌଣସି ରାସ୍ତା

ୱାଶିଂଟନ,୫ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଲଗାତାର ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି । ଭାରତରେ ଥିବା ପ୍ରାୟ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା କୁହାଯାଉଛି । ଏହାରି ଭିତରେ ସେ ଏକ ଟୁଇଟ କରିଛନ୍ତି । ସଫେଇ ଦେଇ ମସ୍କ କହିଛନ୍ତି ପ୍ରତିଦିନ କମ୍ପାନୀ ୪ ମିଲିୟନ ଡଲାର କ୍ଷତି ସହୁଛି । ତେଣୁ କର୍ମଚାରୀଙ୍କ ଛଟେଇ ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା । ମସ୍କ କହିଛନ୍ତି ଛଟେଇ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ୩ ମାସର ଦରମା ମିଳିବ, ଯାହା ଆଇନ ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ।
ସୂଚନାଯୋଗ୍ୟ, ୫୧ ବର୍ଷିୟ ମସ୍କ କମ୍ପାନୀଙ୍କୁ ଲାଭଦାୟକ କରିବାକୁ ୨୭ ଅକ୍ଟୋବରରେ ଟୁଇଟର ଉପରେ କବଜା କରିଥିଲେ । ୪ ନଭେମ୍ବରକୁ କମ୍ପାନୀର ୩୭୦୦ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା କି ସେମାନଙ୍କୁ ବାହାର କରି ଦିଆଯିବ ।

Share