ଟ୍ରମ୍ପ ଟୁଇଟରକୁ ଫେରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟକୁ ନେଇ ବଡ ଘୋଷଣା କଲେ ମସ୍କ

ୱାଶିଂଟନ,୨୫ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି । ଏହି କ୍ରମରେ ଗୁରୁବାର ସେ ଟୁଇଟରରୁ ନିଲମ୍ବିତ ହୋଇଥିବା ଆକାଉଣ୍ଟ ଗୁଡିକ ପାଇଁ ‘ସାମାନ୍ୟ କ୍ଷମା’ ଘୋଷଣା କରିଛନ୍ତି । ଏଲନ ମସ୍କ କହିଛନ୍ତି, ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ହ୍ୟାଣ୍ଡେଲକୁ ଆରମ୍ଭ କରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟ ପାଇଁ ‘ସାମାନ୍ୟ କ୍ଷମା’ ଆରମ୍ଭ କରିବେ । ମସ୍କ ଟୁଇଟରରେ ଲେଖିଛନ୍ତି ଜନତା ସେମାନକ ରାୟ ଦେଇ ଦେଇଛନ୍ତି, କ୍ଷମା ଅଗାମୀ ସପ୍ତାହରୁ ଆରମ୍ଭ ହୋଇଯିବ, ଜନତାଙ୍କ ସ୍ୱର, ଈଶ୍ୱରଙ୍କ ସ୍ୱର’ ।

Share