ମସ୍କଙ୍କ ସମସ୍ୟାର ସମାଧାନ କଲା ୟୁପି ପୋଲିସ, ପୋଷ୍ଟ ଭାଇରାଲ

ନ୍ୟୁୟର୍କ,୨୮ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ବିଲେନିୟର ଏଲନ ମସ୍କ ସବୁବେଳେ ନିଜ ନିଷ୍ପତ୍ତିକୁ ଠିକ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି । ଶନିବାର ମସ୍କ ଦାବି କରିଥିଲେ କି ଟୁଇଟରରେ ୟୁଜର ସାଇନଅପ ସର୍ବକାଳୀନ ଉଚ୍ଚସ୍ତରରେ ରହିଛି ଓ ବର୍ଷରେ ୧ ଅରବରୁ ଅଧିକ ଲୋକ ହେବେ ।
ମସ୍କ ଏକ ଟୁଇଟରେ ପଚାରିଥିଲେ କି ସେ ଯାହା ଟୁଇଟ କରୁଛନ୍ତି ତାକୁ କ’ଣ ତାଙ୍କ କାମରେ ସାମିଲ କରାଯିବ । ଏହାର ଜବାବ ଦେଇ ଏବେ ଚର୍ଚ୍ଚାକୁ ଆସିଛି ଉତ୍ତର ପ୍ରଦେଶ ପୋଲିସ । ୟୁପି ପୋଲିସ କହିଛି ଯଦି ସେ ଟୁଇଟର ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ତେବେ ଏହାକୁ ତାଙ୍କ କାମରେ ସାମିଲ କରାଯିବ ।
ଏଲନ ମସ୍କ ଟୁଇଟ କରିଥିଲେ, ୱେଟ ଯଦି ମୁଁ ଟୁଇଟ କରୁଛି ତେବେ କ’ଣ ଏହା ମୋ କାମରେ ଗଣାଯିବ । ଟୁଇଟରରେ ସକ୍ରିୟ ରହୁଥିବା ମସ୍କଙ୍କ ଏହି ଟୁଇଟ ବି ଚର୍ଚ୍ଚାକୁ ଆସିଛି । ଉତ୍ତର ପ୍ରଦେଶ ପୋଲିସର ଧ୍ୟାନ ବି ଏହି ଟୁଇଟ ଉପରକୁ ଯାଇଥିଲା । ଏହାପରେ ଉତ୍ତର ପ୍ରଦେଶ ପୋଲିସ ଏହାର ଜବାବରେ ଲେଖିଥିଲା, ୱେଟ ଯଦି ଉତ୍ତର ପ୍ରଦେଶ ପୋଲିସ ଟୁଇଟରେ ଆପଣଙ୍କ ସମସ୍ୟାର ସମାଧାନ କରୁଛି ତେବେ କ’ଣ ଏହା ତା’ର କାମରେ ଗଣାଯିବ । କେବଳ ଏତିକି ନୁହେଁ ୟୁପି ପୋଲିସ ତା’ର ଟୁଇଟର ହ୍ୟାଣ୍ଡେଲରେ ଏହି ଟୁଇଟର ସ୍କ୍ରିନସଟ ବି ଶେୟାର କରିଛି । ଏହାସହ ଲେଖିଛି, ହଁ ଏହାକୁ କାମରେ ଗଣାଯିବ । ଏବେ ଉତ୍ତର ପ୍ରଦେଶ ପୋଲିସର ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି ।

Share