Categories: ଖେଳ

ଭାଙ୍ଗିଗଲା ବିଶ୍ୱର ନମ୍ବର ୧ ଅଲରାଉଣ୍ଡରଙ୍କ ବିବାହ

ଅଷ୍ଟ୍ରେଲିଆ କ୍ରିକେଟର ଏଲିସ୍‌ ପେରିଙ୍କ ବିବାହ ବିଚ୍ଛେଦ ଘଟିଛି। ସ୍ବାମୀ ତଥା ରଗବୀ ଖେଳାଳି ମ୍ୟାଟ୍‌ ଟୋମୁଆଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ପେରି। ୨୦୧୫ରେ ମ୍ୟାଟ୍‌ ଏବଂ ପେରି ବିବାହ କରିଥିଲେ। ଦୁହଁିଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ଫେବୃୟାରୀରୁ ମ୍ୟାଟ୍‌ଙ୍କଠାରୁ ସେ ଅଲଗା ରହୁଥିଲେ। ଅଷ୍ଟ୍ରେଲିଆନ୍‌ କ୍ରିକେଟ ଆଓ୍ବାର୍ଡରେ ମଧ୍ୟ ଏକୁଟିଆ ପହଞ୍ଚିଥିଲେ। ଏଥର ସେ ବେଲିଣ୍ଡା କ୍ଲାର୍କ ଆଓ୍ବାର୍ଡ ଜିତିବା ପରେ ନିଜ ବାର୍ତ୍ତାରେ ମ୍ୟାଟ୍‌ଙ୍କ ନାମ ନେଇ ନ ଥିଲେ। ରବିବାର ଉଭୟ ସମ୍ମାନର ସହ ଅଲଗା ହେବାର ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ଆମେ ସବୁବେଳେ ନିଜ ସମ୍ପର୍କ ବିଷୟରେ ଗୁପ୍ତ ରଖିବାକୁ ଚାହୁଁତ୍ଥିଲୁ। କିନ୍ତୁ ପରିସ୍ଥିତି ଏପରି ହେଲା ଏନେଇ ଘୋଷଣା କରିବାକ୍‌ୁ ବାଧ୍ୟ ହେଲୁ ବୋଲି ସେ କହିଛନ୍ତି।

Share