Posted inଜାତୀୟ

‘ଗରିବୀ ହଟାଅ’ ସବୁଠୁ ବଡ଼ ଜୁମ୍‌ଲା: ମୋଦି

ନୂଆଦିଲ୍ଲୀ,୧୫।୧୨: ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂରିଥିବାବେଳେ ଏହାକୁ ନେଇ ଶୁକ୍ରବାରଠାରୁ ପାର୍ଲାମେଣ୍ଟରେ ଜୋର୍‌ଦାର ବିତର୍କ ଜାରି ରହିଛି। ଶନିବାର ଏହି ବିତର୍କର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ବିଭିନ୍ନ ନୀତି ଓ ନିଷ୍ପତ୍ତି ବଳରେ ଭାରତର ସମ୍ବିଧାନକୁ ମଜଭୁତ କରିଛି। ଅନ୍ୟପକ୍ଷରେ କଂଗ୍ରେସ ‘ରକ୍ତ ପରୀକ୍ଷା’ କରି ବାରମ୍ବାର ସମ୍ବିଧାନକୁ କ୍ଷତାକ୍ତ କରିଆସିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି। ସେ ପୂର୍ବର କଂଗ୍ରେସ ସରକାରକୁ ଦୋଷାରୋପ କରିବା ସହ ସେମାନେ ଦେଶର ବିବିଧତାରେ ବିଷ ମଞ୍ଜି ବୁଣି ଏହାର ବିରୋଧାଭାସକୁ ବଢ଼ାଇବା ଏହାର ଏକତାକୁ ନଷ୍ଟ କରିଛନ୍ତି। ସେ କଂଗ୍ରେସର ନେହେରୁ-ଗାନ୍ଧୀ ପରିବାରକୁ ଆକ୍ଷେପ କରି କହିଛନ୍ତି, ସେମାନେ ସମ୍ବିଧାନକୁ ଆଘାତ ଦେବାରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ପ୍ରତି ସ୍ତରରେ ଏହି ପରିବାର ସମ୍ବିଧାନକୁ ଚ୍ୟାଲେଞ୍ଜ କରିଛି। ଦେଶକୁ ୫୫ ବର୍ଷ ଧରି ଶାସନ କରିଥିବା ଉକ୍ତ ପରିବାରକୁ ସେ ଏକଘରିଆ କରିଦେଇଥିବା ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ‘ଗରିବ ହଟାଓ’ ସ୍ଲୋଗାନ ଭାରତ ଇତିହାସରେ ସବୁଠୁ ବଡ଼ ଜୁମ୍‌ଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇନ୍ଦିରା ସୁପ୍ରମକୋର୍ଟଙ୍କ ରାୟର ଅବମାନନା କରି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ସେ ନିଜ ଆସନ ବଞ୍ଚାଇବା ପାଇଁ ସମ୍ବିଧାନ ପ୍ରଣୟନର ୨୫ତମ ବର୍ଷରେ ଭାରତର ଗଣତନ୍ତ୍ରର ତଣ୍ଟି ଚିପିଦେଇଥିଲେ। ସମ୍ବିଧାନ ବଦଳାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ନିଜକୁ ଆଇନଗତ ଚ୍ୟାଲେଞ୍ଜରୁ ସୁରକ୍ଷା ଦେଇଥିଲେ। ଜରୁରୀ ପରିସ୍ଥିତି ବେଳେ ଦେଶ ଏକ ଜେଲରେ ପରିଣତ ହେବା ସହ ନ୍ୟାୟପାଳିକାର ଗଳା ଦବାଇ ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବରୁ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବିତର୍କରେ ଭାଗନେଇ ସମ୍ବିଧାନ ଏବଂ ହିନ୍ଦୁତ୍ୱବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ରଚିତ ପୁସ୍ତକ ମନୁସ୍ମୃତି ମଧ୍ୟରେ ତୁଳନା କରିଥିଲେ। ଆଜି ମନୁସ୍ମୃତି ଆଇନରେ ପରିଣତ ହୋଇଛି। ଏଥିରେ ଆମ ସମ୍ବିଧାନ ବିଷୟରେ କିଛି ନାହିଁ। କଂଗ୍ରେସ ନେତାମାନେ ସମ୍ବିଧାନର ପ୍ରଶଂସା କଲେ ଏହା ସଭରକରଙ୍କ ସ୍ମୃତି ପ୍ରତି ଅପମାନ ବୋଲି ଭାଜପା ନେତା କହୁଛନ୍ତି। ସେମାନେ ସମ୍ବିଧାନଠାରୁ ମନୁସ୍ମୃତିକୁ ଉଚ୍ଚରେ ଦେଖାଉଛନ୍ତି ବୋଲି ରାହୁଲ କହିଥିଲେ। ଏଥିସହିତ ସେ ମହାଭାରତର ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟ ଉପାଖ୍ୟାନ ଅବତାରଣା କରି ଭାଜପା ସରକାର ଯୁବବର୍ଗଙ୍କ ଆଙ୍ଗୁଠି କାଟିଦେଇଥିବା କହିଥିଲେ। ଧରାବୀ ଏବଂ ଦେଶର ବିଭିନ୍ନ ବନ୍ଦରକୁ ଆଦାନୀଙ୍କୁ ଦେଇ ସରକାର ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କ ବୃଦ୍ଧାଙ୍ଗୁଳି କାଟିଦେଇଥିବା ରାହୁଲ କହିଥିଲେ।
ରାହୁଲଙ୍କୁ ଜବାବ ଦେବାକୁ ଯାଇ ଭାଜପା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୦ରେ ସଭରକରଙ୍କୁ ଲେଖିଥିବା ଏକ ପତ୍ର ଦେଖାଇଥିଲା। ଏହି ପତ୍ରରେ ଇନ୍ଦିରା ସଭରକରଙ୍କୁ ଭାରତର ଉଲ୍ଲେଖନୀୟ ପୁତ୍ର ବୋଲି ବର୍ଣ୍ଣନା କରିଥିଲେ। ସମ୍ବିଧାନର ପ୍ରଣେତା ବି.ଆର୍‌. ଆମ୍ବେଡ୍‌କରଙ୍କୁ କଂଗ୍ରେସ ଉପଯୁକ୍ତ ସମ୍ମାନ ଦେଇ ନ ଥିବା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri