ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର

ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ଗାଙ୍ଗରଜପୁର ପଞ୍ଚାୟତର ୬ନଂ ୱାର୍ଡର ନିଲାମପାଡୁ ଗ୍ରାମରେ ଏପରି ଦେଖିବାକୁ ମିଳିଛି।
ଏହି ଗ୍ରାମରେ ଦୁଇପୁଅ ବାଲିଆ ନାୟକ ଜଗୁ ଏବଂ ବାଲିଆ ନାୟକ କୁନାଙ୍କୁ ଧରି ବସବାସ କରୁଛନ୍ତି ବାଲିଆ ନାୟକ ଫୁଲମତୀ। ସ୍ବାମୀଙ୍କ ମୃତ୍ୟୁ ପରେ ଫୁଲମତୀ ଅନେକ କଷ୍ଟରେ ପିଲା ଦୁହିଁଙ୍କୁ ବଡ କରିଛନ୍ତି। ଫୁଲମତୀଙ୍କ କାନକୁ ଠିକ ରୂପେ ଶୁଭୁନାହିଁ। ନିଜସ୍ବ ଜମି ବୋଲି ତାଙ୍କର କିଛି ନାହିଁ । ଯେଉଁ ଜାଗା ଉପରେ ସେ ଘରକରି ରହୁଥିଲେ ତାହା ତିନି ବର୍ଷ ତଳେ ହୋଇଥିବା ବାତ୍ୟାରେ ଭାଙ୍ଗିଯାଇଛି। ଘର ତିଆରି କରିବାକୁ ପାଖରେ ଅର୍ଥନାହିଁ । ଦିନରେ ଜରିଢାଙ୍କି ନିଜ ଜାଗା ଉପରେ ରହୁଥିବା ଫୁଲମତୀ ରାତିରେ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ବଇ ଦାମଙ୍କ ଘରେ ପିଲାଙ୍କୁ ଧରି ଆଶ୍ରୟ ନେଉଛନ୍ତି। ଗ୍ରାମ ଲୋକଙ୍କ ଚାଷଜମିରେ କୁଲି କାମ କରି ସେଥିରୁ ଯାହା ପାରିଶ୍ରମିକ ପାଉଛନ୍ତି ସେଥିରେ ଚଳୁଛନ୍ତି। ମିଳୁଥିବା ରାଶନ ଚାଉଳ ଏବଂ ବିଧବା ଭତ୍ତା ଫୁଲମତୀଙ୍କ କିଛି ଅଭାବକୁ ତୁଲାଇ ଦେଉଛି। ସାନପୁଅ କୁନା ପଡୋଶୀ ଆନ୍ଧ୍ର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ବଡ଼ପୁଅ ଜଗୁ ମା’ ଫୁଲମତୀଙ୍କ ପାଖରେ ରହି ଗ୍ରାମରେ ଦିନ ମଜୁରିଆ ସାଜିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ଆବାସ ଅବା ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡିଏ ପାଇବା ଲାଗି ଫୁଲମତୀ ପଞ୍ଚାୟତ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ କରି ଏଯାଏ କିଛି ସୁଫଳ ମିଳିନାହିଁ ତାଙ୍କୁ। ଗ୍ରାମବାସୀଙ୍କ ଚାପରେ କେବଳ ନିଜ ଦାୟିତ୍ୱ ଖସାଇବାକୁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଫୁଲମତୀ ରହୁଥିବା ସ୍ଥାନରେ ପହଞ୍ଚତ୍ ପଚରାଉଚରା କରି ଫଟୋ ଉଠାଇ ଚାଲିଯାଇଛନ୍ତି। ଏଯାଏ ଆଉ ଆବାସ ପାଇଁ ତାଙ୍କ ପାଖକୁ କିଛି ଖବର ଆସିନାହିଁ। ଆମ ପାଇଁ ସରକାରୀ ଘର ସାତସପନ ପାଲଟିଛିି ବୋଲି କହନ୍ତି ଫୁଲମତୀ। ପୁଅମାନଙ୍କ ବିବାହ ବୟସ ହୋଇଯାଇଥିଲେ ମଧ୍ୟ ଘର ଖଣ୍ଡିଏ ନ ଥିବାରୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି ବୋଲି ଦୁଃଖର ସହ କହନ୍ତି ସେ। ପରିଣତ ବୟସରେ ଟିକେ ବିଶ୍ରାମ ଲୋଡୁଥିବା ଫୁଲମତୀଙ୍କ ପରିବାର ଉପରେ କେବେ ପ୍ରଶାସନର ଶୁଭଦୃଷ୍ଟି ପଡିବ ତାହା ସମୟ କହିବ। ଏ ସମ୍ପର୍କରେ ପିଇଓ କମଳ ପରଜାଙ୍କୁ ପଚାରିବାରୁ ସେ କହିଲେ, ଫୁଲମତୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛି। ଏହା କିପରି ସମାଧାନ ହୋଇପାରିବ ସେଥିପ୍ରତି ମୁଁ ଗୁରୁତ୍ୱ ଦେବି। ନିଜେ ନିଲାମପାଡୁ ଗ୍ରାମ ଗସ୍ତ କରି ଅନୁଧ୍ୟାନ କରିବି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri