Categories: ଜାତୀୟ

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ହୋଇଯାଇଛି । ଦୀର୍ଘ ୨ ମାସ ପରେ ଦିଲ୍ଲୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ସେପଟେ ରାଜଧାନୀରେ ଜାନୁୟାରୀ ମାସରେ ହୋଇଥିବା ବର୍ଷା ୨୨ ବର୍ଷରେ ସବୁଠାରୁ ଅଧିକ ବର୍ଷା ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସଫଦରଜଙ୍ଗରେ ଶନିବାର ସକାଳ ୮ଟା ୩୦ରେ ୨୪ ଘଣ୍ଟା ମଧ୍ୟରେ ୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ୨୨ ବର୍ଷ ମଧ୍ୟରେ ଜାନୁୟାରୀ ମାସରେ ସବୁଠାରୁ ଅଧିକ ବର୍ଷା ବୋଲି କୁହାଯାଉଛି । ୧୯୯୬ ଜାନୁୟାରୀ ମାସରେ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।

Share