Categories: ଜାତୀୟ

ନୂଆଦିଲ୍ଲୀ ରେଲୱେ ଷ୍ଟେଶନ ପାର୍କିଂରୁ ମିଳିଲା ୧୧ ଜୀବନ୍ତ କ୍ୟାଟ୍ରିଜ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ରେଲୱେ ଷ୍ଟେଶନ ପାର୍କିଂରୁ ମଙ୍ଗଳବାର ୧୧ଟି ଜୀବନ୍ତ କ୍ୟାଟ୍ରିଜ୍ ମିଳିଥିବା ସୂଚନା ମିଳିଛି । ଏହା ଆଜମେରି ଗେଟ ବାଲା ଭିଭିଆଇପି ପାର୍କିଂରୁ ପିସିଆର୍ ଷ୍ଟାଫଙ୍କୁ ମିଳିଛି । ଏହା କାହାର କିଏ ଏହାକୁ କାହିଁକି ସେଠାରେ ରଖିଥିଲା ଏ ସମସ୍ତ ଦିଗକୁ ଦେଖି ପୋଲିସ ଯାଞ୍ଚ ଆରମ୍ଭ କରିଛି । ରେଲୱେ ଡିସିପିଙ୍କ ମତରେ ଏହା ସବୁ ସରକାରୀ ଜିନିଷ ଭଳି ଲାଗୁଛି । ଏହାକୁ ପରେ ଦିଲ୍ଲୀ ପୋଲିସକୁ ଦିଆଯାଇଛି ।

Share