୧୧ ଦିନ ପରେ ପୁଣି ଦାରିଙ୍ଗବାଡ଼ିରେ ଖସିଲା ପାରଦ

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପୁଣି ୧୧ ଦିନ ପରେ ପ୍ରବଳ ଶୀତ ଅନୁଭବ ହୋଇଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ଝିପିଝିପି ବର୍ଷା କାରଣରୁ ପାରଦ ଉପର ମୁହାଁ ହୋଇଥିଲା। ତେବେ ପୁଣି ସୋମବାର ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି ବୋଲି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଡିସେମ୍ବର ୨୪ ତାରିଖରେ ସର୍ବନିମ୍ନ ତାପମାତ୍ର ୭.୫ ଡିଗ୍ରୀଥିବା ବେଳେ ତା’ ପରଦିନ ଠାରୁ ଏହା ବୃଦ୍ଧି ପାଇ ତାପମାତ୍ରା ୧୨ ଡିଗ୍ରୀରେପହଞ୍ଚିଥିଲା। ତେବେ ଦୁଇଦିନ ହେଲା ପାଗ ଶୁଖିଲା ରହିବା ସହ ଏବେ ତାପମାତ୍ରା ତଳମୁହାଁ ହୋଇଛି।